ଚେନ୍ନାଇ: ବାତ୍ୟା ‘ଦିତ୍ୱାହ’ ଶ୍ରୀଲଙ୍କାରେ ଜଳପ୍ରଳୟ ଆଣିଥିବାବେଳେ ରବିବାରଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ସୋମବାର ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ତାମିଲନାଡ଼ୁ ଉପକୂଳ ଓ ପୁଡୁଚେରୀଠାରୁ ୩୫ କିମି ଦୂରରେ ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି।
Applying for allowance: ଭତ୍ତା ପାଇଁ ଆବେଦନ କରି ନିରାଶ ହୋଇଥିଲେ ସସ୍ମିତା: ଗୁହାରି କଲେ, ନ୍ୟାୟ ମିଳିଲାନି
ଗଭୀର ଅବପାତ ସ୍ଥିତି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ। ଏହାର ପ୍ରଭାବରେ ତାମିଲନାନୁର ତିରୁଭଲ୍ଲୁର, ରାଣିପେଟ୍, କାଞ୍ଚିପୁରମ୍, ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ଭେଲୋର ଜିଲ୍ଲାରେ ସୋମବାର ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଇଏମ୍ଡି ପକ୍ଷରୁ କୁହାଯାଇଛି। ତିରୁପୁଥୁର, ତିରୁଭନ୍ନମଲାଇ ଓ ଭିଲ୍ଲୁପୁରମ ଜିଲ୍ଲା ଏବଂ ପୁଡୁଚେରୀର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ତାମିଲନାଡ଼ୁର ଉତ୍ତର ଉପକୂଳ, କରାଇକଲ ଦକ୍ଷିଣ ଉପକୂଳ ଓ ପୁଡୁଚେରୀରେ ୬୦ରୁ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ପବନର ବେଗ ୮୦ କିମି ରହିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ତାମିଲନାଡ଼ୁରେ ବାତ୍ୟା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।
Rupee weakens further: ଆହୁରି ଦୁର୍ବଳ ହେଲା ଟଙ୍କା: ପୁଣି ୯୦ ଆଡ଼କୁ ଯାଉଛି
କଲମ୍ବୋରେ ଫସି ରହିଥିବା ୪୦୦ ଭାରତୀୟଙ୍କୁ ଦୁଇଟି ବିମାନରେ ଭାରତ ଅଣାଯାଇଛି। ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ବାତ୍ୟା ‘ଦିତ୍ୱାହ’ ଭାରତୀୟ ଉପକୂଳ ଅତିକ୍ରମ କରିବ ନାହିଁ ବରଂ ସମୁଦ୍ର କୂଳ ଦେଇ ଯିବ। ପବନର ବେଗ ବହୁ ଅଧିକ ନଥିଲେ ମଧ୍ୟ ଏହା କୃଷିକାର୍ଯ୍ୟକୁ ବ୍ୟାପକ ଭାବେ ପ୍ରଭାବିତ କରିବ। ଆଜି ଭାରତୀୟ ବାୟୁସେନା ହେଲିକପ୍ଟର କଲମ୍ବୋରେ ନିଜର ଅପରେସନ ଜାରି ରଖିଛି। ଇରୁଙ୍ଗୁୱାଟାରେ ଫସି ରହିଥିବା ୫୭ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ମାଟାଲେରେ ପହଞ୍ଚାଇଛି।
Follow Us