ଶୁଭ ସକାଳ...
ସକାଳର ଚା’ ସହିତ sambad.inରେ ବଡ଼ ଖବରକୁ ସଂକ୍ଷେପରେ ପଢ଼ନ୍ତୁ। କିନ୍ତୁ ଏହା ପୂର୍ବରୁ ପ୍ରଥମେ ଆଜିର ବଡ଼ ଖବର ଉପରେ ନଜର ପକାନ୍ତୁ।
-ରାଜ୍ୟରେ କିଛି ଦିନ ହେଲା କାଳବୈଶାଖୀର ତାଣ୍ଡବ ଜାରି ରହିଛି। ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସୖ ବର୍ଷା ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।
-ଗୃହ ମନ୍ତ୍ରାଳୟର ଅନେକ ରାଜ୍ୟକୁ ନିର୍ଦ୍ଦେଶ: ମେ’ ୭ରେ ବ୍ଲାକ୍ ଆଉଟ୍ ଅଭ୍ୟାସ କର, ଆକ୍ରମଣ ପରିସ୍ଥିତିର ମକ୍ ଡ୍ରିଲ୍ କର'
-ଚାରିଆଡ଼େ କେବଳ ପଥର... ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚେନାବ ନଦୀ ଶୁଖିଲା। ପହଲଗାମ ଆକ୍ରମଣର ଫଳ ଭୋଗୁଛି ପାକିସ୍ତାନ।
-ଆଇପିଏଲ୍: ବର୍ଷା ଯୋଗୁଁ ବାତିଲ ହେଲା ଦିଲ୍ଲୀ-ହାଇଦ୍ରାବାଦ୍ ମ୍ୟାଚ। ପ୍ଲେଅଫରୁ ବାଦ ପଡ଼ିଲା ସନରାଇଜର୍ସ ହାଇଦ୍ରାବାଦ।
-ମଣିପୁରରେ ସୁରକ୍ଷା ବାହିନୀର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ: ୧୭ ଜଣ ଆତଙ୍କବାଦୀ ଗିରଫ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।
ମୁହଁ ଖୋଲିଲେ ମମତା
କୋଲକାତା: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ପ୍ରସଙ୍ଗ। ‘ଦୀଘା ଜଗନ୍ନାଥ ଧାମ’କୁ ନେଇ ବିବାଦ ତେଜିବା ପରେ ମୁହଁ ଖୋଲିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କହିଲେ ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ। ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ। ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଶିବଙ୍କ ମନ୍ଦିର ବି ସବୁଠି ଅଛି। ସବୁ ମନ୍ଦିର ସବୁ ସ୍ଥାନରେ ହୋଇପାରିବ, ସବୁ ସ୍ଥାନରେ ଥାଏ ମଧ୍ୟ। ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହାଲେ ତାଙ୍କର ଏତେ ରାଗ କଣ ପାଇଁ କହି ବିଜେପିକୁ ହାୱଡାରୁ ଟାର୍ଗେଟ୍ କରିଛନ୍ତି ମମତା। ଅଧିକ ପଢ଼ନ୍ତୁ...
ଜୁଲାଇ ୬ରେ ଓଏସ୍ଏସ୍ସି ମିଳିତ ନିଯୁକ୍ତି ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍ଏସ୍ସି) ସୋମବାର ୨୭ ଏପ୍ରିଲ୍ ୨୦୨୫ରେ ଅନୁଷ୍ଠିତ ହୋଇଥିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ୨୦୨୪ ସହିତ ବିଭିନ୍ନ ପଦବୀର ମିଳିତ ନିଯୁକ୍ତି ପଦବୀ ପାଇଁ ପରୀକ୍ଷାକୁ ବାତିଲ କରିଛନ୍ତି। ପ୍ରଶ୍ନପତ୍ରରେ ଅନିୟମିତତା ଯୋଗୁ ଓଏସ୍ଏସ୍ସି ମିଳିତ ନିଯୁକ୍ତି ପରୀକ୍ଷାକୁ ବାତିଲ କରିଦେଇଛି ଏବଂ ଏଥିପାଇଁ ଏକ ନୂତନ ତାରିଖ ଘୋଷଣା କରିଛି। କମିସନଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଏସ୍ଏସ୍ସି ମିଳିତ ନିଯୁକ୍ତି ପରୀକ୍ଷା ଏବେ ଜୁଲାଇ ୬ ରେ ଅନୁଷ୍ଠିତ ହେବ। ଅଧିକ ପଢ଼ନ୍ତୁ...
