Bhubaneswar airport: ଭୁବନେଶ୍ବର ବିମାନବନ୍ଦରରେ ସ୍ଥିତି ସ୍ବାଭାବିକ: ସବୁ ଲଗେଜ୍ ହସ୍ତାନ୍ତର ହୋଇଛି, ଇଣ୍ଡିଗୋର ୭ ଉଡ଼ାଣ ବାତିଲ

Advertisment

ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଉଡ଼ାଣକୁ ନେଇ ଲାଗିରହିଥିବା ସମସ୍ୟା ମଧ୍ୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଭାବିକ ସ୍ଥିତି ଫେରିଛି। ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଉଡ଼ାଣକୁ ନେଇ ଲାଗିରହିଥିବା ସମସ୍ୟା ମଧ୍ୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଭାବିକ ସ୍ଥିତି ଫେରିଛି। ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Bhubaneswar airport

Bhubaneswar airport

ଭୁ‌ବନେଶ୍ବର: ଦେଶବ୍ୟାପୀ ଇଣ୍ଡିଗୋ ବିମାନ ଉଡ଼ାଣକୁ ନେଇ ଲାଗିରହିଥିବା ସମସ୍ୟା ମଧ୍ୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଭାବିକ ସ୍ଥିତି ଫେରିଛି। ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏବେ ବିମାନବନ୍ଦରରେ ଆଉ ପୂର୍ବଭଳି ଅସମ୍ଭାଳ ଭିଡ଼  ହେଉନଥିବା ସେ କହିଛନ୍ତି। ଇଣ୍ଡିଗୋ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ କମ୍ପାନିର ସମସ୍ତ ସିଡ୍ୟୁଲ୍‌ଡ ଉଡ଼ାଣ ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇନାହିଁ। ଯୋଜନା ଅନୁସାରେ କିଛି ଉଡ଼ାଣ ବାତିଲ ହେଉଛି। ଆଜି ୭ଟି ବିମାନର ଉଡ଼ାଣ ବାତିଲ କରିବ ବୋଲି କମ୍ପାନି ଗତକାଲି ଅବଗତ କରିଥିଲା। ସେ ବିଷୟରେ ଯାତ୍ରୀମାନଙ୍କୁ ଆଗୁଆ ସୁଚିତ କରାଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର ଇଣ୍ଡିଗୋ ୧୧ଟି ଉଡ଼ାଣ ବାତିଲ କରିଥିଲା। ଦେଶର ପ୍ରମୁଖ ସହରଗୁଡ଼ିକୁ ଇଣ୍ଡିଗୋର ଉଡ଼ାଣ ବାତିଲ ହୋଇଥିଲା। 

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଯାତ୍ରୀ ସହାୟତା ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ରିଫଣ୍ଡ୍‌ ଦେବା ଲାଗି ସବୁ ପ୍ରକାର ସହଯୋଗ ପ୍ରଦାନ କରାଯାଉଛି। ବିମାନ ସମ୍ପର୍କରେ ସୂଚନା ଦେବା ଲାଗି ୨୪ ଘଣ୍ଟିଆ ହେଲ୍‌ପଲାଇନ୍ ନମ୍ବର କାମ କରୁଛି। ଆମ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ମଧ୍ୟ ନିୟମିତ ସୂଚନା ଦିଆଯାଉଛି। ତେଣୁ କୌଣସି ଯାତ୍ରୀ ବିମାନବନ୍ଦର ଆସିବା ପୂର୍ବରୁ ଏୟାରଲାଇନ୍ସର କିମ୍ବା ବିମାନବନ୍ଦରର ନମ୍ବରରେ ଯୋଗାଯୋଗ କଲେ ଯାତ୍ରା ସମ୍ପର୍କରେ ସଠିକ୍ ସୂଚନା ପାଇପାରିବେ ଓ ଅସୁବିଧା ଭୋଗିବେ ନାହିଁ ବୋଲି ସେ କହିଛନ୍ତି। ପୂର୍ବଭଳି ବିମାନବନ୍ଦରରେ ଆଉ କୌଣସି ଭିଡ଼ ହେଉନଥିବା ସେ ସ୍ପଷ୍ଟ କରିଛନ୍ତି। ଲଗେଜ୍‌ ସମସ୍ୟା ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ପାଖକୁ ଯେତିକି ଲଗେଜ୍‌ ଆସିଛି ସବୁ ଯାତ୍ରୀଙ୍କୁ ଦିଆଯାଇଛି। କୌଣସି ଲଗେଜ୍ ପଡ଼ିରହିନାହିଁ। ଅନ୍ୟ କୌଣସି ବିମାନବନ୍ଦରରେ ଥିବା ସମସ୍ୟା କାରଣରୁ କିଛି ଯାତ୍ରୀଙ୍କ ଲଗେଜ୍ ଭୁବନେଶ୍ବର ପହଞ୍ଚିପାରି ନଥିବା ଭଳି ଘଟଣା ରହିଛି। ‌ଯେତେବେଳେ ଲଗେଜ୍ ଆସୁଛି, ଆମେ ତୁରନ୍ତ ଯାତ୍ରୀଙ୍କୁ ଯୋଗାଯୋଗ କରି ତାଙ୍କ ପାଖରେ ତାହା ପହଞ୍ଚାଇବାର ବ୍ୟବସ୍ଥା କରୁଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe