Bangladesh unrest: ବାଂଲାଦେଶ ଅଶାନ୍ତ: ଢାକାରୁ ଏସ୍‌ଓଏସ୍‌ ପଠାଇଲେ ହିନ୍ଦୁ, ଆମକୁ ବଞ୍ଚାଅ, ସୀମା ଖୋଲ

Advertisment

ବାଂଲାଦେଶରେ ଛାତ୍ରନେତା ହତ୍ୟା ଘଟଣାକୁ ବିରୋଧ କରି ଦେଶବ୍ୟାପୀ  ହିଂସା ଏବଂ ଉତ୍ତେଜନା ଜାରି ରହିଛି। ଏଭଳି ସ୍ଥ‌ଳରେ  ୨ ଜଣ ହିନ୍ଦୁ ଦୀପୁଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା....

ବାଂଲାଦେଶରେ ଛାତ୍ରନେତା ହତ୍ୟା ଘଟଣାକୁ ବିରୋଧ କରି ଦେଶବ୍ୟାପୀ  ହିଂସା ଏବଂ ଉତ୍ତେଜନା ଜାରି ରହିଛି। ଏଭଳି ସ୍ଥ‌ଳରେ  ୨ ଜଣ ହିନ୍ଦୁ ଦୀପୁଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା....

fshhfshfbxbv

ନାଗପୁର:ବାଂଲାଦେଶରେ ଛାତ୍ରନେତା ହତ୍ୟା ଘଟଣାକୁ ବିରୋଧ କରି ଦେଶବ୍ୟାପୀ  ହିଂସା ଏବଂ ଉତ୍ତେଜନା ଜାରି ରହିଛି। ଏଭଳି ସ୍ଥ‌ଳରେ  ୨ ଜଣ ହିନ୍ଦୁ ଦୀପୁଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ରଙ୍ଗପୁର, ଚିଟାଗଙ୍ଗ, ଢାକା ଏବଂ ମୟମନସିଂହରେ ରହୁଥିବା ହିନ୍ଦୁମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି।  ହିନ୍ଦୁମାନେ ଏବେ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏବଂ ବଞ୍ଚାଇବା ପାଇଁ ସୀମା ଖୋଲିବାକୁ ଅନୁରୋଧ କରିଛନ୍ତି।  ରଙ୍ଗପୁରର ଜଣେ ବାସିନ୍ଦା କହିଛନ୍ତି, ଆ‌ମେ ଅତ୍ୟନ୍ତ ଅପମାନର ସହ ବଂଚିଛୁ।

Operation Sindoor : ହଁ ! ଆମେ ଯୁଦ୍ଧବିରତି ପାଇଁ  ଭାରତକୁ ଅନୁରୋଧ କରିଥିଲୁ : ପାକ୍ ଉପ-ପ୍ରଧାନମନ୍ତ୍ରୀ

ରାସ୍ତାରେ ଗଲାବେଳେ ଆମକୁ  ଅପମାନିତ କରାଯାଉଛି।  କିନ୍ତୁ ଆମେ ଏସବୁକୁ ସହିଯାଉଛୁ। କାରଣ ମୁହଁ ଖୋଲିଲେ ଆମର ବି ଦୀପୁ ଏବଂ ଅମୃତଙ୍କ ଭଳି ଅବସ୍ଥା ହେବ। ସବୁଠାରୁ ବଡ଼ ଭୟ ହେଉଛି ନିର୍ବାଚନରେ ବିଏନ୍‌ପି ଜିତିବାର ସମ୍ଭାବନା ଅଧିକ। ଏହି ଦଳକୁ ସଂଖ୍ୟାଲଘୁ ବିରୋଧୀ ବୋଲି ବିବେଚନା କରାଯାଏ।  ସେ କହିଛନ୍ତି, ଆମେ ଅସହାୟ।  ଆମେ କେବଳ ଭାରତ ଯାଇପାରିବୁ। କିନ୍ତୁ ସୀମାରେ କଠୋର କଟକଣା ରହିଛି।  ସେହିପରି ଢାକାର ଅନ୍ୟଜଣେ ବାସିନ୍ଦା କହିଛନ୍ତି,  ଯଦି ବିଏନ୍‌ପି କ୍ଷମତାକୁ ଆସିବ ତେବେ ଆମ ପ୍ରତି ଅଧିକ ଅନ୍ୟାୟ ହେବ।  ମିଳିଥିବା ସୂଚନାନୁଯାୟୀ ଏକ ଗଣମାଧ୍ୟମ ସଂସ୍ଥା ହ୍ବାଟ୍ସଆପ୍‌ କଲ୍‌ ଦ୍ବାରା ରଙ୍ଗପୁର, ଚିଟାଗଙ୍ଗ, ଢାକା ଏବଂ ମୟମନସିଂହରେ ହିନ୍ଦୁମାନଙ୍କ ସହ ଯୋଗାଯୋଗ କରିବା ସମୟରେ ସେମାନଙ୍କ ଅସହାୟତା ସଂକ୍ରାନ୍ତରେ ଜଣାପଡ଼ିଛି।

Aravali Case : ସୋମବାର ଆରାବଳୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe