ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ: ସୋନପୁରରେ ଫୁଙ୍କିବେ ନିର୍ବାଚନ ବିଗୁଲ୍‌

ଭୁବନେଶ୍ବର/ଝାରସୁଗୁଡ଼ା/ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶ୍ରୀ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ସାଂସଦ ଜୁଏଲ ଓରାକ, ସୁରେଶ ପୂଜାରୀ ଓ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ସ୍ବାଗତ କରିଛନ୍ତି। ଝାରସୁଗୁଡ଼ାରୁ ଏକ…
ଅଧିକ ଖବର ଦେଖନ୍ତୁ...

ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ, ତାତିରେ ତ୍ରାହିତ୍ରାହି ଡାକିଲେ ଭୁବନେଶ୍ବରବାସୀ

ଭୁବନେଶ୍ବର: ଆଜି ଦିନ ତମାମ ରାଜ୍ୟବାସୀ ତତଲା ଖରା ଓ ଝାଞ୍ଜିରେ ଭାଜି ହୋଇଛନ୍ତି। ଅପରାହ୍‌ଣ ୨ଟା ୩୦ରେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଏଥିରେ ଝାରସୁଗୁଡ଼ା ସର୍ବାଧିକ ରହିଛି। ଝାରସୁଗୁଡ଼ାବାସୀ ଦିନ ୨ଟା ୩୦ରେ ୪୩.୬ ଡିଗ୍ରିରେ ସିଝିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ପଡ଼ିଲା ଡ୍ରୋନ୍, ପୁଲିସ୍ ତଦନ୍ତ ଜାରି

ବେଲପାହାଡ଼: ସାଂସଦ ସୁରେଶ ପୂଜାରୀଙ୍କ ଘର ପାଖରେ ଏକ ସନ୍ଦିଗ୍ଧ ଡ୍ରୋନ୍ ପଡ଼ିଛି। ଏହି ଡ୍ରୋନ୍ କାହାର ତାହା ଜଣାପଡ଼ିନି। ଏନେଇ ବେଲପାହାଡ଼ ‌ପୁଲିସ୍ ପକ୍ଷରୁ ସାଂସଦଙ୍କ ଘରେ ତଦନ୍ତ ଜାରି ରହିଛି। ଡ୍ରୋନ୍‌କୁ ନେଇ ସୁରେଶ ପୂଜାରୀ ସନ୍ଦେହ ପ୍ରକାଶ କରିଛନ୍ତି। ବେଲପାହାଡ଼ସ୍ଥିତ ଗାନ୍ଧିଛକ…
ଅଧିକ ଖବର ଦେଖନ୍ତୁ...

ଦ୍ରୁତ ଶିଳ୍ପାୟନର କବର ଭିତରକୁ ଚାଲିଗଲାଣି ସବୁଜିମା: ଏବେ କେବଳ ଈଶ୍ବର ଅଛନ୍ତି, ଝାଡ଼୍‌ ନାହିଁ

ତେଜସ୍କର ମହାପାତ୍ର ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଇଷ୍ଟଦେବତା ବାବା ଝାଡ଼େଶ୍ବରଙ୍କୁ ନେଇ ଜିଲ୍ଲାର ନାମକରଣ ବି ହୋଇଥିବା ଲୋକକଥାରେ ପ୍ରଚଳିତ। ଅଞ୍ଚଳର ପ୍ରାକୃତିକ ସ୍ଥିତିକୁ ନେଇ ଏହି ଶତାବ୍ଦୀ ପୁରୁଣା ମନ୍ଦିରର ସେତେବେଳେ ନାମକରଣ ହୋଇଥିଲା। ଝାଡ଼୍‌(ସମ୍ବଲପୁରୀ ଭାଷାରେ ଜଙ୍ଗଲ)…
ଅଧିକ ଖବର ଦେଖନ୍ତୁ...

ବିଜେପି ଜନସମାବେଶରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: ମହାନଦୀ କୂଳରେ ଥାଇ ମରୁଡ଼ି କ’ଣ ରୂପାନ୍ତର?

ଝାରସୁଗୁଡ଼ା/ଲଇକେରା: ‘ଗତ କିଛିଦିନ ହେବ ମୁଁ ମହାନଦୀ କୂଳରେ ଥିବା ଜିଲ୍ଲାଗୁଡ଼ିକୁ ଯାଇଛି। ହେଲେ, ଏହି ଜିଲ୍ଲାଗୁଡ଼ିକରେ ମରୁଡ଼ି ହେଉଛି । ଏହା କ’ଣ ୨୪ ବର୍ଷ ଶାସନର ରୂପାନ୍ତର?’ ମଙ୍ଗଳବାର ଝାରସୁଗୁଡ଼ାର ଲଇକେରା ଓ କିର୍ମିରାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବ, ଜନସମାବେଶରେ ଯୋଗଦେଇ ଏଭଳି…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ମାରିଦେଲା ସ୍ବାମୀ

ଝାରସୁଗୁଡ଼ା: ସୀମା ଟପିଲା ବର୍ବରତା। ପାରିବାରିକ କଳହକୁ ନେଇ ଝଗଡ଼ା ପରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ବାମୀ। ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମହୁଲପଡ଼ା-ଚିଠୁଆପଡ଼ାରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି। ଏହି ଘଟଣାରେ ସସ୍ମିତା ଓରାମ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ଡଙ୍ଗା ବୁଡ଼ି: ଏଯାଏ ୭ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏଯାଏ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି। ଏମାନଙ୍କ ମଧ୍ୟରେ ୨ ମହିଳା ଓ ୨ ନାବାଳକଙ୍କ ସମେତ ପୁରୁଷ ଥିବା ଜଣାଯାଇଛି। ଦୁଇ ମୃତ ନାବାଳକ ହେଲେ ପିକେଶ୍ବର ରାଠିଆ ଓ ନବୀନ ରାଠିଆ। ଉଭୟଙ୍କର ବୟସ ୭ ବର୍ଷ ବୋଲି…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର/ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ଲକ୍ଷ ଟଙ୍କା ଲେଖାଏ…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ଡଙ୍ଗା ବୁଡ଼ିବା ଘଟଣା: ଜଣେ ମହିଳାଙ୍କ ମୃତ୍ୟୁ, ୬ରୁ ଊର୍ଦ୍ଧ୍ବ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଆହୁରି ୬ରୁ ଅଧିକ ଲୋକ ନିଖୋଜ ଥିବା ଜଣାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରଖିଛନ୍ତି। ମୃତ ମହିଳାଙ୍କର ପରିଚୟ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାରରେ ଅଘଟଣ ଘଟିଛି। ଡଙ୍ଗା ବୁଡ଼ି ୧୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ସରଧା…
ଅଧିକ ଖବର ଦେଖନ୍ତୁ...