Have You Sent Money to the Wrong UPI ID?: ଆପଣ ଭୁଲ୍‌ ୟୁପିଆଇରେ ଟଙ୍କା ପଠେଇ ଦେଇଛନ୍ତି କି?

Advertisment

ବେଳେବେଳେ ଆମେ ଅନ୍‌ଲାଇନ୍‌ରେ ଟଙ୍କା କାରବାର ସମୟରେ ଅଜାଣତରେ ଭୁଲ୍‌ ୟୁପିଆଇକୁ ଟଙ୍କା ପଠେଇ ଦେଇଥାଉ। ଯଦି ଭୁଲ୍‌ରେ ପେମେଣ୍ଟ କରିଦେଇଛନ୍ତି, ତେବେ ଏହି ଟଙ୍କା କିପରି ଫେରସ୍ତ ପାଇବେ ତାହା ଜାଣନ୍ତୁ।

ବେଳେବେଳେ ଆମେ ଅନ୍‌ଲାଇନ୍‌ରେ ଟଙ୍କା କାରବାର ସମୟରେ ଅଜାଣତରେ ଭୁଲ୍‌ ୟୁପିଆଇକୁ ଟଙ୍କା ପଠେଇ ଦେଇଥାଉ। ଯଦି ଭୁଲ୍‌ରେ ପେମେଣ୍ଟ କରିଦେଇଛନ୍ତି, ତେବେ ଏହି ଟଙ୍କା କିପରି ଫେରସ୍ତ ପାଇବେ ତାହା ଜାଣନ୍ତୁ।

Untitled-20

ବେଳେବେଳେ ଆମେ ଅନ୍‌ଲାଇନ୍‌ରେ ଟଙ୍କା କାରବାର ସମୟରେ ଅଜାଣତରେ ଭୁଲ୍‌ ୟୁପିଆଇକୁ ଟଙ୍କା ପଠେଇ ଦେଇଥାଉ। ଏପରି ‌ଅସୁବିଧାର ସମ୍ମୁଖୀନ ପ୍ରାୟ ପ୍ରତ୍ୟେକ ଲୋକ ହୋଇଥିବେ। ତେବେ ଯଦି ଭୁଲ୍‌ ୟୁପିଆଇରେ ପେମେଣ୍ଟ କରିଦେଇଥାନ୍ତି, ତେବେ ଏହି ଟଙ୍କା କିପରି ଫେରସ୍ତ ପାଇବେ ତାହା ଜାଣନ୍ତି କି? ଆସନ୍ତୁ ଏବିଷୟରେ ଜାଣିବା...

ଏମିତି ଅଜାଣତରେ ଟଙ୍କା ପଠେଇଥିଲେ ଭୟ କରନ୍ତୁ ନାହିଁ। ଯଦି ଆପଣ ଓ ପ୍ରାପ୍ତକର୍ତ୍ତା ସମାନ ବ୍ୟାଙ୍କଧାରକ ହୋଇଥାନ୍ତି ତେବେ ସାଧାରଣତଃ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ କରିପାରିବେ। ଭିନ୍ନ ବ୍ୟାଙ୍କ ହୋଇଥିଲେ ଏହା ଅପେକ୍ଷାକୃତ ଟିକେ ଅଧିକ ସମୟ ନେଇଥାଏ।

ଟଙ୍କା ଫେରସ୍ତ ପାଇଁ କ’ଣ କରିବେ?

ଏଭଳି ପରିସ୍ଥିତିରେ ସାହାଯ୍ୟ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କିଛି ନିର୍ଦ୍ଦେଶାବଳୀ ଜାରି କରିଛି:
- ପ୍ରଥମେ ଆପଣ ପ୍ରାପ୍ତକର୍ତ୍ତାଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ। ଭଦ୍ର ଭାବରେ ତାଙ୍କୁ ଟଙ୍କା ଫେରାଇବାକୁ କହନ୍ତୁ ଏବଂ ତାଙ୍କୁ କାରବାରର ବିବରଣୀ ପ୍ରଦାନ କରିବାକୁ କହନ୍ତୁ।
- ଯଦି ଆପଣ ପ୍ରାପ୍ତକର୍ତ୍ତାଙ୍କ ସହଯୋଗ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାରେ ଅସମର୍ଥ, ତେବେ ଆପଣ ନ୍ୟାସ୍‌ନାଲ୍‌ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (NPCI) ରେ ଅଭିଯୋଗ ଦାଖଲ କରି ମାମଲା ରୁଜୁ କରିପାରିବେ। କାରବାରର ସମସ୍ତ ବିବରଣୀ ଓ ଆବଶ୍ୟକୀୟ ସହାୟକ ପ୍ରମାଣ ସହିତ ସେମାନଙ୍କୁ ଦିଅନ୍ତୁ। ଏନ୍‌ପିସିଆଇ ଏହି ଘଟଣାର ଅଧିକ ଅନୁସନ୍ଧାନ କରିବେ।
- ଭୁଲ୍‌ କାରବାର ବିଷୟରେ ଆପଣଙ୍କ ବ୍ୟାଙ୍କ୍‌କୁ ଯଥାଶୀଘ୍ର ସୂଚନା ଦିଅନ୍ତୁ। ବ୍ୟାଙ୍କ୍‌କୁ ଆବଶ୍ୟକୀୟ ବିବରଣୀ ଦିଅନ୍ତୁ, ଯାହାଦ୍ବାରା ସେମାନେ ରିଫଣ୍ଡ୍‌ ପାଇଁ ଏକ ଚାର୍ଜବ୍ୟାକ୍‌ ଆରମ୍ଭ କରିପାରିବେ।
- ଭୁଲ୍‌ ୟୁପିଆଇ କାରବାର କ୍ଷେତ୍ରରେ, ଆପଣ ସହାୟତା ପାଇଁ ୧୮୦୦-୧୨୦-୧୭୪୦ ଟୋଲ୍‌ ଫ୍ରି ନମ୍ବରକୁ ମଧ୍ୟ କଲ୍‌ କରିପାରିବେ।

ଟଙ୍କା ଫେରସ୍ତ ପାଇବେ କିପରି?

-ବ୍ୟବହୃତ ପେମେଣ୍ଟ୍‌ ସିଷ୍ଟମ୍‌ (ଗୁଗୁଲ୍‌ ପେ, ଫୋନ୍‌ ପେ ବା ପେଟିଏମ୍‌)ରେ ଏକ ଅଭିଯୋଗ ଦାଖଲ କରନ୍ତୁ।
ଏନ୍‌ପିସିଆଇ ୱେବ୍‌ସାଇଟ୍‌ ଯାଇ ‘ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ ମେକାନିଜିମ୍’ ବିଭାଗ ଅଧୀନରେ ଅନଲାଇନ୍ ଫର୍ମ ପୂରଣ କରନ୍ତୁ। କାରବାର ଆଇଡି, ଭର୍ଚୁଆଲ୍‌ ପେମେଣ୍ଟ ଠିକଣା, ଆମାଉଣ୍ଟ ଟ୍ରାନ୍‌ସଫର୍‌, କାରବାର ତାରିଖ, ଇମେଲ୍ ଆଇଡି ଓ ମୋବାଇଲ୍‌ ନମ୍ବର୍‌ ସହ ଆବଶ୍ୟକ ବିବରଣୀ ଦିଅନ୍ତୁ। ଡିଡକ୍‌ସନ୍‌ ଦର୍ଶାଇ ଆପଣଙ୍କର ବ୍ୟାଙ୍କ୍‌ ଷ୍ଟେଟ୍‌ମେଣ୍ଟ୍‌ ଅପଲୋଡ୍‌ କରନ୍ତୁ।
-ଆପଣଙ୍କ ଅଭିଯୋଗର କାରଣ ଭାବରେ ‘ଇନ୍‌କରେକ୍ଟଲି ଟ୍ରାନ୍‌ସଫର୍‌ଡ ଟୁ ଆନାଦର୍‌ ଆକାଉଣ୍ଟ’କୁ ବାଛନ୍ତୁ।
-ଯଦି ଅଭିଯୋଗ ସମାଧାନ ହୋଇନଥାଏ, ତେବେ ନିମ୍ନ କ୍ରମରେ ସମସ୍ୟାକୁ ଦାଖଲ କରନ୍ତୁ: ପ୍ରଥମେ, TPAP (ଥାର୍ଡ-ପାର୍ଟି ଆପ୍ଲିକେସନ୍‌ ପ୍ରୋଭାଇଡର୍‌)କୁ; ତା’ପରେ, PSP(ପେମେଣ୍ଟ୍‌ ସର୍ଭିସ୍‌ ପ୍ରୋଭାଇଡର୍‌ ବ୍ୟାଙ୍କ୍‌)କୁ; ବ୍ୟାଙ୍କ୍‌ ଦ୍ବାରା ଯେଉଁଠାରେ ଉପଭୋକ୍ତା ଗ୍ରାହକ ଜଣକ ତାଙ୍କ ଆକାଉଣ୍ଟ ପରିଚାଳନା କରନ୍ତି ଏବଂ ଶେଷରେ ଏନ୍‌ପିସିଆଇକୁ।

ଆହୁରି ପଢ଼ନ୍ତୁ-Rail Accident : ୨୦୧୪-୧୫ରେ ରେଳ ଦୁର୍ଘଟଣା ସଂଖ୍ୟା ୧୩୫ ଥିବାବେଳେ ୨୦୨୫-୨୬ରେ ଏପର୍ଯ୍ୟନ୍ତ ୧୧କୁ ହ୍ରାସ ପାଇଛି : ବୈଷ୍ଣବ

-ଯଦି ଗୋଟିଏ ମାସ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇନଥାଏ କିମ୍ବା ଆପଣ ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ଅଛନ୍ତି, ତେବେ ଡିଜିଟାଲ୍‌ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ସ୍ବାଧୀନ ଅଧିକାରୀ (ଓମ୍ବୁଡ୍‌ସମ୍ୟାନ୍‌)ଙ୍କ ନିକଟକୁ ଯାଆନ୍ତୁ।
-ଯେଉଁଠାରେ ସିଷ୍ଟମ୍‌ ଅଂଶଗ୍ରହଣକାରୀଙ୍କ ଶାଖା କିମ୍ବା କାର୍ଯ୍ୟାଳୟ ଅବସ୍ଥିତ ସେଠାରେ କିମ୍ବା କେନ୍ଦ୍ରୀୟ କାର୍ଯ୍ୟ ପାଇଁ ଗ୍ରାହକଙ୍କ ଠିକଣା ପଞ୍ଜିକୃତ ହୋଇଥିବା ଅଧିକାରରେ ଅଭିଯୋଗ ଫାଇଲ୍ କରନ୍ତୁ।
-ଟଙ୍କା ପୁନରୁଦ୍ଧାର ପାଇଁ, ଆପଣଙ୍କୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଆପଣଙ୍କ ଅଜାଣତରେ ଟଙ୍କା ଅଲଗା ଆକାଉଣ୍ଟ୍‌କୁ ପଠାଯାଇଛି। ଥରେ ପ୍ରମାଣିତ ହେବା ପରେ, ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ୍‌ ଦାୟ ରହିବ।

ଆହୁରି ପଢ଼ନ୍ତୁ- 🔴 LIVE | News Updates 12th Dec 2025: ରାଜଧାନୀର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ଦେହାନ୍ତ

ଭୁଲ୍‌ ୟୁପିଆଇ କାରବାରକୁ କିପରି ଏଡ଼ାଇବେ?

-ଦେୟ ଦେବା ପୂର୍ବରୁ ୟୁପିଆଇ ଆଇଡିକୁ ଦୁଇଥର ଯାଞ୍ଚ କରନ୍ତୁ।
-ଦରକାର ପଡ଼ିଲେ ହେଲେ ଟଙ୍କା ଗ୍ରହଣ କରିଥିବା ଲୋକଙ୍କ ୟୁପିଆଇ ଆଇଡି ଯାଞ୍ଚ କରନ୍ତୁ।
-QR କୋଡ୍‌ ସ୍କାନ୍‌ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
-ଫିସିଂ ସ୍କାମ୍‌ ବିରୁଦ୍ଧରେ ସତର୍କ ରୁହନ୍ତୁ, କାରଣ ଠକମାନେ ନକଲି QR କୋଡ୍‌ କିମ୍ବା ଲିଙ୍କ୍‌ ବ୍ୟବହାର କରି ଭୁଲ୍‌ ୟୁପିଆଇ ଆଇଡିରେ କାରବାର କରି ଆପଣଙ୍କ ଟଙ୍କା ଲୁଟିନେବାରେ ସକ୍ଷମ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe