ବେଙ୍ଗାଲୁରୁ :  କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଓହରିବେ ଏବଂ ତାଙ୍କ ସ୍ଥାନରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କାରଣ ସରକାର ଗଠନ ସମୟରେ ସିଦ୍ଦରମୈୟା‌ ଏବଂ ଶିବକୁମାରଙ୍କ ମଧ୍ୟ‌ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକ ଅଢ଼େଇ ବର୍ଷର ବୁଝାମଣା ହୋଇଥିଲା। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ହାଇକମାଣ୍ଡଙ୍କ ନିଷ୍ପତ୍ତି ଚୂଡ଼ାନ୍ତ। ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଙ୍ଗଳବାର କହିଛନ୍ତି,  ସେ ସର୍ବସାଧାରଣରେ କିଛି କହିବେନି। ଦଳରେ ୫-୬ ଜଣଙ୍କ ଭିତରେ ଏହା ଏକ ଗୁପ୍ତ ଚୁକ୍ତି ହୋଇଥିବାରୁ ଶିବକୁମାର ଉକ୍ତ ପ୍ରସଙ୍ଗରେ ସର୍ବସାଧାରଣରେ କିଛି କହିବେ ନାହିଁ ବୋଲି କହିଛନ୍ତି।

Advertisment

Barabati Stadium: ବାରବାଟୀ ଷ୍ଟାଡିୟମ୍‌ରେ ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା: ଅସ୍ଥାୟୀ ପ୍ରମାଣପତ୍ର ଭରସାରେ ଓସିଏ, ପ୍ରଶାସନ

ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମେ’ରେ କଂଗ୍ରେସ କର୍ଣ୍ଣାଟକରେ ନିର୍ବାଚନ ଜିତିଥିବାବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୨ ଜଣ ସିଦ୍ଦରମୈୟା ଏବଂ ଶିବକୁମାର ଦୌଡ଼ରେ ଥିଲେ।  ବିବାଦ ନ ଛିଡ଼ିବାରୁ ହାଇକମାଣ୍ଡ କ୍ଷମତା ବଣ୍ଟନ ନେଇ ବୁଝାମଣା କରିଥିଲେ। ଏହି ବୁଝାମଣା ଅନୁଯାୟୀ ସିଦ୍ଦରମୈୟା ଅଢ଼େଇ ବର୍ଷ ଏବଂ ଶିବକୁମାର ଅ‌ଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ନିକଟରେ କର୍ଣ୍ଣାଟକ ସରକାରକୁ ଅଢ଼େଇ ବର୍ଷ ପୂରିଥିବାରୁ ଶିବକୁମାରଙ୍କ ଗୋଷ୍ଠୀର କିଛି ନେତା ଖୋଲାଖୋଲି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଦାବି କରିଛନ୍ତି। 

Kandhamal tourism: କନ୍ଧମାଳ ପର୍ଯ୍ୟଟନକୁ ଅଡୁଆ ଗଞ୍ଜେଇ ମାଫିଆ: ବାଉନ୍‌ସରଙ୍କ କବଜାରେ ଜଳପ୍ରପାତ

ତେବେ ଶିବକୁମାର ଉକ୍ତ ପ୍ରସଙ୍ଗରେ କହିଛନ୍ତି, ସେ ଜାଣିଶୁଣି ସର୍ବସାଧାରଣ ସ୍ଥଳରେ ବିବାଦଠାରୁ ଦୂରେଇ ରହୁଛନ୍ତି। ସେ କହିଛନ୍ତି, ମୁଁ କହିନଥିଲି ମତେ ମୁଖ୍ୟମନ୍ତ୍ରୀ କରିବାପାଇଁ।  ଏହା ୫-୬ ଜଣଙ୍କ ମଧ୍ୟରେ ଏକ ଗୁପ୍ତ ଚୁକ୍ତି ଥିଲା।  ମୁଁ ସର୍ବସାଧାରଣ ସ୍ଥଳରେ ଉକ୍ତ ପ୍ରସଙ୍ଗରେ କିଛି କହିବାକୁ ଚାହୁନାହିଁ।  ମୁଁ ମୋ ନିଜ ବିବେକରେ ବିଶ୍ବାସ କରେ। ଆମେ ଆମ ବିବେକ ସହ କାମ କରିବା ଉଚିତ। ଶିବକୁମାର କହିଛନ୍ତି, କୌଣସି ପ୍ରକାରେ ମୁଁ ଦଳ ପାଇଁ ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିବାକୁ ଚାହେନା କି ଦଳକୁ ଦୁର୍ବଳ କରିବାକୁ ଚାହେନା।