ଆମେରିକାରେ ସିଇଓ ହେବା ପାଇଁ ପ୍ରଥମ ସର୍ତ୍ତ: ପ୍ରାର୍ଥୀ ଭାରତୀୟ ହୋଇଥିବା ଜରୁରୀ, କହିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତୀୟମାନେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟାଳୟରେ ସର୍ବଶ୍ରେଷ୍ଠ ପଦବୀରେ ଅବସ୍ଥାପିତ ଅଛନ୍ତି ଏବଂ ସେମାନଙ୍କର ପ୍ରତିଭାକୁ ସର୍ବତ୍ର ପ୍ରଶଂସା କରାଯାଇଥାଏ। ୟୁଟ୍ୟୁବ୍, ଆଡୋବ୍, ଗୁଗୁଲ୍, ଷ୍ଟାରବକ୍ସ ଏବଂ ଆଇବିଏମ୍ ପରି ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ଏହା ବ୍ୟତୀତ ଭାରତୀୟ ଲୋକମାନେ ମଧ୍ୟ ଅନେକ ଆମେରିକୀୟ କମ୍ପାନୀର ସିଇଓ ପଦରେ ଅଛନ୍ତି।

ଏହି ସମୟରେ, ଆମେରିକାରେ ଏକ ଧାରା ଆରମ୍ଭ ହୋଇଛି ଯେ ଯଦି ଆପଣ ଆମେରିକାର ଏକ କମ୍ପାନୀର ସିଇଓ ହେବାକୁ ଚାହୁଁଛନ୍ତି, ତେବେ ଜଣେ ଭାରତୀୟ ହେବା ହେଉଛି ପ୍ରଥମ ସର୍ତ୍ତ। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଏହି ଧାରା ବିଷୟରେ କହିଥିଲେ । ସେ ପ୍ରବାସୀ ଭାରତୀୟମାନଙ୍କୁ ପ୍ରଶଂସା କରି ଏଭଳି କହିଛନ୍ତି।

ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ନ୍ୟୁଜ୍ ଏଜେନ୍ସି ଏଏନଆଇ ସହିତ ଏକ ସାକ୍ଷାତକାର ସମୟରେ କହିଥିଲେ ପୂର୍ବରୁ ଏକ ଧାରା ଥିଲା ଯଦି ଆପଣ ଜଣେ ଭାରତୀୟ ତେବେ ଆପଣ ଆମେରିକାର ସିଇଓ ହୋଇପାରିବେ ନାହିଁ କିନ୍ତୁ ବର୍ତ୍ତମାନ ଧାରାରେ ପରିବତ୍ତର୍ନ ହୋଇଛି। ତାହା ହେଉଛି ଯଦି ଆପଣ ଜଣେ ଭାରତୀୟ ନୁହଁନ୍ତି ତେବେ ଆପଣ ଆମେରିକାର ସିଇଓ ହୋଇପାରିବେ ନାହିଁ । ସେ ସାକ୍ଷାତକାରରେ କହିଛନ୍ତି ଭାରତୀୟ ଲୋକମାନେ ଆସି ଆମେରିକାରେ ଏକ ବଡ ପରିବର୍ତ୍ତନ କରିଛନ୍ତି।

ଏରିକ କହିଛନ୍ତି ଆମେରିକା ଏକ ସୁରକ୍ଷିତ ଦେଶ ଏବଂ ଭାରତୀୟ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ ପାଇଁ ବହୁତ ଯତ୍ନବାନ । ଏହା ସହିତ ସେ ଆମେରିକାରେ ପଢୁଥିବା ଭାରତୀୟ ପିଲାମାନଙ୍କର ପିତାମାତାଙ୍କୁ ମଧ୍ୟ ଆଶ୍ୱାସନା ଦେଇ କହିଛନ୍ତି ଯେ ଯେତେବେଳେ ସେମାନେ ଆମେରିକାରେ ଅଛନ୍ତି, ତୁମର ପିଲାମାନେ ଆମର ସନ୍ତାନ। ପିଟିଆଇ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଆମେରିକାରେ ଅନେକ ଉତ୍ସ ଅଛି ଯାହା ମାନସିକ ସ୍ବାସ୍ଥ୍ୟ ହେଉ ପିଲାମାନଙ୍କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିପାରିବ। ସେ ଆହୁରି ମଧ୍ୟ କହିଛନ୍ତି ଆମେରିକାରେ ଭାରତୀୟ ଛାତ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଉତ୍ସ ଅଛି।

 

ସମ୍ବନ୍ଧିତ ଖବର