ଅନୁସନ୍ଧାନ କରୁଥିବା ବର୍ଗ

Leading

ସଡ଼କ ଦୁର୍ଘଟଣାରେ ଆମେରିକାରେ ୩ ଭାରତୀୟ ମହିଳା ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ଆମେରିକାରେ ଏକ ଭୟଙ୍କର କାର ଦୁର୍ଘଟଣାରେ ଗୁଜରାଟର ତିନିଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସମସ୍ତ ମହିଳା ଗୁଜରାଟର ଆନନ୍ଦ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳାମାନେ ହେଉଛନ୍ତି ରେଖାବେନ ପଟେଲ, ସାଙ୍ଗିତାବେନ ପଟେଲ ଏବଂ ମନୀଷାବେନ…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି

ଭୁବନେଶ୍ୱର: ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ସାରା ରାଜ୍ୟରେ। ଏହାକୁ ଆଖି ଆଗରେ ରଖି ଦ୍ବୈତ ନଗରୀ କଟକ, ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି ହୋଇଥିବା ପାଣିପାଗ ବିଜ୍ଞାନୀ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ମୁସ୍‌ଲମାନ ଭୋଟ୍‌ ଚାହୁଁଛି, ପ୍ରାର୍ଥୀ ଚାହୁଁନି: ଏପରି କହି ଦଳ ଛାଡ଼ିଲେ ମହମ୍ମଦ ଆରିଫ

ନୂଆଦିଲ୍ଲୀ: ମହାରାଷ୍ଟ୍ର କଂଗ୍ରେସ ନେତା ମହମ୍ମଦ ଆରିଫ 'ନସିମ' ଖାନ ଦଳର ପ୍ରଚାର କମିଟିରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ କୌଣସି ମୁସଲମାନ ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ନମିଳିଥିବାରୁ ଅସନ୍ତୋଷ ବ୍ୟକ୍ତ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଦଳର ମୁଖପାତ୍ର ମଲ୍ଲିକାର୍ଜୁନ…
ଅଧିକ ଖବର ଦେଖନ୍ତୁ...

ଟିକେଟ ଫେରାଇ ନିଆଯିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ

ଭୁବନେଶ୍ୱର: ଟିକେଟ ଦେଇ ଫେରାଇବା ନେବାରୁ କ୍ଷୁବ୍ଧ ହୋଇଛନ୍ତି ମୋହନ ହେମ୍ବ୍ରମ। ସେ ଓ ଓ ପତ୍ନୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଖାଲି ସେିତିକି ନୁହେଁ, କଂଗ୍ରେସ ଉପରେ ବର୍ଷିବା ସହ ସେ କହିଛନ୍ତି ଯେ, ଏଆଇସିସିର ନିଷ୍ପତ୍ତି ତାଙ୍କୁ ଲଜ୍ଜିତ କରୁଛି। ଟିକେଟ ଦେଇ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ତାତି: ସାଢ଼େ ୧୧ଟା ବେଳକୁ ୪୧ ଡିଗ୍ରି ଟପିଲା ରାଜଧାନୀ

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ରହିଛି। ଏଣେ ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ଭିଭିପିଏଟି ଆବେଦନ ଖାରଜ ନେଇ ମୋଦୀଙ୍କ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଳୀ: ଗତକାଲି ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ‌ଏବେ…
ଅଧିକ ଖବର ଦେଖନ୍ତୁ...

ପୂରା ଦେଶ ଚାହୁଁଛି ‌ମୁଁ ରାଜନୀତିରେ ଯୋଗ ଦିଏ: ରୋବର୍ଟ ଭଦ୍ରା

ଋଷିକେଶ: ଆମେଥୀ ସଂସଦୀୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୂରା ଦେଶ ସେ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ଚାହୁଁଛି।…
ଅଧିକ ଖବର ଦେଖନ୍ତୁ...

ଏଥର ନିର୍ବାଚନରେ ଆପ୍‌ର ନେତୃତ୍ବ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତା

ନୂଆଦିଲ୍ଲୀ: ଜେଲ୍‌ରେ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେକ୍ରିୱାଲ୍‌ଙ୍କ ପତ୍ନୀ ସୁନୀତ‌ାଙ୍କୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ମିଳିଛି ବଡ଼ ଦାୟିତ୍ବ। ଗତ ମାସରେ ଇଣ୍ଡିଆ ବ୍ଲକ୍ ରାଲିରେ ଆଖିଦୃଶିଆ ଭାଷଣ ଦେଇ ରାଜନୈତିକ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କରିଥିବା ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ଆକ୍ରମଣରେ ୨ ସିଆର୍‌ପିଏଫ୍‌ ଯବାନ ସହିଦ

ନୂଆଦିଲ୍ଳୀ: ଶନିବାର ସକାଳୁ ମଣିପୁରର ନାରସେନା ଅଞ୍ଚଳରେ ସଶସ୍ତ୍ର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) କର୍ମଚାରୀ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସହିଦ ହୋଇଥିବା କର୍ମଚାରୀ ଦ୍ବୟ ହେଲେ ସିଆର୍‌ପିଏଫ୍‌ର ସବ୍‌ ଇନ୍‌ସ୍ପେକ୍ଟର…
ଅଧିକ ଖବର ଦେଖନ୍ତୁ...

ଚାପିଦେଲା ଟ୍ରକ୍, ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରେ ଟ୍ରକ୍ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡେରେଜାଙ୍ଗ ଗାଁର ରୁପା ଦେହୁରୀ (୪୮), ରାଜେନ୍ଦ୍ର ପ୍ରଧାନ (୨୨) ଏବଂ ସୁବ୍ରତ ପ୍ରଧାନ (୧୭)। ଏମାନଙ୍କ ମଧ୍ୟରେ ଦୁଇଜଣ ମାଛ ବେପାରୀ ଓ ଜଣେ କଲେଜ ଛାତ୍ର ଅଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...