ଇସ୍ତଫା ଦେଲେ ୱିପ୍ରୋ ସିଇଓ

ବେଙ୍ଗାଲୁରୁ: ୱିପ୍ରୋ ସିଇଓ ତଥା ଏମଡି ଥିଏରି ଡେଲପୋର୍ଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ଶନିବାର ସୂଚନା ଦେଇଛି ଯେ ତାଙ୍କ ସ୍ଥାନରେ ଶ୍ରୀନିବାସ ପାଲିଆ ୱିପ୍ରୋର ନୂତନ ସିଇଓ ତଥା ଏମଡି ହେବେ। ଏହି ନିଷ୍ପତ୍ତି ଏପ୍ରିଲ ୭, ୨୦୨୪ରୁ କାର୍ଯ୍ୟକାରୀ ହେବ | ୱିପ୍ରୋ ବୋର୍ଡ ଥିଏରି ଡେଲପୋର୍ଟଙ୍କ ଇସ୍ତଫାକୁ ଗ୍ରହଣ କରିଛି । ସେ ଜୁଲାଇ ୨୦୨୦ରେ ୱିପ୍ରୋର ସିଇଓ ହୋଇଥିଲେ। ତାଙ୍କ କାର୍ଯ୍ୟକାଳକୁ ନେଇ ସନ୍ତୋଷ ବ୍ୟକ୍ତ କରି ଡେଲପୋର୍ଟ କହିଛନ୍ତି ଯେ ମୁଁ ପୁରା ଦଳର ସମର୍ଥନ ପାଇଛି।

ଏହି ଅବଧି ମଧ୍ୟରେ କମ୍ପାନୀ ମଧ୍ୟ ଅନେକ ବଡ଼ ପରିବର୍ତ୍ତନ ଦେଇ ଗତି କଲା | ଏକତ୍ର ଆମେ ଅନେକ ଦିଗରେ ସଫଳତା ହାସଲ କଲୁ | ୱିପ୍ରୋ ସହିତ କାମ କରିବା ମୋ ପାଇଁ ଗୌରବର ବିଷୟ | ସିଇଓ ଏବଂ ଏମଡି ଭାବେ କାର୍ଯ୍ୟ କରିବାବେଳେ, ଆମେ କେବଳ କମ୍ପାନୀର ଆର୍ଥିକ ଅଗ୍ରଗତି କରିନାହୁଁ ବରଂ ଆମର ସହଯୋଗୀ, ଗ୍ରାହକ ଏବଂ ହିତାଧିକାରୀମାନଙ୍କୁ ବଢିବା ପାଇଁ ସୁଯୋଗ ମଧ୍ୟ ଦେଇଛୁ। ସେହିପରି ନୂତନ ସିଇଓ ଶ୍ରୀନିବାସ ପାଲିଆ ଏହି କମ୍ପାନୀରେ ୩୦ ବର୍ଷ ଧରି କାର୍ଯ୍ୟ କରିଆସିଛନ୍ତି | ସେ କମ୍ପାନୀର ଅନେକ ପଦବୀରେ କାର୍ଯ୍ୟ କରିଛନ୍ତି। ଶ୍ରୀନିବାସ ପାଲିଆ ୱିପ୍ରୋ କଞ୍ଜ୍ୟୁମର ବିଜନେସ ୟୁନିଟର ସଭାପତି ତଥା ଆମେରିକାଜ ୧ର ସିଇଓ ମଧ୍ୟ ରହିଛନ୍ତି। ବର୍ତ୍ତମାନ ତାଙ୍କୁ ୫ ବର୍ଷ ପାଇଁ ୱିପ୍ରୋ ସିଇଓ ଭାବରେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର