2 lakhs loot at rayagada Photograph: (sambad.in)
ରାୟଗଡ଼ା: ଦିନ ଦ୍ବିପହରରେ ଲୁଟେରାମାନେ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଏପରି ଘଟଣା ରାୟଗଡ଼ା ଏସ ବି ଆଇ (ଏଡିବି) ବ୍ଯାଙ୍କ ନିକଟରେ ଘଟିଛି। ଆଜି ଅପରାହ୍ନ ସମୟରେ କପିଳାସ ରୋଡରେ ଥିବା ପାତ୍ର ଇଲେକ୍ଟ୍ରୋନିକ୍ସ ସୋରୁମ୍ ର ଆକାଉଣ୍ଟାଣ୍ଟ୍ ରଂଜିତ କୁମାର ଦଳାଇ ଷ୍ଟେଟ୍ ବ୍ଯାଙ୍କର ଏଡ଼ିବି ଶାଖାକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିଲେ। ଉକ୍ତ ସମୟରେ ପଛ ପଟୁ ୨ ଜଣ ଦୁର୍ବୃତ୍ତ ଏକ ବାଇକ ଯୋଗେ ଆସି ଟଙ୍କା ଝାମ୍ପି ନେଇଥିଲେ। ସଂପୃକ୍ତ ଆକାଉଣ୍ଟାଣ୍ଟ୍ ସେମାନଙ୍କ ପିଛା କରିଥିଲେ ହେଁ ଲୁଟେରାମାନେ କେଉଁଆଡେ ଚମ୍ପଟ୍ ମାରିଥିଲେ।
ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ
ଏନେଇ ଟାଉନ୍ ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରାଯାଉଛି। ତେବେ ଏନେଇ ପୁଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିନଥିବା ବେଳେ ରାୟଗଡ଼ା ପୁଲିସ ଘଟଣାର ତଦନ୍ତ କରୁଛିI
ଆହୁରି ପଢ଼ନ୍ତୁ: Accident Student Death: ସ୍ପିଡ ବାଇକ ଧକ୍କାରେ ସରକାରୀ ଆୟୁର୍ବେଦିକ କଲେଜ ଛାତ୍ରୀଙ୍କ ମୃତ୍ୟୁ
Follow Us