Silver crosses 2 lakh per kg: ରୁପା କେଜି ୨ ଲକ୍ଷ ଟପିଲା: ୨୪ କ୍ୟାରେଟ୍‌ ସୁନା ଲକ୍ଷେ ୩୦ ହଜାର ଉପରେ

ରାଜଧାନୀରେ ରୁପା ଦର ଐତିହାସିକ ଦୁଇ ଲକ୍ଷ ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି। ବୁଧବାର ଏହାର କେଜି ପିଛା ଦାମ୍ ୫୦୦୦ ଟଙ୍କା ବଢ଼ିବାରୁ ମୋଟ୍‌ ଦର ୨,୦୧,୦୦୦ ଟଙ୍କା ହୋଇଛି।

gold silver

ଭୁବନେଶ୍ବର: ରାଜଧାନୀରେ ରୁପା ଦର ଐତିହାସିକ ଦୁଇ ଲକ୍ଷ ଟଙ୍କା ମାଇଲଖୁଣ୍ଟ ଅତିକ୍ରମ କରିଛି। ବୁଧବାର ଏହାର କେଜି ପିଛା ଦାମ୍ ୫୦୦୦ ଟଙ୍କା ବଢ଼ିବାରୁ ମୋଟ୍‌ ଦର ୨,୦୧,୦୦୦ ଟଙ୍କା ହୋଇଛି। ଗତ ନଭେମ୍ବର ୨୫ରୁ ରୁପା ଦାମ୍‌ ଲଗାତାର ଭାବେ ବଢ଼ୁଛି। ଗତ ୯ ଦିନରେ ରୁପା ଦାମ୍‌ରେ ୩୦ ହଜାର ଟଙ୍କାର ବୃଦ୍ଧି ହୋଇଛି। ନଭେମ୍ବର ୧ରେ ଏହାର ମୂଲ୍ୟ ୧,୬୬,୦୦୦ ଟଙ୍କା ଥିଲା। ବିଶେଷଜ୍ଞଙ୍କ ମତରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେଉଥିବାରୁ ରୁପା ଦାମ୍‌ ବଢ଼ୁଛି। ଟଙ୍କାର ଦୁର୍ବଳ ସ୍ଥିତି କେବଳ ରୁପା ନୁହେଁ, ସୁନା ଦରକୁ ମଧ୍ୟ ପ୍ରଭାବିତ କରିଛି। ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୫୦ ଟଙ୍କା ବୃଦ୍ଧି ପାଇ ୧,୧୯,୭୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍‌ର ଦାମ୍ ୭୧୦ ଟଙ୍କା ବୃଦ୍ଧି ପାଇ ୧,୩୦,୫୮୦ ଟଙ୍କା ହୋଇଛି।

Child Marriage: କାଲିଠୁ ଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ

ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ (ଏମ୍‌ସିଏକ୍ସ)ରେ ରୁପାର କେଜି ପିଛା ଦାମ୍ ଆସନ୍ତା ଫେବ୍ରୁଆରି ଡେଲିଭରି ପାଇଁ ୧,୩୦,୭୬୬ ଟଙ୍କା ରହିଛି। କିନ୍ତୁ ଆସନ୍ତା ମାର୍ଚ୍ଚରେ ଡେଲିଭରି ହେବାକୁ ଥିବା ରୁପାର କେଜି ପିଛା ଦାମ୍ ୧,୮୪,୭୨୭ ଟଙ୍କା ଭଳି ଉଚ୍ଚା ରହିଛି। ତେଣୁ ‌ଆସନ୍ତା କିଛି ମାସ ପର୍ଯ୍ୟନ୍ତ ଏହି ମୂଲ୍ୟବାନ ଧାତୁର ଦାମ୍‌ ଉଚ୍ଚ ସ୍ତ‌ରରେ ରହିବା ଆଶଙ୍କାକୁ ଏଡ଼ାଇ ହେବନାହିଁ। ରିଲାଏନ୍ସ ସିକ୍ୟୁରିଟିଜ୍‌ର ବରିଷ୍ଠ ରିସର୍ଚ୍ଚ ଆନାଲି‌ଷ୍ଟ ଜିଗର ତ୍ରିବେଦୀଙ୍କ ମତରେ ଦୁର୍ବଳ ଟଙ୍କା ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୪୨୨୦ ଡଲାରକୁ ବୃଦ୍ଧି ପାଇବ। ଆମେରିକାର ଫେଡେରାଲ ରିଜର୍ଭ ସୁଧକୁ ଆହୁରି କୋହଳ କରିବ ତେବେ ସୁନା ଆହୁରି ମହଙ୍ଗା ହେବ। 

China's Third Gold Reserve: ଚୀନ୍ ହାତରେ ଗୁପ୍ତଧନ: ହଜାରେ ଟନ୍‌ରୁ ଅଧିକ ସୁନା ଭଣ୍ଡାର ଆବିଷ୍କୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe