Advertisment

Kejriwal Acquitted Court: ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ସମେତ ୨୩ ଅଭିଯୁକ୍ତ ଦିଲ୍ଲୀ କୋର୍ଟରୁ ଦୋଷମୁକ୍ତ

Advertisment

ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

Kejriwal Acquitted

Kejriwal Acquitted Photograph: (SAMBAD.IN)

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅବକାରୀଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ବିଶ୍ବସନୀୟ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରିବାକୁ କୋର୍ଟ ମନା କରିବା ସହିତ ମାମଲା ପରିଚାଳନା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ବୋଲି କହିଥିଲେ। ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି କହିଥିଲେ ଯେ, ଅବକାରୀ ନୀତିରେ କୌଣସି ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଅଭିସନ୍ଧି ନଥିଲା। 

୨୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବନ୍ଦ

କୋର୍ଟ କେଜ୍ରିୱାଲଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବନ୍ଦ କରିଦେଇଛନ୍ତି। ସିବିଆଇକୁ ତ୍ରୁଟିପୂର୍ଣ୍ଣ ଯାଞ୍ଚ ପାଇଁ କୋର୍ଟ ଭର୍ତ୍ସନା କରିବା ସହିତ ଏହାଦ୍ବାରା ଉପସ୍ଥାପନ କରାଯା‌ଇଥିିବା ବିସ୍ତୃତ ଅଭିଯୋଗଫର୍ଦ୍ଦରେ ଅନେକ ତ୍ରୁଟି ରହିଛି ବୋଲି କହିଥିଲେ। ପ୍ରାଥମିକ ଦୃଷ୍ଟିକୋଣରୁ ଏଥିରୁ କୌଣସି ମାମଲା ହେଉନାହିଁ ବୋଲି କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଥିଲେ ନିରପେକ୍ଷ ଶୁଣାଣି ପାଇଁ ନିରପେକ୍ଷ ତଦନ୍ତ ଜରୁରୀ ଅଟେ। କିନ୍ତୁ ଏହି ମାମଲାରେ ତାହା ଦେଖିବାକୁ ମିଳିନାହିଁ। ସୂଚନାଯୋଗ୍ୟ, ୨୦୨୨-୨୩ ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସିବିଆଇ ମାମଲା ରୁଜୁ କରିଥିଲା। ଏହି ମମଲାରେ ଆମ୍‌ ଆଦମୀ ପାର୍ଟିର ଅନେକ ନେତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଅରବିନ୍ଦ କେଜ୍ରିୱାଲ ୬ ମାସ ଜେଲରେ ରହିଥିଲେ। ସିବିଆଇ ଓ ଇଡି ଅଭିଯୋଗ କରିଥିଲା ଯେ ସାଉଥ୍‌ ଗ୍ରୁପ୍‌ ନାମକ ଏକ ଲବିରୁ ୧୦୦ କୋଟି ଟଙ୍କା ଲାଞ୍ଚ ନିଆଯାଇଥିଲା ଓ ଏହା ବଦଳରେ ଲାଇସେନ୍ସ ଦେୟରେ ରିହାତି ଓ ଅନ୍ୟ ଲାଭ ଦିଆଯାଇଥିଲା।

ଆହୁରି ପଢନ୍ତୁ - BJP's explosive allegations: ବିଜେପିର ବିସ୍ଫୋରକ ଅଭିଯୋଗ: କେଜ୍ରିୱାଲଙ୍କ ନୂଆ ‘୭-ଷ୍ଟାର୍‌ ପଞ୍ଜାବ ଶୀଶ୍‌ମହଲ’!

କାନ୍ଦି ପକାଇଥିଲେ କେଜ୍ରିୱାଲ

କୋର୍ଟରୁ ଦୋଷମୁକ୍ତ ହେବା ପରେ କେଜ୍ରିୱାଲ ନିଜ ଭାବାବେଗ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଏହି ମାମଲାକୁ ଦେଶର ସବୁଠୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହି ବିଜେପିକୁ ତୀବ୍ର ସମାଲୋଚନା କରିଥିଲେ। ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ କେଜ୍ରିୱାଲ କହିଥିଲେ, ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ କ୍ଷମତାଚ୍ୟୁତ କରିବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସେ ତୀବ୍ର ସମାଲୋଚନା କରିଥିଲେ।

 ଆହୁରି ପଢନ୍ତୁ - Mamata Banerjee: ଲାଲୁ, କେଜ୍ରିୱାଲ, ସୋରେନଙ୍କ ପରେ ମମତା? ମହଙ୍ଗା ପଡ଼ିପାରେ ଇଡି-ସିବିଆଇକୁ ଚ୍ୟାଲେଞ୍ଜ୍ କରିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe