ଝୁଲନ୍ତା ଅବସ୍ଥାରେ ମିଳିଲା ଭୋଜପୁରୀ ଅଭିନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ ଅମୃତା ପାଣ୍ଡେଙ୍କର ଆଜି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି | ବିହାର ଭାଗଲପୁରରେ ଏହି ଘଟଣା ଘଟିଛି | ପ୍ରାଥମିକ ସୂଚନା ମୁତାବକ ଶନିବାର ଦିନ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ସ୍ୱାମୀ ଚନ୍ଦ୍ରମଣିଙ୍କ ସହ ସମ୍ପର୍କକୁ ନେଇ ସେ ଦୁଇ ବର୍ଷ ଧରି ଡିପ୍ରେସନରେ ଥିଲେ। ଅମୃତାଙ୍କ ପରିବାର ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି | ଏନେଇ ପୁଲିସ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି | ତେବେ ଅଧିକ ତଦନ୍ତ ହେବା ପରେ ହିଁ ବାସ୍ତବ କାରଣ ବାବଦରେ ଜଣାପଡିବ |

ପରିବାର ସଦସ୍ୟଙ୍କ ବିବୃତ୍ତି ଆଧାରରେ ଏକ ମାମଲା ପଞ୍ଜିକରଣ କରାଯାଇଛି | ବାସ୍ତବରେ ଅନ୍ନପୂର୍ଣ୍ଣା ତାଙ୍କ ସାନ ଭଉଣୀଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁମ୍ବାଇରୁ ଭାଗଲପୁର ଆସିଥିଲେ। ସମ୍ପର୍କୀୟଙ୍କ ଅନୁଯାୟୀ, ସେ ତାଙ୍କ ଭଉଣୀଙ୍କ ବିବାହରେ ବହୁତ ଖୁସି ଦେଖାଯାଉଥିଲେ। ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଚିନ୍ତାମଣିଙ୍କ ସହ ଲିଭ-ଇନ୍ ସମ୍ପର୍କରେ ରହିବା ପରେ ଉଭୟ ମୁମ୍ବାଇରେ କୋର୍ଟ ବିବାହ କରିଥିଲେ। ତେବେ ଉଭୟଙ୍କ ସମ୍ପର୍କ ସେତେ ଠିକ ନଥିଲା | ଆଉ ଏହାପରେ ସେ ଡିପ୍ରେସନର ଶିକାର ହୋଇପଡିଥିଲେ |

ସମ୍ବନ୍ଧିତ ଖବର