Drone attack : ପୁଟିନଙ୍କ ବାସଭବନ‌ ଉପରେ ଡ୍ରୋନ୍‌ ଆକ୍ରମଣ, ଗଭୀର ଚିନ୍ତା ପ୍ରକଟ କଲେ ମୋଦୀ

Advertisment

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ‌ଡ୍ରୋନ୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।  ଏକ୍ସରେ ଏକ ପୋଷ୍ଟ୍‌....

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ‌ଡ୍ରୋନ୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।  ଏକ୍ସରେ ଏକ ପୋଷ୍ଟ୍‌....

Untitled-14

ମସ୍କୋ: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ‌ଡ୍ରୋନ୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।  ଏକ୍ସରେ ଏକ ପୋଷ୍ଟ୍‌ କରି ମୋଦୀ କହିଛନ୍ତି, ‘ରୁଷ୍‌ ରାଷ୍ଟ୍ରପତିଙ୍କ ବାସଭବନକୁ ଟାର୍ଗେଟ୍‌ କରାଯିବା ସଂକ୍ରାନ୍ତ ଖବରରେ ମୁଁ ଗଭୀର ଭାବେ ଚିନ୍ତିତ।  ହିଂସା ଶେଷ କରି ଶାନ୍ତି ହାସଲ ଦିଗରେ ଆଗକୁ ବଢ଼ିବାପାଇଁ ଆମେ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛୁ ବୋଲି ସେ କହିଛନ୍ତି।

Marijuana: ମୂଷା ଖାଇଦେଲେ ୨୦୦ କେଜି ଗଞ୍ଜେଇ’

2360 ATMs closed in a year: ବର୍ଷକରେ ୨୩୬୦ ଏଟିଏମ୍‌ ବନ୍ଦ

 ରୁଷ୍‌ର ନାବ୍‌ଗୋରଦ ଅଞ୍ଚଳରେ ଡ୍ରୋନ୍‌ ଆକ୍ରମଣ ହୋଇଥିବା ନେଇ ଖବର ପ୍ରଘଟ ହେବାପରେ ମୋଦୀ ଏନେଇ ଚିନ୍ତା ପ୍ରକଟ କରିଛନ୍ତି।  ଅନ୍ୟପକ୍ଷେ ରୁଷ୍‌ ଦାବି କରିଛି ଯେ ମସ୍କୋର ଉତ୍ତରରେ ନାବ୍‌ଗୋରଦ ଓବ୍ଲାଷ୍ଟରେ ରାଷ୍ଟ୍ରପତି ପୁଟିନଙ୍କ ବାସଭବନକୁ ଦୂରଗାମୀ ୟୁକ୍ରେନୀୟ ଡ୍ରୋନ୍‌ ନିକ୍ଷେପ କରିବାପାଇଁ ଉଦ୍ୟମ କରିଥିଲା। ରୁଷ ବିଦେଶ ମନ୍ତ୍ରୀ ସେର୍ଗି ଲାବ୍‌ରୋବ କହିଛନ୍ତି,  ସମସ୍ତ ଡ୍ରୋନ୍‌ ରୁଷ୍‌ ଖସାଇ ଦେଇଛି ଏବଂ କାହାର କିଛି କ୍ଷୟକ୍ଷତି ‌ହୋଇନାହିଁ।  ତେବେ ରୁଷ୍‌ ବିଦେଶ ମନ୍ତ୍ରୀ ଚେତାବନୀ ଦେଇ କହିଛନ୍ତି ଯେ ସଠିକ୍‌ ସମୟ‌ରେ ରୁଷ୍‌ ଏହାର ଜବାବ ଦେବ। ଲାବ୍‌ରୋବ କହିଛନ୍ତି, ଏହି ଡ୍ରୋନ୍‌ ଆକ୍ରମଣ ଶାନ୍ତି ଉଦ୍ୟମକୁ ଭଣ୍ଡୁର କରିବାପାଇଁ ଏକ ଉଦ୍ୟମ।  ସେ କହିଛନ୍ତି, ରୁଷ୍‌ ସେନା ଏହାର ପାଲଟା ଜବାବ ଦେବାପାଇଁ ନିର୍ଦ୍ଦିଷ୍ଟ ଟାର୍ଗେଟ୍‌ ସ୍ଥିର କରି ସାରିଛି।  ଇତିମଧ୍ୟରେ ୟୁ‌କ୍ରେନ ରୁଷ୍‌ର ଏହି ଅଭିଯୋଗକୁ ଖଣ୍ଡନ କରିଛି।  ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆକ୍ରମଣ ଖବର ସମ୍ପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି । ଟ୍ରମ୍ପ ଟିମ୍‌ ସହ ଆମର ସମସ୍ତ କୂଟନୈତିକ ଉଦ୍ୟମକୁ ଅସମ୍ମାନିତ କରିବାପାଇଁ ରୁଷ୍‌ ଏଭଳି ବିପଜ୍ଜନକ ବିବୃତି ବ୍ୟବହାର କରୁଥିବା ୟୁକ୍ରେନ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe