ବୈଧ ହିନ୍ଦୁ ବିବାହ ପାଇଁ କନ୍ୟାଦାନ ଏକ ଜରୁରୀ ରୀତିନୀତି ନୁହେଁ: ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏକ ବୈଧ ହିନ୍ଦୁ ବିବାହ ପାଇଁ ‘କନ୍ୟାଦାନ’ ଏକ ପ୍ରଥା ନୁହେଁ। ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକ ବେଞ୍ଚ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୭ (ହିନ୍ଦୁ ବିବାହ ସମାରୋହ) ଅନୁଧ୍ୟାନ କରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ’ ହିନ୍ଦୁ ବିବାହ ଆଇନ କେବଳ ସପ୍ତପଦୀ ବା ସାତଫେରାକୁ ହିନ୍ଦୁ ବିବାହର ଏକ ଜରୁରୀ ରୀତି ବୋଲି ମାନିଥାଏ ଏବଂ ହିନ୍ଦୁ ବିବାହ ପାଇଁ କନ୍ୟାଦାନର ରୀତିନୀତିକୁ ଜରୁରୀ ବୋଲି ମାନି ନ ଥାଏ। ନୁହେଁ। ତଥାପି ଧାରା ୭ ହିନ୍ଦୁ ବିବାହ ଅଧିନିୟମରେ କୁହାଯାଇଛି ଉଭୟ ପକ୍ଷର ପାରମ୍ପରିକ ରୀତିନୀତି ତଥା ସମାରୋହ ଅନୁଯାୟୀ ହିନ୍ଦୁ ବିବାହ ଉତ୍ସବ ପାଳନ କରାଯାଇପାରିବ।

ଏହି ବ୍ୟବସ୍ଥାରେ କୁହାଯାଇଛି ଯେଉଁଠାରେ ଏପରି ରୀତିନୀତି ଏବଂ ସମାରୋହରେ ସପ୍ତପଦୀ ଅର୍ଥାତ୍ ପବିତ୍ର ଅଗ୍ନି ସମ୍ମୁଖରେ ବର ଏବଂ କନ୍ୟା ମିଳିତ ଭାବେ ସାତଫେରା ନେଇଥାନ୍ତି ସପ୍ତମ ଫେରା ସମାପ୍ତ ହେବା ପରେ ବିବାହ ସଂପୂର୍ଣ୍ଣ ଏବଂ ବାଧ୍ୟତାମୂଳକ ହୋଇଯାଇଥାଏ । ଲକ୍ଷ୍ନୌର ଏକ ସେସନ୍ କୋର୍ଟରେ ବିଚାରାଧୀନ ଥିବା ଏକ ମାମଲାରେ କିଛି ସାକ୍ଷୀଙ୍କ ପ୍ରତ୍ୟାହାର ପାଇଁ ଏକ ଆବେଦନ ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ୨୦୧୫ ରେ ବିବାହକୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବିବାହ ପ୍ରମାଣପତ୍ର ସମ୍ବନ୍ଧରେ ସାକ୍ଷୀଙ୍କ ପୂର୍ବ ବିବୃତ୍ତିରେ କିଛି ଅସଙ୍ଗତି ଥିବା ଆବେଦନକାରୀ ଅଭିଯୋଗ କରିଥିଲେ।

କନ୍ୟାଦାନ କରାଯାଇଥିଲା କି ନାହିଁ ସେ ନେଇ ଆବେଦନକାରୀ ଯୁକ୍ତି କରିଥିଲେ ଯେ ବିବାହ ସମୟରେ କନ୍ୟାଦାନ କରାଯାଇଥିଲା କି ନାହିଁ ତାହା ଯାଞ୍ଚ କରିବା ପାଇଁ ଦୁଇ ସାକ୍ଷୀ ଜଣେ ମହିଳା ଏବଂ ତାଙ୍କ ପିତାଙ୍କର ପୁନଃଯାଞ୍ଚ କରିବାକୁ ପଡିବ, କାରଣ କନ୍ୟାଦାନ ହିନ୍ଦୁ ବିବାହର ଏକ ଅତ୍ୟାବଶ୍ୟକ ଅଂଶ। ମାର୍ଚ୍ଚ ୬ ରେ, ସିଆରପିସିର ଧାରା ୩୧୧ ଅନୁଯାୟୀ ସାକ୍ଷୀମାନଙ୍କ ପୁଣି ଡକା ନ ଯିବା କାରଣରୁ ଟ୍ରାଏଲ କୋର୍ଟ ଆବେଦନକାରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହାକି କୌଣସି ମାମଲାରେ ଉପଯୁକ୍ତ ନିଷ୍ପତ୍ତିର ଆବଶ୍ୟକତା ଅନୁଯାୟୀ କୌଣସି ସାକ୍ଷୀଙ୍କୁ ଡାକିବାର ଅଧିକାର ପ୍ରଦାନ କରେ । ଟ୍ରାଏଲ କୋର୍ଟର ଏହି ଆଦେଶର ସତ୍ୟତା ଉପରେ ଆବେଦନକାରୀ ହାଇକୋର୍ଟରେ ପ୍ରଶ୍ନ ଉଠାଇଥିଲେ।
ପ୍ରକାଶ ଥାଉକି, ଏକ ବୈଧ ହିନ୍ଦୁ ବିବାହ ହୋଇଛି କି ନାହିଁ ତାହା ସ୍ଥିର କରିବା ପାଇଁ କନ୍ୟାଦାନ କରାଯାଇଥିଲା କି ନାହିଁ, ସେ ବିଷୟରେ ବିଚାର କରିବା ପରେ ହାଇକୋର୍ଟ ଟ୍ରାଏଲ କୋର୍ଟର ଆଦେଶକୁ ସଂରକ୍ଷିତ ରଖିଥିଲେ। ହାଇକୋର୍ଟ କହିଛନ୍ତି ଯେ ‘କନ୍ୟାଦାନର ରୀତିନୀତି କରାଯାଇଥିଲା କି ନାହିଁ ତାହା ମାମଲାର ସଠିକ୍ ନିଷ୍ପତ୍ତି ପାଇଁ ଆବଶ୍ୟକ ହେବ ନାହିଁ। ତେଣୁ, ଏହି ସତ୍ୟକୁ ପ୍ରମାଣ କରିବା ପାଇଁ ସିଆରପିସିର ଧାରା ୩୧୧ ଅନୁଯାୟୀ ସାକ୍ଷୀମାନଙ୍କୁ ଡକାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର