ଡେରାଡୁନ: ଖୋଲିଛି ବାବା କେଦାରନାଥଙ୍କ କପାଟ । ଅନେକ ଅପେକ୍ଷା ପରେ ଆଜି ବାବାଙ୍କ ଧାମ ଭକ୍ତଙ୍କ ପାଇଁ ଖୋଲା ଯାଇଛି । ଆଉ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ କେଦାରନାଥଙ୍କ ମନ୍ଦିରକୁ ଫୁଲରେ ସଜା ଯାଇଛି । ବାବାଙ୍କ ଧାମରେ ଲାଗିଛି ୧୦୮ କ୍ବିଣ୍ଟାଲ ଫୁଲ । ମନ୍ଦିରର ମୁଖଶାଳା ସମେତ ମନ୍ଦିର ପରିସରରେ ଖାଲି ଫୁଲରେ ସଜା ଯାଇଛି । ଖାଲି ସେତିକି ନୁହେଁ କେଦାରନାଥଙ୍କ ଦର୍ଶନ କରିବାକୁ ଯାଇଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପରେ ଆକାଶ ମାର୍ଗରୁ ହେଲିକପ୍ଟରରେ ପୁଷ୍ପ ବୃଷ୍ଟି କରାଯାଇଛି ।
#WATCH | Kedarnath: Uttarakhand CM Pushkar Singh Dhami says, " PM Modi is a big devotee of Baba Kedarnath. First Puja happens in his name here, and this time also the Puja has been done...may God keep him in good health. May he succeed in dealing with all the challenges
— ANI (@ANI) May 2, 2025
On… pic.twitter.com/qsTDnh2ZFI
ତେବେ ହରହର ମହାଦେବ... ଜୟ ବାବା କେଦାରନାଙ୍କର ଜୟ... ଘଣ୍ଟ ଘଣ୍ଟା, ଓଁକାର ଧ୍ବନୀ ଏବଂ ମହାଦେବଙ୍କ ଜୟଜୟକାରରେ ଆଜି ସକାଳ ୭ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥଙ୍କ କପାଟ ଖୋଲି ଦିଆଯାଇଛି । ଆଉ ଯେମିତି କପାଟ ଖୋଲିଛି ମନ୍ଦିର ବାହାରେ ଅପେକ୍ଷା କରିଥିବା ୧୫ ହଜାର ଭକ୍ତ ବାବାଙ୍କ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଦେବଭୂମି ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମର କପାଟ ଆଜି ବୈଦିକ ରୀତିନୀତିରେ ଖୋଲା ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ସହ ନିଜେ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ । ତା ସହ ମୋଦୀ ବାବା କେଦାରନାଥ ବଡ଼ ଭକ୍ତ ବୋଲି କହିବା ସହ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ପରଷି ଦେଇଛନ୍ତି ଧାମୀ ।
#WATCH | Uttarakhand: Portals of Shri Kedarnath Dham opened for the devotees
— ANI (@ANI) May 2, 2025
Chief Minister Pushkar Singh Dhami and his wife Geeta Dhami serve 'Bhandara' to the devotees at Kedarnath Dham. pic.twitter.com/5a1VDM2gid