Advertisment

Khemini: ୟୁପି ସହ ଯୋଡ଼ି ହୋଇଛନ୍ତି ଖେମିନିଙ୍କ ପୂର୍ବଜ: ମୃତ୍ୟୁ ଖବରରେ ବାରବାଙ୍କିର କିନ୍ତୁର୍ ଗାଁରେ ଶୋକ

Advertisment

ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହେବା ପରି ମନେ ହେଉଛି।

ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହେବା ପରି ମନେ ହେଉଛି।

01bbs_23_01032026_112

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହେବା ପରି ମନେ ହେଉଛି। ଏହି ଘଟଣା ଅନ୍ତର୍ଜାତୀୟ ରାଜନୈତିକସ୍ତରରେ ଆଲୋଡ଼ନ ସୃଷ୍ଟି କରିଛି। ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଏକ ଛୋଟ ଗାଁ କିନ୍ତୁର୍ ଶୋକରେ ବୁଡ଼ି ଯାଇଛି।

କିନ୍ତୁର୍‌ର ଲୋକମାନେ ସରଳ ଜୀବନଯାପନ କରିଥାନ୍ତି। ଏହି ଘଟଣା ସେମାନଙ୍କ ଗାଁକୁ ବିଶ୍ୱସ୍ତରୀୟ କରିଛି। ଗାଁ ଲୋକେ କୁହନ୍ତି, ସେମାନେ ସେମାନଙ୍କର ଐତିହାସିକ ସମ୍ପର୍କ ପାଇଁ ଗର୍ବିତ, କିନ୍ତୁ ଏପରି ଦୁଃଖଦ ଖବର ସେମାନଙ୍କୁ ଦୋହଲାଇ ଦେଇଛି। ହଜାର ହଜାର କିଲୋମିଟର ଦୂରରେ ଯୁଦ୍ଧର ନିଆଁ ଜଳୁଥାଇପାରେ, କିନ୍ତୁ ବାରବାଙ୍କିର ଏହି ଛୋଟ ଗାଁରେ ଏହାର ପ୍ରଭାବ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି।

ଖେମିନିଙ୍କ ମୃତ୍ୟୁ ପରେ ବାରବାଙ୍କିର ସିରୌଲି ଗୌସପୁର ତହସିଲରେ ଅବସ୍ଥିତ କିନ୍ତୁର୍ ଗାଁ ହଠାତ୍ ଦୁନିଆ ସାରା ଘରେ ଘରେ ପରିଚିତ ହୋଇଯାଇଛି। ଖେମିନିଙ୍କ ଜେଜେବାପା, ସୟଦ ଅହମଦ ମୁସାଭି ହିନ୍ଦୀ, ୧୮ ଏବଂ ୧୯ ଶତାବ୍ଦୀରେ ଏହି ଗାଁରେ ରହୁଥିଲେ ବୋଲି ଜଣାପଡିଛି। ପରିବାର ନିଜର ମୂଳକୁ ବଜାୟ ରଖିବା ପାଇଁ ସେମାନଙ୍କ ନାମରେ ହିନ୍ଦୀ ଉପନାମ ଯୋଡିଥିଲେ।

ଆହୁରି ପଢନ୍ତୁ: Trump's Tit For Tat Warning: ଟ୍ରମ୍ପ ଦେଲେ ଚେତାବନୀ; ଆମେରିକା ଏପରି ଆକ୍ରମଣ କରିବ ଯାହା କେହି କେବେ ଦେଖି ନାହାଁନ୍ତି

ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କୁହନ୍ତି ଯେ, କିଛି ପୁରୁଣା ଦଲିଲ ଏବଂ ପୈତୃକ ଘରର ସ୍ମୃତି ଏବେ ବି ରହିଛି, ଯାହା ଏହି ଐତିହାସିକ ସଂଯୋଗକୁ ପ୍ରକାଶ କରୁଛି। ଖେମିନିଙ୍କ ଉପରେ ଆକ୍ରମଣ ଏବଂ ମୃତ୍ୟୁର ଖବର ସୋସିଆଲ ମିଡିଆ ତଥା ଟିଭି ଚ୍ୟାନେଲ ମାଧ୍ୟମରେ ଗାଁରେ ପହଞ୍ଚିବା ପରେ, ଲୋକମାନେ ମନ ଦୁଃଖରେ ନିଜ ନିଜ ଘରେ ବସି ଖବର ଦେଖୁଛନ୍ତି।

ଏହି ଖବର ପାଇବା ମାତ୍ରେ କିନ୍ତୁର୍ ଗାଁରେ ନୀରବତା ଖେଳିଯାଇଛି। ସ୍ଥାନୀୟ ବାସିନ୍ଦା ସୟଦ ନିହାଲ ମିଆଁ ଆଖିରେ ଲୁହ ଛଳଛଳ ହୋଇ କହିଛନ୍ତି ଯେ, ଏହା କେବଳ ଇରାନ ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ କ୍ଷତି। ସେ କହିଛନ୍ତି, ଖେମିନି ଜଣେ ମହାନ ଧାର୍ମିକ ଏବଂ ରାଜନୈତିକ ନେତା ଭାବରେ ଜଣାଶୁଣା ଥିଲେ।

ଆହୁରି ପଢନ୍ତୁ: Tension Mahendragiri ମହେନ୍ଦ୍ରଗିରିରେ ଭଙ୍ଗାରୁଜା: ଏକପାଖିଆ ନିଷ୍ପତ୍ତିକୁ ବିରୋଧ, ପ୍ରତିବାଦ କଲେ ସ୍ଥାନୀୟ ଅଧିବାସୀ

ଡାକ୍ତର ରେହାନ କାଜମୀ ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି, ଏହା ଏକ ବିରାଟ କ୍ଷତି। ଗାଁର ଅନେକ ଲୋକ ଏହାକୁ ଇତିହାସର ଏକ ଯନ୍ତ୍ରଣାଦାୟକ ମୁହୂର୍ତ୍ତ ବୋଲି କହିଛନ୍ତି। ଲୋକମାନେ ଏକାଠି ବସି ପୁରୁଣା ସମ୍ପର୍କ ଏବଂ ଏହି ଐତିହାସିକ ସଂଯୋଗ ବିଷୟରେ ଆଲୋଚନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe