Odia girl: ହିନ୍ଦୀ ଧାରାବାହିକରେ ଓଡ଼ିଆ ଝିଅ

Advertisment

୨୦୨୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ଣର ସୂର୍ଯ୍ୟ’ରେ ଦର୍ଶକ ଭାଗା-କାନ୍ଦ୍ରିଙ୍କ ପ୍ରେମକାହାଣୀ ଦେଖିବାକୁ ପାଇଥିଲେ। ପ୍ରଯୋଜକ-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତିଙ୍କ ଏହି ଛବିରେ...

୨୦୨୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ଣର ସୂର୍ଯ୍ୟ’ରେ ଦର୍ଶକ ଭାଗା-କାନ୍ଦ୍ରିଙ୍କ ପ୍ରେମକାହାଣୀ ଦେଖିବାକୁ ପାଇଥିଲେ। ପ୍ରଯୋଜକ-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତିଙ୍କ ଏହି ଛବିରେ...

Untitled-3

୨୦୨୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅପରାହ୍ଣର ସୂର୍ଯ୍ୟ’ରେ ଦର୍ଶକ ଭାଗା-କାନ୍ଦ୍ରିଙ୍କ ପ୍ରେମକାହାଣୀ ଦେଖିବାକୁ ପାଇଥିଲେ। ପ୍ରଯୋଜକ-ନିର୍ଦ୍ଦେଶକ ଅଜୟ କୁମାର ମହାନ୍ତିଙ୍କ ଏହି ଛବିରେ କାନ୍ଦ୍ରି ଭୂମିକାରେ ଅଭିନୟ କରିଥିଲେ ସୁସଂଧ୍ୟା, ପୂରା ନାଁ ସୁସଂଧ୍ୟା ନାରାୟଣୀ ମହାନ୍ତି। ନାୟିକା ଭାବେ ବଡ଼ ପରଦାରେ ଏହା ତାଙ୍କର ପ୍ରଥମ ଛବି ହେଲେ ହେଁ ଆଗରୁ ଶିଶୁ କଳାକାର ଭାବେ ବେଶ୍‌ କେତୋଟି ମେଗା ଧାରାବାହିକରେ ସେ କ୍ୟାମେରାକୁ ସାମ୍ନା କରିସାରିଛନ୍ତି। ସେ ମଧ୍ୟରେ ରହିଛି ତରଙ୍ଗରେ ପ୍ରସାରିତ ‘ରାନୀ’, ‘ଏସିପି ନିକିତା’, ‘ଆମ ଘର ଲକ୍ଷ୍ମୀ’ ଓ ‘ତାରାତାରିଣୀ’। ଏହାଛଡ଼ା ସୁସଂଧ୍ୟା ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓ ‘ପନ୍‌ଖି’, ଓଡ଼ିଆ ମ୍ୟୁଜିକ୍ ଭିଡିଓ ‘ତୁ ହେଲେ ମୋ ଚାନ୍ଦିନୀ’ ଓ ‘ହୃଦୟ ଭିତରେ କୋଠରି ଅନେକ’ରେ ନାୟିକା ଭାବେ ଅଭିନୟ କରିଛନ୍ତି।

Papu pampam: ପ୍ରଥମ ଥର ପପୁ ପମ୍‌ପମ୍‌-ପ୍ରିୟଙ୍କା

Lights, camera, action: ‘ଲାଇଟ୍‌ କ୍ୟାମେରା ଆକ୍‌ସନ୍‌’ ମୋହରୁ ମୁକୁଳି ପାରିନି

ଖୁସି ଖବର ହେଲା, ସୁସଂଧ୍ୟା ଏବେ ହିନ୍ଦୀମନୋରଞ୍ଜନ ଶିଳ୍ପରେ ପ‌ାଦ ରଖିଛନ୍ତି। ହିନ୍ଦୀ ମେଗାଧାରାବାହିକ ‘ସତ୍ୟା ସାଚୀ’ରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ସେ ନଜର ଆସୁଛନ୍ତି। ସନ୍ ନିଓ ଟିଭିରେ ପ୍ରସାରିତ ଏହି ଧାରାବାହିକରେ ତାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ରିଙ୍କି। କାହାଣୀରେ ନାୟକ ଆକାଶ ଖଣ୍ଡେଲ୍‌ୱାଲ୍‌ଙ୍କ ବିପକ୍ଷରେ ଦୁଇଜଣ ନାୟିକା ଥିବାବେଳେ ଜଣଙ୍କ ଭୂମିକାରେ ଅଛନ୍ତି ସୁସଂଧ୍ୟା।
ଅଭିନେତ୍ରୀ ହେବା ସହ ସେ ଜଣେ ନୃତ୍ୟଶିଳ୍ପୀ ଓ ଡବିଂ ଆର୍ଟିଷ୍ଟ ମଧ୍ୟ। ଜୀ ସାର୍ଥକରେ ପ୍ରସାରିତ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ-୨୦୨୪’ରେ କୁକିଜ୍‌ଙ୍କ ବିଜୟୀ ଟିମ୍‌ରେ ଥିଲେ ସୁସଂଧ୍ୟା। ଏହାଛଡ଼ା କେତେକ ପୌରାଣିକ ଓ ସାମାଜିକ କଥାବସ୍ତୁ ସମ୍ବଳିତ ଧାରାବାହିକ ଏବଂ କାର୍ଟୁନ୍‌ ସୋ’ର ଓଡ଼ିଆ ଡବିଂରେ ଭଏସ୍ ଦେଇଛନ୍ତି ସୁସଂଧ୍ୟା। କଳାକ୍ଷେତ୍ରରେ ତାଙ୍କୁ ସର୍ବଦା ମାଆ ବିନିତା ମହାନ୍ତି ସହଯୋଗ କରିଆସୁଛନ୍ତି ବୋଲି ସେ କହନ୍ତି। ସଂପ୍ରତି କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ଯୁକ୍ତତିନି ପଢୁଥିବା ସୁସଂଧ୍ୟା ଜଣେ ଭଲ ଅଭିନେତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe