Illegal posting on 'X: ‘ଏକ୍ସ’ରେ ବେଆଇନ ପୋଷ୍ଟ୍‌ କଲେ ଆକାଉଣ୍ଟ୍‌ ବନ୍ଦ ହେବ

Advertisment

ଅଶ୍ଳୀଳ, ଅଭଦ୍ର ଓ ବେଆଇନ କଣ୍ଟେଣ୍ଟ ସୃଷ୍ଟି କରିବା ଲାଗି ଏଆଇ ଟୁଲ୍‌ ‘ଗ୍ରୋକ୍‌’କୁ ନିର୍ଦ୍ଦେଶ ଦେଉଥିବା ଲୋକମାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଉଥିବା ସବୁ ବେଆଇନ ପୋଷ୍ଟ୍‌କୁ କମ୍ପାନି ହଟାଇଦେବ।

ଅଶ୍ଳୀଳ, ଅଭଦ୍ର ଓ ବେଆଇନ କଣ୍ଟେଣ୍ଟ ସୃଷ୍ଟି କରିବା ଲାଗି ଏଆଇ ଟୁଲ୍‌ ‘ଗ୍ରୋକ୍‌’କୁ ନିର୍ଦ୍ଦେଶ ଦେଉଥିବା ଲୋକମାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଉଥିବା ସବୁ ବେଆଇନ ପୋଷ୍ଟ୍‌କୁ କମ୍ପାନି ହଟାଇଦେବ।

x post

Photograph: (LinkedIn)

ନୂଆଦିଲ୍ଲୀ: ଅଶ୍ଳୀଳ, ଅଭଦ୍ର ଓ ବେଆଇନ କଣ୍ଟେଣ୍ଟ ସୃଷ୍ଟି କରିବା ଲାଗି ଏଆଇ ଟୁଲ୍‌ ‘ଗ୍ରୋକ୍‌’କୁ ନିର୍ଦ୍ଦେଶ ଦେଉଥିବା ଲୋକମାନଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଉଥିବା ସବୁ ବେଆଇନ ପୋଷ୍ଟ୍‌କୁ କମ୍ପାନି ହଟାଇଦେବ। ଯେଉଁମାନେ ସେଭଳି ପୋଷ୍ଟ୍‌ କରୁଛନ୍ତି ସେମାନଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ‘ଏକ୍ସ’ର ଗ୍ଲୋବାଲ୍‌ ଗଭର୍ଣ୍ଣମେଣ୍ଟ୍‌ ଆଫେୟାର୍ସ ଆକାଉଣ୍ଟ୍‌ ପକ୍ଷରୁ କୁହାଯାଇଛି। ତାହାକୁ କମ୍ପାନିର ମାଲିକ ଏଲନ ମସ୍କ ମଧ୍ୟ ସ୍ପଷ୍ଟ କରିଛନ୍ତି। କିଛି ଦିନ ଧରି ‘ଏକ୍ସ’ରେ ଏଆଇ ଟୁଲ୍‌ ଗ୍ରୋକ୍‌କୁ ବ୍ୟବହାର କରି ମହିଳା ଓ ଶିଶୁମାନଙ୍କ ଛବିକୁ ବିକୃତ ଓ ଅଶ୍ଳୀଳ କରି ପୋଷ୍ଟ କରାଯାଉଥିଲା। 

Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର

ସେହି ଧାରା ଭାଇରାଲ୍ ହେବା ପରେ ବିଭିନ୍ନ ମହଲ ତାହା ଉପରେ ଆପତ୍ତି ଉଠାଇବା ସହ ନାରୀଙ୍କ ଅଧିକାର ଓ ସମ୍ମାନର ତାହା ଉଲ୍ଲଂଘନ ବୋଲି କହି ସ୍ବର ଉଠାଇଥିଲେ। ଏହାପରେ କେନ୍ଦ୍ରସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’କୁ ନୋଟିସ୍‌ ଜାରି କରାଯାଇଥିଲା। ୭୨ ଘଣ୍ଟା ମଧ୍ୟରେ ଆକ୍ସନ୍ ଟେକେନ୍‌ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ନିୟମ ପାଳନ ନ କଲେ ଆଇଟି ନିୟମ ୨୦୦୦ ଅଧୀନରେ ଥିବା ବିଭିନ୍ନ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏହି ନୋଟିସ୍‌ ପରେ ‘ଏକ୍ସ’ ପକ୍ଷରୁ ବେଆଇନ କଣ୍ଟେଣ୍ଟ୍‌ ପୋଷ୍ଟ କରୁଥିବା ଲୋକମାନଙ୍କ ଆକାଉଣ୍ଟ୍‌ ବନ୍ଦ କରିବା ଚେତାବନୀ ଦିଆଯାଇଛି।

Cricket: ଜୟ ମା’ ପଞ୍ଚଖଣ୍ଡ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ସାମସିଙ୍ଗା ଚାମ୍ପିଅନ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe