Advertisment

Behind the scenes: ପରଦା ପଛର ପେସା: ଓଲିଉଡ୍‌ରେ ଭିଏଫ୍‌ଏକ୍ସ ପ୍ରୟୋଗ ଲୋଡ଼ା

Advertisment

ଓଡ଼ିଆ ସିନେମା ଧୀରେ ଧୀରେ ହାଇଟେକ୍‌ ହେଉଛି। ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ହେଉଛି। ବାବୁସାନ୍‌ଙ୍କ ‘ବୋଉ ବୁଟ୍ଟୁ ଭୂତ’ରେ ଭିଏଫ୍‌ଏକ୍ସ(ଭିଜୁଆଲ୍‌ ଇଫେକ୍ଟସ୍‌)ର ପ୍ରୟୋଗକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ଓଡ଼ିଆ ସିନେମା ଧୀରେ ଧୀରେ ହାଇଟେକ୍‌ ହେଉଛି। ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ହେଉଛି। ବାବୁସାନ୍‌ଙ୍କ ‘ବୋଉ ବୁଟ୍ଟୁ ଭୂତ’ରେ ଭିଏଫ୍‌ଏକ୍ସ(ଭିଜୁଆଲ୍‌ ଇଫେକ୍ଟସ୍‌)ର ପ୍ରୟୋଗକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

dagaddgzcvcv

ବନ୍ଦନା ମିଶ୍ର୍ର

ଓଡ଼ିଆ ସିନେମା ଧୀରେ ଧୀରେ ହାଇଟେକ୍‌ ହେଉଛି। ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ହେଉଛି। ବାବୁସାନ୍‌ଙ୍କ ‘ବୋଉ ବୁଟ୍ଟୁ ଭୂତ’ରେ ଭିଏଫ୍‌ଏକ୍ସ(ଭିଜୁଆଲ୍‌ ଇଫେକ୍ଟସ୍‌)ର ପ୍ରୟୋଗକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଆଗକୁ ଓଡ଼ିଆ ସିନେମାଗୁଡ଼ିକରେ ଭିଏଫ୍‌ଏକ୍ସ ପ୍ରୟୋଗ ହେଲେ ଦର୍ଶକ ତୁଳନାତ୍ମକ ଭାବେ ବେଶି ଆକର୍ଷିତ ହେବେ ବୋଲି କହନ୍ତି ଓଡ଼ିଆ ଭିଏଫ୍‌ଏକ୍ସ କଳାକାର ବିବେକାନନ୍ଦ ଜେନା। ଯଦିଓ କୌଣସି ଓଡ଼ିଆ ସିନେମାରେ ସେ କାମ କରିନାହାନ୍ତି, କିନ୍ତୁ ଅନେକ ବଲିଉଡ୍‌ ଓ ହଲିଉଡ୍‌ ସିନେମାରେ କାମ କରିବାର ସୁଯୋଗ ପାଇଛନ୍ତି। ତାଙ୍କର ଉଭୟ ଭିଏଫ୍‌ଏକ୍ସ ଓ ଆନିମେସନ୍‌ କ୍ଷେତ୍ରରେ ଦକ୍ଷତା ରହିଛି ବୋଲି କହନ୍ତି ବିବେକାନନ୍ଦ। 

ଭୁବନେଶ୍ବରରେ ମଲ୍‌ଟିମିଡିଆ ଶିଖିବା ପରେ ଅଧିକ ପଢ଼ିବା ପାଇଁ ସେ ଯାଇଥିଲେ ମୁମ୍ବାଇ। ସେଠାକୁ ଗଲା ପରେ  ସେ ଅନୁଭବ କଲେ ଯେ ଏହି କ୍ଷେତ୍ରରେ ପ୍ରଶିକ୍ଷଣ ଅପେକ୍ଷା ବ୍ୟବହାରିକ ବିଦ୍ୟାର ଅଧିକ ଗୁରୁତ୍ବ। ୨୦୦୦ ମସିହାରେ ମୁମ୍ବାଇର ଏକ ଛୋଟ ଷ୍ଟୁଡିଓରେ କାମ ଆରମ୍ଭକରି ପରବର୍ତ୍ତୀ ସମୟରେ ଏକ ବଡ଼ ଷ୍ଟୁଡିଓ ସହ ସେ ଯୋଡ଼ିହେଲେ। ସେ ହଲିଉଡ୍‌ ସିରିଜ୍‌ ‌‘ପେଟ୍‌ ଏଲିଏନ୍‌’, ‘ବ୍ଲିଙ୍କି ବିଲ୍‌’, ‘ୱାର୍ଡ ୱାଲ୍‌ର୍ଡ’, ‘ରେଡି ଜେଟ୍‌ ଗୋ’ ଆଦିରେ ଆନିମେଟର୍‌ ଥିବା ବେଳେ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ବଲିଉଡ୍‌ ଫିଲ୍ମ ‘ଡନ୍‌’, ‘ରା ୱାନ୍‌’ ଓ ‘ଧୁମ୍‌ ୩’ ପରି ସିନେମାରେ ଭିଏଫ୍‌ଏକ୍ସ ଆର୍ଟିଷ୍ଟ୍‌ ଭାବେ କାମ କରିଛନ୍ତି। ଅଭିଜ୍ଞତା ଅର୍ଜନ କରିବା ପରେ ୨୦୧୦ ମସିହାରେ ଓଡ଼ିଶା ଫେରିଥିଲେ ବିବେକାନନ୍ଦ।

