ସୁଜୁକିର ଦୁଇଟି ନୂଆ ଇନ୍‌ଭିକ୍ଟୋ

ନୂଆ ଫିଚର୍‌ ସହିତ ବଜା‌ରରେ ପ୍ରବେଶ କରିଛି ମାରୁତି ସୁଜୁକିର ଏସୟୁଭି ଇନ୍‌ଭିକ୍ଟୋ। ମାରୁତି ଇନ୍‌ଭିକ୍ଟୋ ଜେଟା+ ଓ ମାରୁତି ଇନ୍‌ଭିକ୍ଟୋ ଆଲ୍‌ଫା+ ଆଦି ଦୁଇଟି ସଂସ୍କରଣରେ ଏହା ବଜାରରେ ଉପଲବ୍ଧ। ଭୁବନେଶ୍ବରରେ ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟ ଯଥାକ୍ରମେ ୨୫,୨୦,୨୧୪ ଟଙ୍କା ଓ ୨୮,୯୧,୨୧୪ ଟଙ୍କା ରହିଛି। ଏହା ମାଗ୍‌ନିଫିସେଣ୍ଟ୍‌ ବ୍ଲାକ୍‌, ନେକ୍ସା ବ୍ଲୁ (ସେଲେଷ୍ଟିଆଲ୍‌), ଷ୍ଟେଲାର୍‌ ବ୍ରୋଞ୍ଜ୍‌, ମାଜେଷ୍ଟିକ୍‌ ସିଲ୍‌ଭର୍‌, ମିଷ୍ଟିକ୍‌ ହ୍ବାଇଟ୍‌ ପରି ପାଞ୍ଚଟି ରଙ୍ଗରେ ଉପଲବ୍ଧ। ଇନ୍‌ଭିକ୍ଟୋର ଓଜନ ୨୩୦୦ କିଲୋଗ୍ରାମ୍‌ ରହିଥିବା ବେଳେ ୧୯୮୭ ସିସିର ପେଟ୍ରୋଲ୍‌ ଚାଳିତ ଇଞ୍ଜିନ୍‌ ରହିଛି। ଉଭୟ ସଂସ୍କରଣରେ ଇଭି ମୋଡ୍‌ ରହିଛି। ଏହାର ତେଲ ଟାଙ୍କି ଧାରଣ କ୍ଷମତା ୫୨ ଲିଟର। ଏଥିରେ ଫ୍ରଣ୍ଟ୍‌ ଓ ରିୟର୍‌ ଦୁଇଟି ‌ଡିସ୍କ ବ୍ରେକ୍‌, ୭ରୁ ୮ଜଣ ବସିବା କ୍ଷମତା, ଆଗ ଓ ପଛ ରୋ’ରେ ପର୍ସନାଲ୍‌ ରିଡିଂ ଲାମ୍ପ୍‌, ସ୍ମାର୍ଟ ପ୍ଲେ ମ୍ୟାଗ୍‌ନମ୍‌ ୨୦.୩୨ ସେମିର ଟଚ୍‌ ସ୍କ୍ରିନ୍‌ ଡିସ୍‌ପ୍ଲେ, ୟୁଏସ୍‌ବି ଓ ବ୍ଲୁଟୁଥ୍‌ ‌କନେକ୍ଟିଭିଟି, ସ୍ମା‌ର୍ଟୱାଚ୍‌ ଭେଇକିଲ୍‌ ଲକ୍‌ ସିଷ୍ଟମ୍‌, ୬ଟି ଏୟାର୍‌ବ୍ୟାଗ୍‌, ଅଟୋ ହୋଲ୍ଡ୍‌ ଇଲେକ୍ଟ୍ରୋନିକ୍‌ ପାର୍କିଂ ବ୍ରେକ୍‌, ସ୍ପିଡ୍‌ ୱାର୍ଣ୍ଣିଂ ବଜର୍‌, ଲାଇଭ୍‌ ଭେଇକିଲ୍‌ ଟ୍ରାକିଂ, ଷ୍ଟୋଲେନ୍‌ ଭେଇକିଲ୍‌ ଆଲର୍ଟ ଇତ୍ୟାଦି ରହିଛି। ଏହା ଚାଳକକୁ ଏକ ଆରାମଦାୟକ ଅନୁଭୂତି ଦେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର