ପାନା: ଗୋଆର ଅର୍ପୋରାସ୍ଥିତ ‘ବର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ରେ ଗତରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ବିଷୟରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ନିଆଁ ପ୍ରଥମେ ଡ୍ୟାନ୍ସ୍ ଫ୍ଲୋରରୁ ଉଠିଥିଲା ଏବଂ ମାତ୍ର ୧୫-୨୦ ସେକେଣ୍ଡ୍ ମଧ୍ୟରେ ସମଗ୍ର କ୍ଲବ୍ ଭୀଷଣ ନିଆ କବଳକୁ ଆସିଯାଇଥିଲା।
Jihadis: ଅଲ୍ ଫଲାହ ‘ହ୍ବାଇଟ୍-କଲାର୍ ଜିହାଦୀ’ଙ୍କ ଆଡ଼ା
ଘଟଣାସ୍ଥଳରୁ ବର୍ତ୍ତି ଯାଇଥିବା ଜଣେ ୨୮ ବର୍ଷୀୟ ପର୍ଯ୍ୟଟକ କହିଛନ୍ତି, ‘ବଲିଉଡ୍ ଫିଲ୍ମ ଗୀତରେ ଆମେ ଡ୍ୟାନ୍ସ୍ କରୁଥିଲୁ। ହଠାତ୍ ଡିଜେ କନ୍ସୋଲ୍ ପଛରେ କିଛି ଜଳୁଥିବା ଦେଖାଗଲା ଓ ତା’ପରେ ତଳେ ଡ୍ୟାନ୍ସ୍ ଫ୍ଲୋର୍ରୁ ନିଆଁ ଉଠିଲା। ସବୁ ଲାଇଟ୍ ଲିଭିଗଲା। କେବଳ ନିଆଁ ଓ ଘନ କଳା ଧୂଆଁ ଭିତରେ ସବୁକିଛି ବୁଡ଼ିଗଲା। ଲୋକେ ଚିତ୍କାର କରି ଦୌଡ଼ୁଥିଲେ, କିନ୍ତୁ କିଛି ବୁଝି ପାରୁନଥିଲେ। ମୁଁ ଅନ୍ୟ କିଛି ଲୋକଙ୍କ ସହ ପଛ ଦ୍ବାର ଦେଇ ବାହାରି ଆସିଥିଲି। ଯେଉଁମାନେ ବେସ୍ମେଣ୍ଟକୁ ଯାଇଥିଲେ, ସେମାନଙ୍କର କୌଣସି ଖବର ମିଳିନଥିଲା।
Lok Sabha: ଲୋକସଭାରେ ବିଶେଷ ଆଲୋଚନା ଆଜି
ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ନିଆଁ ଲାଗିବା ପରେ କ୍ଲବ୍ର ସିଲିଂରୁ ପ୍ଲାଷ୍ଟିକ ଓ ଅନ୍ୟ ସାମଗ୍ରୀ ଜଳି ବିଷାକ୍ତ ଧୂଆଁ ସୃଷ୍ଟି କରିଥିଲା। ଏହା ଯୋଗୁଁ ଅଧିକାଂଶ ଲୋକ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ସେ ଆହୁରି କହିଛନ୍ତି, ‘ଜରୁରୀ ପ୍ରସ୍ଥାନ ଦ୍ୱାର ଥିଲା, କିନ୍ତୁ ଅନ୍ଧାର ଓ ଧୂଆଁ ଯୋଗୁଁ କେହି କିଛି ଦେଖି ପାରୁନଥିଲେ। ଲୋକେ ଏକାଠି ପ୍ରାଣ ବିକଳରେ ଆଗକୁ ଯିବାବେଳେ ତଳେ ପଡ଼ିଯାଇଥିଲେ ଓ ଅନେକ ଉଠିପାରିନଥିଲେ।’ ଏବେ ଏହା ସ୍ପଷ୍ଟ ହୋଇଛି ଯେ ନିଆଁର ଉତ୍ପତ୍ତି ଡ୍ୟାନ୍ସ୍ ଫ୍ଲୋର କ୍ଷେତ୍ରରେ ଥିବା ବୈଦ୍ୟୁତିକ ଉପକରଣ ଡିଜେ ଲାଇଟ୍, ସ୍ପାର୍କ ମେସିନ୍ ବା ସାଉଣ୍ଡ ସିଷ୍ଟମ୍ରୁ ହୋଇଥାଇପାରେ। ଅଗ୍ନିଶମ ଓ ଫରେନସିକ୍ ବିଶେଷଜ୍ଞମାନେ ଏହି ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କରୁଛନ୍ତି।
ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୫ରେ ରହିଥିବା ବେଳେ ୬ ଜଣ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ର ଜଣାଇଛି। କ୍ଲବ୍ ମାଲିକ ଓ ମ୍ୟାନେଜରଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ ହୋଇସାରିଛି ଏବଂ ଗିରଫଦାରୀ ପ୍ରକ୍ରିୟା ଚାଲିଛି।
ବେଆଇନ ନିର୍ମାଣ, ବିଲ୍ଡିଂ ଲାଇସେନ୍ସ ନାହିଁ
ଗୋଆର ପର୍ଯ୍ୟଟନସ୍ଥଳ ଅର୍ପୋରାର ‘ବର୍ଚ ବାଏ ରୋମିଓ ଲେନ୍ ନାଇଟ କ୍ଲବ୍ରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ପରେ ଏବେ ଅବୈଧ ନିର୍ମାଣର ଗୁରୁତର ମାମଲା ସାମ୍ନାକୁ ଆସିଛି। ଏହି କ୍ଲବ୍ର ଦ୍ବିତୀୟ ଓ ତୃତୀୟ ମହଲା ଭବନ ପାଇଁ ପଞ୍ଚାୟତରୁ କୌଣସି ନିର୍ମାଣ ଅନୁମତି ନିଆଯାଇ ନଥିବା ବେଳେ ସମସ୍ତ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ଅର୍ପୋରା-ନାଗୋଆ ପଞ୍ଚାୟତର ସରପଞ୍ଚ ରୋଷନ ରେଦ୍କରଙ୍କୁ ମଧ୍ୟ ଆଜି ଜେରା ପାଇଁ ପୁଲିସ ଅଟକ ରଖିଛି। ସରପଞ୍ଚ କହିଛନ୍ତି ଯେ, ‘ଆମ ପଞ୍ଚାୟତ ରେକର୍ଡରେ ଏହି ଭବନର କୌଣସି ଲାଇସେନ୍ସ ନାହିଁ। ଏହା ସମ୍ପୂର୍ଣ୍ଣ ଅବୈଧ ନିର୍ମାଣ। ଆମେ ଅନେକ ଥର ନୋଟିସ୍ ଜାରି କରିଥିଲୁ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ତେବେ ସ୍ଥାନୀୟ ପୁଲିସ କହିଛି ଯେ ସରପଞ୍ଚ ଏହି କ୍ଲବ୍ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନକୁ ଅନୁମତି ଦେଉନଥିଲେ ଏବଂ କ୍ଲବ୍ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ସହଯୋଗ କରୁଥିଲେ। ୨୦୨୩ରେ ପଞ୍ଚାୟତ ଏହି ଭବନକୁ ‘ଅବୈଧ ନିର୍ମାଣ’ ଭାବେ ନୋଟିସ୍ ଜାରି କରିଥିଲା ଏବଂ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ବିଦ୍ୟୁତ୍ ବିଭାଗକୁ ଲେଖିଥିଲା, କିନ୍ତୁ ଅଜଣା କାରଣରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସରପଂଚ ଏବେ ସନ୍ଦେହ ଘେରରେ ଅଛନ୍ତି
ଏହି କ୍ଲବ୍ର ମୂଳ ଅନୁମତି କେବଳ ଏକ ରେଷ୍ଟୁରାଣ୍ଟ ଭାବେ ଥିଲା, ନାଇଟ୍ କ୍ଲବ୍ କିମ୍ବା ପବ୍ ଭାବେ ନୁହେଁ। ମାତ୍ର ମାଲିକ ଅନୁମତି ବିନା ଦୁଇ ମହଲା ନିର୍ମାଣ କରି ନାଇଟ୍ କ୍ଲବ୍ ଚଳାଇଥିଲେ। ଅଗ୍ନିନିରାପତ୍ତା ଅନୁମତି ମଧ୍ୟ ନଥିବା ଜଣାପଡ଼ିଛି। ଏହା ଛଡ଼ା କ୍ଲବ୍ରେ ଥିବା ବେସ୍ମେଣ୍ଟ ମଧ୍ୟ ଅବୈଧ ଭାବେ ନିର୍ମିତ ହୋଇଥିବା ଜଣାପଡ଼ିଛି। ଗୋଆ ପଞ୍ଚାୟତରାଜ ମନ୍ତ୍ରୀ ଏହି ଘଟଣାକୁ ଗୁରୁତର ସହ ନେଇ କହିଛନ୍ତି ଯେ, ‘ରାଜ୍ୟରେ ସମସ୍ତ ପଞ୍ଚାୟତରେ ଅବୈଧ ନିର୍ମାଣ ଚିହ୍ନଟ କରି ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।’ ଅର୍ପୋରା କ୍ଲବ୍ ସହ ଜଡ଼ିତ ଅଧିକାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଥିବା ସେ କହିଛନ୍ତି।
ବିଜେପି ବିଧାୟକ ମାଇକଲ ଲୋବୋ କହିଛନ୍ତି, ‘ଗୋଆରେ ହଜାର ହଜାର ଅବୈଧ ନିର୍ମାଣ ରହିଛି। ଏହି ଦୁର୍ଘଟଣା ଏକ ବଡ଼ ସତର୍କବାଣୀ। ଯଦି ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ନହୁଏ, ଆହୁରି ଅନେକ ଜୀବନ ବିପଦରେ ପଡ଼ିବ।’ ଏହି ଘଟଣା ପରେ ଗୋଆର ପର୍ଯ୍ୟଟନ କ୍ଷେତ୍ରରେ ଚାଲିଥିବା ଅନେକ ବେଆଇନ ନାଇଟ କ୍ଲବ୍ ଓ ପବ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଗୋଆର ଜୀବନ୍ତ ରାତ୍ରିଜୀବନ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ଏହା ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି।
/filters:format(webp)/sambad/media/media_files/2025/12/08/untitled-10-2025-12-08-07-59-51.jpg)
କ୍ଲବ୍ ମାଲିକ ସୌରଭ ଲୁଥ୍ରା କିଏ?
ଗୋଆର ଅର୍ପୋରା ଅଞ୍ଚଳରେ ଥିବା ‘ବର୍ଚ ବାଏ ରୋମିଓ ଲେନ୍’ ଗତରାତିରେ ଭୟାବହ ଅଗ୍ନିକାଣ୍ଡର ଶିକାର ହୋଇଥିବା ବେଳେ ଏହାର ମାଲିକ ସୌରଭ ଲୁଥ୍ରାଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି। ପୁଲିସ ସୌରଭ ଲୁଥ୍ରାଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଛି ଏବଂ କ୍ଲବ୍ର ଜେନେରାଲ୍ ମ୍ୟାନେଜର ବିବେକ ସିଂହ ଓ ଅନ୍ୟ ୪ ଜଣ ପରିଚାଳକଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କ୍ଲବ୍ଟି ବିନା ଲାଇସେନ୍ସରେ ନିର୍ମାଣ ହୋଇଥିଲା ଏବଂ ସୁରକ୍ଷା ଦିଗ ପ୍ରତି କୌଣସି ଧ୍ୟାନ ଦିଆଯାଇ ନଥିଲା।
କ୍ଲବ୍ ମାଲିକ ଲୁଥ୍ରା ହେଉଛନ୍ତି ‘ରୋମିଓ ଲେନ୍’ ଚେନ୍ର ପ୍ରତିଷ୍ଠାତା ତଥା ମ୍ୟାନେଜିଂ ଡାଇରେକ୍ଟର। ସେ ‘ବର୍ଚ’, ‘ରୋମିଓ ଲେନ୍’ ଓ ‘ମାମାଜ୍ ବୟ’ ଭଳି ଅନେକ ବ୍ରାଣ୍ଡ୍ ଲଞ୍ଚ କରିଛନ୍ତି। ଭାରତରେ ୫୦ଟି ରେସ୍ତୁରାଁ ଖୋଲିବା ତାଙ୍କର ଲକ୍ଷ୍ୟ ବୋଲି ସେ ପୂର୍ବରୁ କହିଛନ୍ତି। ଗୋଆରେ ନାଇଟ୍ ଲାଇଫ୍ ଓ ହସ୍ପିଟାଲିଟି କ୍ଷେତ୍ରରେ ସେ ବେଶ୍ ସକ୍ରିୟ ଥିଲେ।
/filters:format(webp)/sambad/media/media_files/2025/12/08/untitled-11-2025-12-08-08-02-56.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/untitled-9-2025-12-08-07-56-27.jpg)