Amazon to lay off 14,000 employees:ଆମାଜନ ୧୪ହଜାର ଛଟେଇ କରିବ

Advertisment

ବିଶ୍ବର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ଆଉ ଏକ ପର୍ଯ୍ୟାୟ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଗତବର୍ଷ ଅକ୍ଟୋବରରେ କମ୍ପାନି ୧୪ ହଜାର କର୍ମଚାରୀ ଛଟେଇ କରିଥିଲା। ଏଥର ମଧ୍ୟ ସମାନ ପରିମାଣର କିମ୍ବା ତା’ଠାରୁ ଅଧିକ କର୍ମଚାରୀଙ୍କୁ ବିଦା କରିବ।

ବିଶ୍ବର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ଆଉ ଏକ ପର୍ଯ୍ୟାୟ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଗତବର୍ଷ ଅକ୍ଟୋବରରେ କମ୍ପାନି ୧୪ ହଜାର କର୍ମଚାରୀ ଛଟେଇ କରିଥିଲା। ଏଥର ମଧ୍ୟ ସମାନ ପରିମାଣର କିମ୍ବା ତା’ଠାରୁ ଅଧିକ କର୍ମଚାରୀଙ୍କୁ ବିଦା କରିବ।

bloogdf_amazon-warehouse_625x300_23_October_25

Photograph: (google)

ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ଆଉ ଏକ ପର୍ଯ୍ୟାୟ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଗତବର୍ଷ ଅକ୍ଟୋବରରେ କମ୍ପାନି ୧୪ ହଜାର କର୍ମଚାରୀ ଛଟେଇ କରିଥିଲା। ଏଥର ମଧ୍ୟ ସମାନ ପରିମାଣର କିମ୍ବା ତା’ଠାରୁ ଅଧିକ କର୍ମଚାରୀଙ୍କୁ ବିଦା କରିବ। ପୂର୍ବ ଥର ବରିଷ୍ଠ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଛଟେଇ ଦ୍ବାରା ପ୍ରଭାବିତ ହୋଇଥିଲେ। ଏଥର ମଧ୍ୟ ସେହିଭଳି ହେବ। ଆସନ୍ତା ସପ୍ତାହରୁ ହେବାକୁ ଯାଉଥିବା ଛଟେଇ ଦ୍ବାରା ଆମାଜନ ୱେବ୍‌ ସର୍ଭିସେସ୍‌, ରିଟେଲ ପରିଚାଳନା, ପ୍ରାଇମ୍‌ ଭିଡିଓ ଓ ମାନବ ସମ୍ବଳ ବିଭାଗର କର୍ମଚାରୀମାନେ ପ୍ରଭାବିତ ହେବା ଆଶଙ୍କା ରହିଛି। କମ୍ପାନିର ସିଇଓ ଆଣ୍ଡି ଜାସି ପୂର୍ବ ଛଟେଇ ବେଳେ କହିଥିଲେ ଯେ ଆର୍ଥିକ କାରଣ କିମ୍ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବ ଲାଗି ଛଟେଇ କରାଯାଇନାହିଁ। କମ୍ପାନିର ସଂସ୍କୃତିକୁ ବିଚାରକୁ ନେଇ ପଦକ୍ଷେପ ନିଆଯାଇଛି। କିନ୍ତୁ ‌ଯେହେତୁ କମ୍ପାନି ଏଆଇକୁ ଇଣ୍ଟରନେଟ୍‌ ଆରମ୍ଭ ହେବା ପରବର୍ତ୍ତୀ ସମୟର ସବୁଠୁ ବଡ଼ ବିପ୍ଳବ ଭାବେ ବର୍ଣ୍ଣନା କରୁଛି, ତେଣୁ ଛଟେଇ ପଛରେ ଏଆଇର ପ୍ରଭାବକୁ ଅସ୍ବୀକାର କରାଯାଇପାରିବ ନାହିଁ। ସିଇଓ ଜାସି କିନ୍ତୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଏକାଧିକ ପ୍ରବନ୍ଧକ ନ ରଖି ଏକ ଷ୍ଟାର୍ଟଅପ୍‌ ଭଳି ଦ୍ରୁତ ଗତିରେ କାର୍ଯ୍ୟ କରିବା ପାଇଁ କମ୍ପାନି ସେହି ସ୍ତରଗୁଡ଼ିକୁ ହଟାଇ ଦେଉଛି।

ଆହୁରି ପଢ଼ନ୍ତୁ: ୫ ବର୍ଷର ବାଳକକୁ ଅଟକ ରଖିଲେ ଆମେରିକା ଇମିଗ୍ରେସନ ଏଜେଣ୍ଟ

କମ୍ପାନି ଭଲ ପ୍ରଦର୍ଶନ କରୁଥିବା ବେଳେ କାହିଁକି ଛଟେଇ ହେଉଛି ବୋଲି ଲୋକଙ୍କ ମନରେ ରହିଥିବା ପ୍ରଶ୍ନର ଉତ୍ତର ଦେଇ କମ୍ପାନିର ବରିଷ୍ଠ ଉପସଭାପତି ବେଥ୍‌ ଗାଲେଟି କହିଥିଲେ ଯେ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ଅଧିକ ସଂଗଠିତ, ଅଳ୍ପ ସ୍ତର ଓ ଅଧିକ ମାଲିକାନା ରହିବା ଦରକାର। ସେଥିପାଇଁ କର୍ମଚାରୀ ସଂଖ୍ୟା କମ୍‌ କରାଯାଉଛି। ଗତବର୍ଷ ଅକ୍ଟୋବରରେ ଛଟେଇ କରାଯାଇଥିବା କର୍ମଚାରୀମାନଙ୍କୁ ଅନ୍ୟ ବିକଳ୍ପ ଖୋଜିବାକୁ ତିନି ମାସ ସମୟ ଦିଆଯାଇଥିଲା। ଏଥର ପ୍ରଭାବିତ ହେବାକୁ ଥିବା କର୍ମଚାରୀମାନଙ୍କୁ ମଧ୍ୟ ସମାନ ଧରଣର ବିକଳ୍ପ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ଲାଲୁ, କେଜ୍ରିୱାଲ, ସୋରେନଙ୍କ ପରେ ମମତା? ମହଙ୍ଗା ପଡ଼ିପାରେ ଇଡି-ସିବିଆଇକୁ ଚ୍ୟାଲେଞ୍ଜ୍ କରିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe