ଆଙ୍କରା: ତୁର୍କୀ ପୁଣିଥରେ ଭୂକମ୍ପରେ ଥରିଛି। ତୁର୍କୀର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ, ମଙ୍ଗଳବାର ସକାଳେ ଦକ୍ଷିଣ-ପଶ୍ଚିମ ତୁର୍କୀର ଉପକୂଳବର୍ତ୍ତୀ ସହର ମାରମାରିସ ନିକଟରେ ୫.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଏଥିରେ ସାତ ଜଣ ଆହତ ହୋଇଛନ୍ତି।
ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫଏଡି) କହିଛି ଯେ, ଭୂକମ୍ପ ଭୋର ୨ଟା ୧୭ରେ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ଭୂମଧ୍ୟସାଗର ଥିଲା। ତୁର୍କୀର ଏନଟିଭି ନ୍ୟୁଜ୍ ଅନୁଯାୟୀ, ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଆଖପାଖ ଅଞ୍ଚଳ କମ୍ପିତ ହେବା ଆରମ୍ଭ କରିଥିଲା ଏବଂ ଏହାର ଝଟକା ନିକଟସ୍ଥ ଗ୍ରୀକ୍ ଦ୍ୱୀପ ରୋଡସ୍ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।
ଅଧିକାରୀମାନେ କହିଛନ୍ତି ଯେ, ଆହତମାନେ କୋଠା ଭୁଶୁଡ଼ି ପଡ଼ିବାରୁ ନୁହେଁ, ଆତଙ୍କ ଯୋଗୁ ଆହତ ହୋଇଛନ୍ତି। ମାରମାରିସ୍ ରାଜ୍ୟପାଳ ଇଦ୍ରିସ୍ ଆକବିୟିକ୍ ଏନଟିଭିକୁ କହିଛନ୍ତି ଯେ, ଭୟଭୀତ ବାସିନ୍ଦାମାନେ ଘରୁ ବାହାରକୁ ଯିବା ପାଇଁ ଝରକା ଏବଂ ବାଲକୋନିରୁ ଡେଇଁ ପଡ଼ି ଆହତ ହୋଇଥିଲେ। ସାତ ଜଣ ଆହତଙ୍କର ଚିକିତ୍ସା କରାଯାଉଛି, କିନ୍ତୁ କୋଠା କିମ୍ବା ଭିତ୍ତିଭୂମିର ଗୁରୁତର କ୍ଷତିର ତୁରନ୍ତ କୌଣସି ରିପୋର୍ଟ ନାହିଁ।
3/
— GeoTechWar (@geotechwar) June 3, 2025
A 6.2M earthquake struck the Dodecanese Islands-Turkey border on June 2, 2025, at 23:17 UTC, 18km from Rhodes, depth 10km. No major damage or casualties reported. Tremors felt in Turkey, Greece, Egypt. Emergency services on alert.#deprem #σεισμός #sismo pic.twitter.com/fI1Cmc0uFZ
ଅଧିକ ପଢ଼ନ୍ତୁ: ଆମକୁ ବୁଝାଇବାର ଆବଶ୍ୟକତା ନାହିଁ: ଆମେରିକା ଯିବା ପୂର୍ବରୁ ପାକିସ୍ତାନ ବିଷୟରେ ଟ୍ରମ୍ପ୍ଙ୍କୁ ଶଶି ଥରୁରଙ୍କ ବାର୍ତ୍ତା
ସୂଚନାଯୋଗ୍ୟ, ତୁର୍କୀ ଅନେକ ସକ୍ରିୟ ଫଲ୍ଟ ରେଖା ଉପରେ ଅବସ୍ଥିତ ତେଣୁ ସେଠାରେ ପ୍ରତିଦିନ ଭୂକମ୍ପ ଘଟିଥାଏ। ଏଠାରେ ଛୋଟ ଭୂମିକମ୍ପ ଯେକୌଣସି ସମୟରେ ବଡ଼ ରୂପ ନେଇପାରେ। ୨୦୨୩ମସିହାରେ, ୭.୮ ତୀବ୍ରତାର ଏକ ଭୟଙ୍କର ଭୂକମ୍ପରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ପ୍ରଦେଶରେ ୫୩ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଲକ୍ଷ ଲକ୍ଷ କୋଠା ନଷ୍ଟ ହେବା ସହ ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିଲା। ସମାନ ଭୂକମ୍ପରେ ଉତ୍ତର ସିରିଆରେ ମଧ୍ୟ ପ୍ରାୟ ୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।
ଭୂକମ୍ପ ପରେ ସୋସିଆଲ ମିଡିଆରେ ଆସିଥିବା ଅନେକ ଫଟୋରେ ଦେଖାଯାଉଛି ଯେ, ଭୂକମ୍ପ କେତେ ଶକ୍ତିଶାଳୀ ଥିଲା। ଭୂକମ୍ପ ଯୋଗୁ ଘରର ଛାତରେ ଲାଗିଥିବା ପଙ୍ଖା ଏବଂ ଝୁଲୁଥିବା ଜିନିଷଗୁଡ଼ିକ ଏବଂ ଝରକାଗୁଡ଼ିକ ହଲିବାରେ ଲାଗିଛି। ସେହିପରି କିଛି ଫୁଟେଜ୍ରେ ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁମାନେ ଭୂମିକମ୍ପରେ ଭୟଭୀତ ହୋଇ ଦୌଡୁଛନ୍ତି।
ଅଧିକ ପଢ଼ନ୍ତୁ: ୧୫ ଲକ୍ଷର ବ୍ରାଉନସୁଗାର ଜବତ : ୨ ଗିରଫ
turkey | earthquake