India's forgotten story: ଭାରତ ଭୁଲି ଯାଇଥିବା କାହାଣୀ: ସୁରା ନ ଦେବାରୁ ସାକୀ ହତ୍ୟା

ସଂପ୍ରତି ସେ ଭୁବନେଶ୍ବରରେ ‘ଅଲ୍‌ଟ୍‌ ଆଞ୍ଜେଲ୍‌’ ନାମରେ ଏକ କମ୍ପାନି ଖୋଲି ଭିଏଫ୍‌ଏକ୍ସ ଓ ଆନିମେସନ୍‌ କାମ କରୁଛନ୍ତି। ଏହାବାଦ୍‌ ସେ ଅଗୁ‌େମଣ୍ଟେଡ୍‌ ରିଅଲିଟି(ଏଆର୍‌) ଓ ଭର୍ଚ୍ୟୁଆଲ୍‌ ରିଅଲିଟି (ଭିଆର୍‌) କ୍ଷେତ୍ରରେ ମଧ୍ୟ କାମ କରୁଛନ୍ତି। ନିକଟରେ ସେ ପ୍ରଥମଥର ଲାଗି କୋଣାର୍କ ମନ୍ଦିରର ଏକ ଥ୍ରିଡି ମଡେଲ୍‌ ପ୍ରସ୍ତୁତକରି ଦର୍ଶକଙ୍କୁ ଭର୍ଚ୍ୟୁଆଲ୍‌ ଏକ୍ସପିରିଏନ୍ସ ପ୍ରଦାନ କରୁଛନ୍ତି। ଏହାକୁ ଦେଖି ଦର୍ଶକ କୋଣାର୍କ କିଭଳି ଥିଲା ତାହା ଅନୁଭବ କରିପାରୁଛନ୍ତି। ବିବେକାନନ୍ଦ କହନ୍ତି, ‘‘ଓଲିଉଡ୍‌ ସିନେମା ପାଇଁ ଭିଏଫ୍‌ଏକ୍ସ କାରିଗରୀର ଆବଶ୍ୟକତା ଅଛି।

ସାଧାରଣତଃ ଯେଉଁ ଦୃଶ୍ୟକୁ ଜଣେ କଳାକାର ବାସ୍ତବ ଭାବେ କରିପାରିବେ ନାହିଁ, ସେ କ୍ଷେତ୍ରରେ ଭିଏଫ୍‌ଏକ୍ସ ବ୍ୟବହାର ହେଉଛି। ଜିଅନ୍ତା ବାଘ ସଙ୍ଗେ ଲଢ଼ିବା ହେଉ କି କୌଣସି ଘରେ ନିଆଁ ଲାଗିବା‌ ବେଳେ ତା’ଭିତରେ ପଶିଯିବା, କିମ୍ବା ବିମାନର ଡେଣାରେ ଲଟକି ଉଡ଼ିବା ଭଳି ଦୃଶ୍ୟ ଏଥିରେ କରାଯାଏ। ଏଥିଲାଗି ବ୍ୟୟ ସେକେଣ୍ଡପିଛା ଦରରେ ସ୍ଥିର ହୋଇଥାଏ। ଏହା ୩୦୦ ଟଙ୍କାରୁ ନେଇ ୩୦୦୦ ପର୍ଯ୍ୟନ୍ତ ହୋଇପାରେ। ଆଜିକାଲି ବିଭିନ୍ନ ସଂସ୍ଥାରେ ଏଥିଲାଗି ପ୍ରଶିକ୍ଷଣ ଦିଆଯାଉଛି। ଯୁବପିଢ଼ି ଏ କ୍ଷେତ୍ରକୁ ପେସା ଭାବେ ଗ୍ରହଣ କରିପାର‌ିବେ। ଜଣେ ଭଲ ଭିଏଫ୍‌ଏକ୍ସ କଳାକାର ଭଲ ରୋଜଗାର ବି କରିପାରିବେ।’’

IKKISH: ହିଟ ହେବା ପାଇଁ 'ଇକୀସ'କୁ ଏତିକି ଟଙ୍କା ଆୟ କରିବାକୁ ପଡିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe