Ambulance enters house in the middle of the night, one injured, pet dog dead Photograph: (sambad.in)
ଦଶପଲ୍ଲା: ଦିନକୁ ଦିନ ବିପଦସଂକୁଳ ହୋଇପଡୁଛି ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ। ପ୍ରତିଦିନ ଘଟୁଛି ଦୁର୍ଘଟଣା ଏବଂ ଘଟୁଛି ଜୀବନ ହାନି। ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାର୍ଶ୍ୱରୁ ଏକ ଆମ୍ବୁଲାନ୍ସ ବୌଦ୍ଧ - ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଟାକରା ପଞ୍ଚାୟତର ବୁଗୁଡ଼ା ସ୍ଥିତ ରାସ୍ତାକଡରେ ଥିବା ବାବୁଲା ଗନ୍ତାୟତଙ୍କର ଘର ମଧ୍ୟକୁ ପଶି ଯାଇଥିଲା। ଫଳରେ ବାବୁଲାଙ୍କ ବଡ଼ ଝିଅ ସାମାନ୍ୟ ଆହତ ହୋଇଥିବାବେଳେ ଶୋଇଥିବା ଏକ ପୋଷା କୁକୁରର ମୃତ୍ୟୁ ହୋଇଛି।
ଡ୍ରାଇଭରଙ୍କ ଅସାବଧାନତା ହେତୁ ଦୁର୍ଘଟଣା
ଏହି ଦୁର୍ଘଟଣାରେ ଏକ ସାଇକେଲ ଓ କିଛି ଘରୋଇ ଉପକରଣ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଛି। ଡ୍ରାଇଭରଙ୍କ ଅସାବଧାନତା ହେତୁ ଏଭଳି ଦୁର୍ଘଟଣା ହୋଇଛି। ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ। ଏହି ରାସ୍ତାରେ କୌଣସି ସ୍ପିଡ଼ ବ୍ରେକର ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତେଣୁ ଏହି ରାସ୍ତାରେ ସ୍ପିଡ ବ୍ରେକର ନିର୍ମାଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।
Follow Us