ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତମାସ ୧୦ ତାରିଖରେ ହୋଇଥିବା ଆତ୍ମଘାତୀ ବିେସ୍ଫାରଣର ତଦନ୍ତ ପ୍ରକ୍ରିୟାରେ ଗୁଇନ୍ଦା ଏଜେନ୍ସିଗୁଡ଼ିକ ଏକ ବିଶାଳ ଆତଙ୍କୀ ନେଟ୍ୱର୍କର ପର୍ଦ୍ଦାଫାସ କରିଛନ୍ତି। ଏହି ଘଟଣାର ମୁଖ୍ୟ ସୂତ୍ରଧର ଥିବା ହରିୟାଣାର ଫରିଦାବାଦସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟ ‘ଅଲ୍-ଫଲାହ୍’ ସଂପର୍କରେ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ବିଶ୍ୱବିଦ୍ୟାଳୟରୁ ଚାଲୁଥିବା ଆଇଏସ୍ଆଇଏସ୍ ଆତଙ୍କୀ ମଡ୍ୟୁଲ୍ ଦେଶରେ ‘ହ୍ବାଇଟ୍-କଲାର୍ ଜିହାଦ୍’ ପ୍ରସାର ପାଇଁ କାମ କରୁଥିଲା।
Forcibly occupied: ଘର ନେଲେ, ପୁଣି ଜବରଦଖଲ କଲେ
ଦିଲ୍ଲୀ ପୁଲିସ୍ ସ୍ପେସାଲ୍ ସେଲ୍ ଓ ଏନ୍ଆଇଏ ମିଳିତ ଅଭିଯାନରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଲ୍-ଫଲାହ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର, ଶିକ୍ଷକ ଓ କର୍ମଚାରୀ ରହିଛନ୍ତି। ଏମାନେ ସମାଜରେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଭାବେ ପରିଚିତ ଥିଲେ, କିନ୍ତୁ ଆତଙ୍କୀ ସଂଗଠନ ଜୈସ୍ ଓ ଆଇଏସ୍ଆଇଏସ୍ ପାଇଁ କାମ କରୁଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ, ଅଲ୍-ଫଲାହ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍କୁ ଆଇଏସ୍ ଆତଙ୍କୀ ସଂଗଠନ ଜୈସ୍ର ନେଟ୍ୱର୍କ ସହାୟତାରେ ନିଜର ସୁରକ୍ଷିତ ଆଡ୍ଡା ଭାବେ ବ୍ୟବହାର କରୁଥିଲା।
ଏଠାରେ ପାଠ ପଢ଼ା ଆଳରେ ଯୁବକମାନଙ୍କୁ ଆତଙ୍କବାଦୀ ହେବାକୁ ବ୍ରେନ୍ୱାସ୍ କରାଯାଉଥିଲା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଯୋଡ଼ି ଦିଆଯାଉଥିଲା।
Pakistan: କଡ଼ା ଚେତାବନୀ ଦେଲେ ଆଇନଜୀବୀ,ପାକିସ୍ତାନ ଏକଛତ୍ରବାଦ ଆଡ଼କୁ ଯାଉଛି
ଲାଲକିଲ୍ଲା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଉମର ନବୀ ଏହି ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲା ସେ ସିରିଆରେ ଆଇଏସ୍ଆଇଏସ୍ ସହ ଯୋଡ଼ି ହୋଇଥିଲା ଏବଂ ଭାରତକୁ ଫେରି ଜୈସ୍ ଆତଙ୍କୀ ସଂଗଠନ ସହ ହାତ ମିଳାଇ ନେଟ୍ୱର୍କ ଗଢ଼ିଥିଲା। ଏହି ମଡ୍ୟୁଲ୍ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଓ ବଡ଼ ବିସ୍ଫୋରଣ ଯୋଜନା କରୁଥିଲା। ଲାଲକିଲ୍ଲା ନିକଟରେ ରଖାଯାଇଥିବା ଆଇଇଡି ଏହି ଯୋଜନାର ଅଂଶ ଥିଲା। ଗୁଇନ୍ଦା ସୂତ୍ର ଅନୁଯାୟୀ, ଏହି ଗୋଷ୍ଠୀ ଦିଲ୍ଲୀ,ମୁମ୍ବାଇ, ପୁଣେ ଓ ଅନ୍ୟ ମହାନଗରଗୁଡ଼ିକରେ ଆକ୍ରମଣ ଯୋଜନା କରିଥିଲା। ଏହି ଘଟଣା ଭାରତରେ ଆତଙ୍କବାଦର ନୂଆ ରୂପ ‘ହ୍ବାଇଟ୍-କଲାର୍ ଜିହାଦ୍’ର ଉଦାହରଣ ସାଜିଛି, ଯେଉଁଠାରେ କିଛି ଉଚ୍ଚ ଶିକ୍ଷିତ ବ୍ୟକ୍ତି ସୋସିଆଲ ମିଡିଆ ଓ ଶିକ୍ଷାନୁଷ୍ଠାନକୁ ବ୍ୟବହାର କରି ଆତଙ୍କବାଦର ବିସ୍ତାର କରୁଛନ୍ତି। ଏନ୍ଆଇଏ ଇତିମଧ୍ୟରେ ଏହାର ତଦନ୍ତ ପରିସରକୁ ବ୍ୟାପକ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/08/untitled-6-2025-12-08-07-46-57.jpg)