ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ ଜେଲ୍

ଆସିକା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାରେ ୨୦୧୧ ଜାନୁଆରି ୧୭ ତାରିଖରେ ଜଣେ ପାଞ୍ଚବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆସିକା ଏଡିଜେ ପ୍ରବୀଣ କୁମାର ଚୌଧୁରୀ ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ରୁନା ଦାଶ ଓରଫ ତ୍ରିପାଠୀକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟସ୍ଥଳେ ଅଧିକ ୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବ‌ୋଲି ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି।

ସରକାରଙ୍କ ପକ୍ଷରୁ ଏପିପି ସୁଧାଂଶୁ କୁମାର ପଣ୍ଡା ଓ ଜି.ସୂର୍ଯ୍ୟପ୍ରକାଶ ରାଓ ମକଦ୍ଦମା ପରିଚାଳନା କରୁଥିଲେ। ଘଟଣା ଦିନ ନାବାଳିକାଜଣକ ଘର ବାହାରେ‌ ଖେଳୁଥିବା ସମୟରେ ରୁନା ତାଙ୍କୁ ଡାକି ନେଇ ଦୁଷ୍କର୍ମ କରିଥି‌ଲେ। ଏନେଇ ବୁଗୁଡ଼ା ଥାନାରେ ନମ୍ବର ୩/୨୦୧୧ରେ ମାମଲା ରୁଜୁ ସହ ରୁନାକୁ ଗିରଫ କରାଯାଇଥିଲା। ଆସିକା ଏଡିଜେ କୋର୍ଟରେ (ଏସଟି ୧୩୬/୧୪) ମାମଲାର ବିଚାରଣା ଜାରି ରହିଥିଲା। ବିଚାରପତି ଚୂଡ଼ାନ୍ତ ରାୟ ଶୁଣାଇବା ସହ ଦୋଷୀକୁ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର