ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଆଉ ୪ଦିନ, ଖୋଲିଛି ୨୫ ରଥ, ୮୦ କଳାକୁଞ୍ଜ

ବ୍ରହ୍ମପୁର: ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆଉ ମାତ୍ର ୪ଦିନ ବାକି ରହିଛି। ଚଳିତବର୍ଷ ଯାତ୍ରାରେ ମୋଟ ୨୫ଟି ରଥ ଓ ୮୦ଟି କଳାକୁଞ୍ଜ ଉନ୍ମୋଚନ କରାଯାଇଛି। ୩୨ଦିନ ଧରି ଅନୁଷ୍ଠିତ ହେଉଥିବା ଯାତ୍ରାର ୨୮ଦିନ ଓ ଘଟ ପରିକ୍ରମାର ୨୫ଦିନରେ ଖାସ୍ପାସାହିର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମର ବିଜେଡି ପ୍ରାର୍ଥୀ, ନେତା କେନ୍ଦ୍ରାପଡ଼ା ମୁହାଁ : ପ୍ରମିଳା ଏବେ ତାରକା ପ୍ରଚାରକ

ବ୍ରହ୍ମପୁର : ଭୋଟ ପରେ ଆସିକାର ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଏବେ ନିଜ ଅଞ୍ଚଳରେ ନାହାନ୍ତି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନୁଭବଙ୍କ ପାଇଁ ସେ ଏବେ ତାରକା ପ୍ରଚାରକ। କିଛିଦିନ ତଳେ କେନ୍ଦ୍ରାପଡ଼ାଠ‌ାରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ତାଙ୍କୁ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ପୁଣି ଚିଟ୍‌ଫଣ୍ଡ ଠକେଇ : ଆଲକେମିଷ୍ଟ ୧୦୦ କୋଟି ଧରି ଛୁ’, କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦାବି କଲେ ଜମାକାରୀ

ପାଟପୁର : ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଚିଟ୍‌ଫଣ୍ତ କ˚ପାନିର କାରନାମା ପଦାକୁ ଆସିଛି। ଆଲକେମିଷ୍ଟ୍ ନାମକ ଏକ ସଂସ୍ଥା ଜମାକାରୀଙ୍କଠୁ ୧୦୦ କୋଟି ଟଙ୍କା ହଡ଼ପ କରି ଚମ୍ପଟ ମାରିଛି। ହଡ଼ପର ଶିକାର ହୋଇଥିବା ଜମାକାରୀଙ୍କ ଭିତରେ ରହିଛନ୍ତି ବହୁ ଖଟିଖିଆ ଶ୍ରମିକ, ଚାଷୀ ଓ କ୍ଷୁଦ୍ର ବେପାରୀ।…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଆହାର କେନ୍ଦ୍ରରେ ରୋଷେଇ ବେଳେ ନିଆଁ ଲାଗି ବହୁ ସରଞ୍ଜାମ ନଷ୍ଟ

ଭଞ୍ଜନଗର: ବୁଧବାର ସକାଳେ ଭଞ୍ଜନଗରସ୍ଥିତ ‘ଆହାର’ କେନ୍ଦ୍ରରେ ନିଆଁ ଲାଗିଯିବାରୁ ବହୁ ରୋଷେଇବାସ ସରଞ୍ଜାମ ପୋଡ଼ି ନଷ୍ଟ ହୋଇ ଯାଇଛି। ସକାଳ ପ୍ରାୟ ୫: ୪୫ ସମୟରେ କେନ୍ଦ୍ରରେ ରୋଷେଇ କରାଯାଉଥିବା ବେଳେ ଏଲ୍‌ପିଜି ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ରୋଷେଇ କରୁଥିବା ଲୋକେ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ମ୍ୟାନେଜର୍ ପରିଚୟ ଦେଇ ୪୦ହଜାର ଠକେଇ

ବେଲଗୁଣ୍ଠା : ଫୋନରେ ନିଜକୁ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର୍ ପରିଚୟ ଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ୪୦ହଜାର ଟଙ୍କା ଠକେଇ ଅଭିଯୋଗ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପେଣ୍ଠ ସାହି ବାସିନ୍ଦା ବିଜୟ କୁମାର ନାୟକଙ୍କ ପତ୍ନୀ ତଥା…
ଅଧିକ ଖବର ଦେଖନ୍ତୁ...

ବାଲିଝଡ଼ରେ ସମାଧି ନେଲେ ଶତାଧିକ ମେଣ୍ଢା

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତ ଉଦ୍ଧୁପୁର ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମ ନିକଟ ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀ ବାଲିରେ ଶତାଧିକ ମେଣ୍ଢା ଯାଉଥିବାବେଳେ ବାଲିଝଡ଼ ମାଡ଼ି ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ଅପରାହ୍ନ ପ୍ରାୟ ୪ଟା ବେଳର…
ଅଧିକ ଖବର ଦେଖନ୍ତୁ...

ବିଜେପି ପ୍ରାର୍ଥୀଙ୍କ ନାମରେ ମାମଲା

ଗୋଳନ୍ଥରା : ଚିକିଟି ବ୍ଲକ ଗୋଳନ୍ଥରା ଥାନା ଆରୁ୍ଆ ସୋନପୁର ଗ୍ରାମର ଜୀବନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଚିକିଟି ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ମନୋରଂଜନ ଦ୍ୟାନସାମନ୍ତରା ଓ ତାଙ୍କର ଜଣେ ସମର୍ଥକ ମାଉଜର୍ ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଜୀବନଙ୍କ…
ଅଧିକ ଖବର ଦେଖନ୍ତୁ...

ନାକୋର ଆକଳନ : ଗଞ୍ଜାମରେ ୨୮ ହଜାର ଏଡସ୍‌ ଆକ୍ରାନ୍ତ!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୀର୍ଘ ୧୯ବର୍ଷ ହେଲା ଚାଲିଛି ଏଡସ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ। ଏଥିପାଇଁ କେନ୍ଦ୍ର ସରକାର ପ୍ରଦାନ କରୁଥିବା କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲାଣି। ତଥାପି ଓଡ଼ିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବାବେଳେ ଦେଶରେ ଓଡିଶା ଅଷ୍ଟମ ସ୍ଥାନରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ମୃତ, ଜଣେ ଗୁରୁତର

ବ୍ରହ୍ମପୁର : ହିଞ୍ଜିଳିକାଟୁଥାନା ଅନ୍ତର୍ଗତ ବରପଲ୍ଲୀ ଗ୍ରାମ ଡାଲଖାଇ ମନ୍ଦିର ନିକଟରେ ରବିବାର ସନ୍ଧ୍ୟାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ବ୍ରହ୍ମପୁର ସଦରଥାନା ଅନ୍ତର୍ଗତ ସିକୁଳିପଲ୍ଲିର ଏସ୍‌. ସୁନୀଲ(୩୮) ଓ…
ଅଧିକ ଖବର ଦେଖନ୍ତୁ...

ବୋମାମାଡ଼ରେ ଯୁବକ ମୃତ, ବଡ଼ଗୁମୁଳାରେ ଗାଁରେ ଉତ୍ତେଜନା

ଗୋପାଳପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମରେ ହୋଇଛି ବୋମାମାଡ଼। ବୋମାମାଡ଼ରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସାହୁ(୩୭) ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବାବେଳେ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...