ପାକିସ୍ତାନ ଆକାଶରେ ଉଡୁନି ପ୍ରମୁଖ ବିମାନ
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିବାର ଆଶଙ୍କା ଥିବାରୁ ପ୍ରମୁଖ ଏୟାରଲାଇନ୍ସଗୁଡ଼ିକ ପାକିସ୍ତାନ ଉପରେ ଉଡ଼ିବା ବନ୍ଦ କରିଦେଇଛନ୍ତି । ଏହାର ଅର୍ଥ ହେଉଛି ଏହି ରୁଟରେ ବିମାନ ଯାତ୍ରା ଅଧିକ ଲମ୍ବା ହୋଇପାରେ ଏବଂ ବିମାନ ସମୟ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ବଢ଼ିପାରେ। ସୂଚନା ଅନୁସାରେ ପାକିସ୍ତାନ ପୂର୍ବରୁ ଭାରତୀୟ ବିମାନ ସେବା ପାଇଁ କିଛି ବିମାନପଥ ବନ୍ଦ କରିଦେଇଥିଲା। ଏବେ ପ୍ରମୁଖ ବିମାନ କମ୍ପାନୀଗୁଡ଼ିକ ମଧ୍ୟ ଉତ୍ତର ପାକିସ୍ତାନ ଏୟାରସ୍ପେସକୁ ଏଡାଇବା ଆରମ୍ଭ କରିଛନ୍ତି। ଅଧିକ ପଢ଼ନ୍ତୁ...
ଅଶ୍ଳୀଳ ଦୃଶ୍ୟ ଦେଖାଇ ମାଲାମାଲ
ନୂଆଦିଲ୍ଲୀ: ପ୍ରାପ୍ତବୟସ୍କ ଭିଡିଓ ଷ୍ଟ୍ରିମିଂ ପାଇଁ ପ୍ରସିଦ୍ଧ ଉଲ୍ଲୁ ଆପ୍ ଏହାର ଏକ ଶୋ' 'ହାଉସ୍ ଆରେଷ୍ଟ'କୁ ନେଇ ଅନଲାଇନ୍ ବିବାଦ ସୃଷ୍ଟି କରିଛି। ବିଗ୍ ବସ୍ ଫେମ୍ ଏଜାଜ୍ ଖାନଙ୍କ ଦ୍ୱାରା ହୋଷ୍ଟ କରାଯାଇଥିବା ଏହି ରିଆଲିଟି ଶୋ' କ୍ୟାମେରାରେ ଏକ ଆପତ୍ତିଜନକ କ୍ଲିପ୍ ପାଇଁ ଅନଲାଇନରେ ହଇଚଇ ସୃଷ୍ଟି କରିଥିଲା। ଏହା ସବୁ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ହୋଷ୍ଟ ଏଜାଜ୍ ଖାନ ପ୍ରତିଯୋଗୀମାନଙ୍କୁ କ୍ୟାମେରା ଆଗରେ ଭିନ୍ନ ଭିନ୍ନ ଅଶ୍ଳୀଳ ଢଙ୍ଗ କରିବାକୁ କହିଥିଲେ। ଅଧିକ ପଢ଼ନ୍ତୁ...
ପଢ଼ନ୍ତୁ ଚର୍ଚ୍ଚିତ ଖବର
-ଦୀଘା 'ଜଗନ୍ନାଥ ମନ୍ଦିର'
-ବଳକା ଦାରୁ ବ୍ୟବହାର କରାଯାଇ
-ଭାରତ-ପାକ୍ ଯୁଦ୍ଧକୁ ଏଡ଼ାଇବା ଆବଶ୍ୟକ
-ଅନଲାଇନ ପେମେଣ୍ଟରେ ପେଟ୍ରୋଲ ନାଁ
ପଢ଼ନ୍ତୁ ଏହି ଖବର
-ଟ୍ରମା କେୟାର ସେବାର ଶୁଭାରମ୍ଭ
-ସାଂଗଠନିକ ଢାଞ୍ଚାକୁ ସୁଦୃଢ଼ କଲା ବିଜେଡି
-ଭାରତ ପାଇଁ ରୁଷର ସମର୍ଥନ ରହିବ
-ରାତିରେ ଶୋଉନି ପାକିସ୍ତାନ
Leading