Daily Archives

April 6, 2024

୩୯୭କିଲୋ ଗଂଜେଇ ଜବତ ମାମଲା: ବିହାରରୁ ମୁଖ୍ୟ ସହଯୋଗୀକୁ ଧରିଲା ପୁଲିସ

ଜୟପୁର: ଗତ ୨୦ତାରିଖ ଦିନ ଜୟପୁର ସଦର ଥାନା ପୁଲିସ ୩୯୭କିଲୋ ଗଂଜେଇ ଜବତ ସହ ୨ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା। ଏହି ମାମଲାରେ ପୁଲିସ ତଦନ୍ତ ବେଳେ ଏହି ମାମଲାର ମୁଖ୍ୟ ସହଯୋଗୀ ତଥା ଆନ୍ତଃରାଜ୍ୟ ଅପରାଧୀ ଦିଲ୍ଲୀପ ରାୟଙ୍କୁ ବିହାର ବେଗୁସରାଇ ଜିଲ୍ଲାର ଚୌରାଲୟାଟକ ଗାଁରୁ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ୱିପ୍ରୋ ସିଇଓ

ବେଙ୍ଗାଲୁରୁ: ୱିପ୍ରୋ ସିଇଓ ତଥା ଏମଡି ଥିଏରି ଡେଲପୋର୍ଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ଶନିବାର ସୂଚନା ଦେଇଛି ଯେ ତାଙ୍କ ସ୍ଥାନରେ ଶ୍ରୀନିବାସ ପାଲିଆ ୱିପ୍ରୋର ନୂତନ ସିଇଓ ତଥା ଏମଡି ହେବେ। ଏହି ନିଷ୍ପତ୍ତି ଏପ୍ରିଲ ୭, ୨୦୨୪ରୁ କାର୍ଯ୍ୟକାରୀ ହେବ | ୱିପ୍ରୋ ବୋର୍ଡ ଥିଏରି…
ଅଧିକ ଖବର ଦେଖନ୍ତୁ...

ବୈଧ ହିନ୍ଦୁ ବିବାହ ପାଇଁ କନ୍ୟାଦାନ ଏକ ଜରୁରୀ ରୀତିନୀତି ନୁହେଁ: ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏକ ବୈଧ ହିନ୍ଦୁ ବିବାହ ପାଇଁ 'କନ୍ୟାଦାନ' ଏକ ପ୍ରଥା ନୁହେଁ। ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକ ବେଞ୍ଚ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୭ (ହିନ୍ଦୁ ବିବାହ ସମାରୋହ) ଅନୁଧ୍ୟାନ କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କ ଶତକ ବେକାର ଗଲା, ବଟଲରଙ୍କ ଶତକରେ ରାଜସ୍ଥାନ ରୟାଲର୍ସ ବିଜୟୀ ହେଲା

ଜୟପୁର: ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲର୍ସ(ଆର୍‌ଆର୍) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ପରାଜିତ କରିଛି। ଫଳରେ ବିରାଟ କୋହଲିଙ୍କ ଶତକ ବେକାର ଯାଇଛି। ଜୋସ୍ ବଟଲରଙ୍କ ଶତକରେ  ରାଜସ୍ଥାନ ରୟାଲର୍ସ ବିଜୟୀ ହୋଇଛି। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍‌ରେ…
ଅଧିକ ଖବର ଦେଖନ୍ତୁ...

କେକେ ଲାଇନର ଆରକୁ-କୋଟ୍ଟାଭାଲସା ସେକ୍ସନରେ ବ୍ୟାପକ ସୁରକ୍ଷା ଯାଞ୍ଚ କଲେ ଡିଆରଏମ୍ 

ଜୟପୁର: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନର ମଣ୍ଡଳ ରେଳ ପରିଚାଳକ(ଡିଆରଏମ) ସୌରଭ ପ୍ରସାଦ କୋଟ୍ଟାଭାଲସା-କିରଣ୍ଡୁଲ (କେକେ) ଲାଇନର ଆରକୁ-କୋଟ୍ଟାଭାଲସା ସେକ୍ସନରେ ବ୍ୟାପକ ସୁରକ୍ଷା ଯାଞ୍ଚ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନରେ ସୁରକ୍ଷା ଏବଂ ପ୍ରସ୍ତୁତିର ଉଚ୍ଚତମ ମାନକକୁ…
ଅଧିକ ଖବର ଦେଖନ୍ତୁ...

ବେତଝରଣରେ ହତ୍ୟାକାଣ୍ଡ: ପ୍ରଥମେ ଛୁରି ଭୁସି ଯୁବକଙ୍କୁ ହତ୍ୟା, ହତ୍ୟାକାରୀକୁ ପିଟିପିଟି ମାରିଦେଲେ ଲୋକେ

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅନ୍ତର୍ଗତ ବେତଝରଣ ଗାଁରେ ଶୁକ୍ରବାର ରାତିରେ ଦୁଇଜଣଙ୍କୁ ହତ୍ୟାକରାଯାଇଛି। ପ୍ରଥମେ ଝାଡ଼ଖଣ୍ଡରୁ ଆସିଥିବା ଜଣେ ଯୁବକ ଉକ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଗ୍ରାମବାସୀ ପ୍ରତିଶୋଧ ପରାୟଣ ହୋଇ ସଂଘବଦ୍ଧ ଭାବେ ସଂପୃକ୍ତ ଯୁବକକୁ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ସଙ୍ଗଠନର ସମ୍ବର୍ଦ୍ଧନା ସଭାରେ ରୋଚକ ଦୃଶ୍ୟ: ଗୋଟିଏ ମଞ୍ଚରେ କଂଗ୍ରେସ ଓ ବିଜେଡି ବିଧାୟକ ପ୍ରାର୍ଥୀ

ରାଉରକେଲା: ରାଉରକେଲା ସେକ୍ଟର-୮ସ୍ଥ ଗାଙ୍ଗପୁର ମଜଦୁର ମଞ୍ଚ (ଜିଏମ୍‌ଏମ୍‌) ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ଜିଏମ୍‌ଏମ୍‌ ସଭାପତି ଜର୍ଜ ତିର୍କି ଏଥିରେ ସଭାପତିତ୍ବ କରିଥିଲେ। କଂଗ୍ରେସ୍‌ର ରଘୁନାଥପାଲି ବିଧାୟକ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ଗତିବିଧି ଉପରେ ରହିବ କଡ଼ା ନଜର : ଏସ୍‌ପି

ରାଉରକେଲା: ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ପି ମିତ୍ରଭାନୁ ମହାପାତ୍ର ରାଉରକେଲାରୁ ହଟିଛନ୍ତି। ତାଙ୍କ ସ୍ଥାନରେ ଆଜି ବ୍ରିଜେଶ ରାୟ ରାଉରକେଲା ନୂତନ ଏସ୍‌ପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ଏସ୍‌ପି ଶ୍ରୀ ରାୟଙ୍କୁ ରାଉରକେଲା ପୁଲିସ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଖରାପ ପ୍ରଦର୍ଶନ ସତ୍ତ୍ୱେ ଟି-୨୦ ବିଶ୍ୱକପରେ ସୁଯୋଗ ପାଇପାରନ୍ତି ଯଶସ୍ବୀ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ଏହାର ତିନୋଟି ମ୍ୟାଚ୍ ଜିତିଛି ଏବଂ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି | କିନ୍ତୁ ଟପ୍ ଅର୍ଡର ବ୍ୟାଟିଂ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଇପିଏଲ ୨୦୨୪ର ଆରମ୍ଭରୁ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ…
ଅଧିକ ଖବର ଦେଖନ୍ତୁ...

ଜୁଆ ଆଡ଼ାରେ ଚଢ଼ଉ: ୧୫ ବାଇକ, ୩୩ ହଜାର ଟଙ୍କା ଜବତ

ଭବାନୀପାଟଣା/କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଲଡୁଗାଁରୁ ସୁପାଡ଼ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଏକ ପରିତ୍ୟକ୍ତ ରାଇସ୍‌ ମିଲରେ ଘୁଡୁଘୁଡ଼ି ପଟି ଜୁଆ ଖେଳ ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ କୋକସରା ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ଲୋକେ…
ଅଧିକ ଖବର ଦେଖନ୍ତୁ...