ମସଲାରେ କୀଟନାଶକ ଔଷଧ ମିଶ୍ରଣ ଅଭିଯୋଗକୁ ଖଣ୍ଡନ କଲା ଏମ୍‌ଡିଏଚ୍‌

ନୂଆଦିଲ୍ଲୀ: ମସଲା କମ୍ପାନି ମଧ୍ୟରୁ ସବୁଠାରୁ ଲୋକପ୍ରିୟ ‌ହେଉଛି ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ। ଏହି ଦୁଇ ମସଲା ଅନେକ ବର୍ଷ ହେବ ‌ଲୋକଙ୍କ ଘରେଘରେ ବ୍ୟବହୃତ ହୋଇ ଆସୁଛି।

ଏହି ସମଲାରେ ମାରାତ୍ମକ କ୍ୟାନ୍‌ସର ରୋଗ ସୃଷ୍ଟି କରୁଥିବା କୀଟନାଶକ ଔଷଧ ମିଳିବା ଖବର ଆସିବା ପରେ  ପ୍ରଥମେ ଏହାକୁ  ହଂକଂ ଓ ପରେ ସିଙ୍ଗାପୁର୍‌ରେ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପରେ କେନ୍ଦ୍ର ସରକାର ଏହି ମସଲାର ନମୂନା ସଂଗ୍ରହ କରି ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘଟଣାକୁ ନେଇ ଏମଡିଏଚ ସଫେଇ ଦେଇ ଲୋକଙ୍କୁ ଆଶ୍ବସନା ଦେଇ କମ୍ପାନି ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି, ଭୟ କରିବାର କୌଣସି କାରଣ ନାହିଁ। କାରଣ ଏପର୍ଯ୍ୟନ୍ତ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକ ଆଣିଥିବା ଅଭିଯୋଗର କୌଣସି ଗୋଟିଏ ବି ପ୍ରମାଣ ନାହିଁ।

ଏମିତି କି ହଂକଂ ଓ ସିଙ୍ଗାପୁର୍‌ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ କିମ୍ବା ଘରୋଇ ନିୟାମକ ଏଫଏସଏସଏଆଇକୁ କୌଣସି ପରୀକ୍ଷା ରିପୋର୍ଟ କିମ୍ବା ଯୋଗାଯୋଗ ବା କମ୍ୟୁନିକେସନ ପଠାଇ ନାହାଁନ୍ତି।

ଆମ କମ୍ପାନି ସବୁବେଳେ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ଥିଲା ଓ ରହିବ ମଧ୍ୟ। ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ କମ୍ପାନି କଠୋର ଭାବେ ପାଳନ କରିଆସୁଛି ଓ କରିବ ମଧ୍ୟ ।

ଦାବିର ସହ କହିବୁ କି ଆମ ମସଲା ସଂରକ୍ଷଣ ଠାରୁ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ କୌଣସି ପଦ୍ଧତିରେ ଉତ୍ପାଦରେ ଇଥିଲିନ ଅକ୍ସାଇଡ ବ୍ୟବହାର କରାଯାଉ ନାହିଁ । ଏମିତି ଅଭିଯୋଗ ଗ୍ରହଣୀୟ ନୁହେଁ।

ସମ୍ବନ୍ଧିତ ଖବର