ନୂଆଦିଲ୍ଲୀ: ଭାରତର ଅପରେସନ୍ ସିନ୍ଦୂର ପରେ ଆତଙ୍କିତ ପାକିସ୍ତାନ ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ପ୍ରାୟ ୬୦ ଥର ଯୋଗାଯୋଗ କରିଥିଲା ଏବଂ ଅସ୍ତ୍ରବିରତି ପାଇଁ ଲବି କରିବାରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବୋଲି ଆମେରିକା ସରକାର ଦ୍ବାରା ସାର୍ବଜନୀନ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଏ ବାବଦ ତଥ୍ୟ ପ୍ରଘଟ ପରେ ଏହି ଫାଇଲକୁ ଦର୍ଶାଇ ଗୁରୁବାର ବିଜେପି ନେତା ଅମିତ ମାଲବ୍ୟ ପାକିସ୍ତାନ ସମର୍ଥକଙ୍କୁ କଡ଼ା ସମାଲୋଚନା କରିଛନ୍ତି।
Annual Conference: ଓଡ଼ିଶା ଅଧସ୍ତନ ଅର୍ଥ ସେବା ସଂଘର ବାର୍ଷିକ ସମ୍ମିଳନୀ
ଏକ୍ସରେ ସବିଶେଷ ତଥ୍ୟ ସେୟାର କରି ମାଲବ୍ୟ କହିଛନ୍ତି ଯେ, ଗତ ବର୍ଷ ଭାରତର ସାମରିକ ଅଭିଯାନ ପରେ ପାକିସ୍ତାନର କୂଟନୈତିକ ସମ୍ପର୍କର ପରିଣାମ ପ୍ରକାଶ ପାଇଛି। ପାକିସ୍ତାନର ସମର୍ଥକଙ୍କ ପାଇଁ ଏହା ଏକ ଖରାପ ଖବର। ଆମେରିକାର ଫରେନ୍ ଏଜେଣ୍ଟସ୍ ରେଜିଷ୍ଟ୍ରେସନ୍ ଆକ୍ଟ (ଏଫ୍ଏଆର୍ଏ) ଅନୁଯାୟୀ ପ୍ରକାଶିତ ଦସ୍ତାବିଜରୁ ଜଣାପଡିଛି ଯେ ଗତବର୍ଷ ଏପ୍ରିଲରେ ଭାରତର ଅପରେସନ୍ ସିନ୍ଦୂର ପାକିସ୍ତାନକୁ ଦୋହଲାଇ ଦେଇଥିଲା। ବିଜେପି ନେତାଙ୍କ କହିବା ଅନୁଯାୟୀ, ଯୁଦ୍ଧକୁ ରୋକିବା ପାଇଁ ପାକିସ୍ତାନ ଆମେରିକାରେ ଥିବା ଏହାର କୂଟନୀତିଜ୍ଞଙ୍କ ମାଧ୍ୟମରେ ଆକ୍ରମଣାତ୍ମକ ଲବି କରିଥିଲା ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସାଂସଦ, ପେଣ୍ଟାଗନ୍ ଏବଂ ବୈଦେଶିକ ବିଭାଗର ଅଧିକାରୀଙ୍କ ସହ ପ୍ରାୟ ୬୦ ଥର ଯୋଗାଯୋଗ କରିଥିଲା।
Five hundred: ସାମିଲ ହେଲେ ପାଞ୍ଚଶହ ଫିଜିଓଥେରାପିଷ୍ଟ
ସେ କହିଛନ୍ତି, ଆମେରିକାର ନ୍ୟାୟ ବିଭାଗରେ ଦାଖଲ ହୋଇଥିବା ଦସ୍ତାବିଜରୁ ଜଣାପଡିଛି ଯେ ପାକିସ୍ତାନୀ କୂଟନୀତିଜ୍ଞମାନେ ଏପ୍ରିଲ୍ ଶେଷ ଭାଗରୁ ଚାରି ଦିନିଆ ଅପରେସନ୍ ସିନ୍ଦୂର ପର୍ଯ୍ୟନ୍ତ ଇମେଲ୍, ଫୋନ୍ କଲ୍ ଓ ସାମ୍ନାସାମ୍ନି ବୈଠକ ମାଧ୍ୟମରେ ଅସ୍ତ୍ରବିରତି ପାଇଁ ଆଲୋଚନା ଜାରି ରଖିଥିଲେ। ମାଲବ୍ୟ ଲେଖିଛନ୍ତି, ଅପରେସନ୍ ସିନ୍ଦୂରକୁ ସ୍ଥଗିତ ରଖିବାକୁ ଚାହୁଥିବା ପାକିସ୍ତାନ ଟ୍ରମ୍ପ ପ୍ରଶାସନ ସହ ଶୀଘ୍ର ଯୋଗାଯୋଗ କରିବା ପାଇଁ ଛଅଟି ଲବି ଫାର୍ମକୁ ନିଯୁକ୍ତି ଦେବାରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛି।
Follow Us