Mamata Banerjee: ମମତା ବାନାର୍ଜୀଙ୍କ ବିବାଦୀୟ ବୟାନ ‘ବିଏସ୍‌ଏଫ୍‌ ପୋଷ୍ଟ ପାଖକୁ ଯାଆନ୍ତୁ ନାହିଁ’

Advertisment

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପୋଷ୍ଟ ପାଖକୁ ନ ଯିବାକୁ କହିଛନ୍ତି। ସେ ବିଏସ୍‌ଏଫ୍‌ ଉପରେ ‘ଅତ୍ୟାଚାର’...

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପୋଷ୍ଟ ପାଖକୁ ନ ଯିବାକୁ କହିଛନ୍ତି। ସେ ବିଏସ୍‌ଏଫ୍‌ ଉପରେ ‘ଅତ୍ୟାଚାର’...

Untitled-9

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପୋଷ୍ଟ ପାଖକୁ ନ ଯିବାକୁ କହିଛନ୍ତି। ସେ ବିଏସ୍‌ଏଫ୍‌ ଉପରେ ‘ଅତ୍ୟାଚାର’  ଅଭିଯୋଗ ଆଣିବା ସହ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା(ଏସ୍‌ଆଇଆର୍‌)କୁ ବିରୋଧ କରି ଏହି ମନ୍ତବ୍ୟ ଦେଇଛନ୍ତି।

High Court: ସରକାରୀ ହସ୍ପିଟାଲରେ ଜନଔଷଧୀ କେନ୍ଦ୍ର ବନ୍ଦ ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ

 ମମତା  ଅଭିଯୋଗ କରିଛନ୍ତି ଯେ ବିଏସ୍‌ଏଫ୍‌ ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ହଇରାଣ ଓ ଅତ୍ୟାଚାର କରୁଛି। ସେ ମହିଳାମାନଙ୍କୁ ରୋଷେଇ ଉପକରଣ ଧରି ଏହାର ପ୍ରତିବାଦ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ମମତାଙ୍କ ଏଭଳି ପଦକ୍ଷେପ ରାଜ୍ୟରେ ରାଜନୈତିକ ଉତ୍ତେଜନାକୁ ବଢ଼ାଇ ଦେଇଛି। ନିର୍ବାଚନ କମିସନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ତୃଣମୂଳ କଂଗ୍ରେସ ‘ଭୋଟବନ୍ଦୀ’ ଏବଂ ବିଜେପିର ‘ଭୋଟ୍‌ ଚୋରୀ ଯୋଜନା’ ବୋଲି କହିଛି। ଏହି ପ୍ରକ୍ରିୟାରେ ୩୯ ଜଣ ବୁଥ୍‌ସ୍ତରୀୟ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଟିଏମ୍‌ସି ଦାବି କରିଛି। ଅନ୍ୟପକ୍ଷରେ  କେନ୍ଦ୍ର ସରକାର ଏବଂ ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ବିଜେପି ନେତାମାନେ ପଶ୍ଚିମବଙ୍ଗ ସରକାର ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସହଯୋଗ କରୁନଥିବା ଏବଂ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେଉଥିବା ପାଲଟା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମମତା ସୀମାନ୍ତ ଅଞ୍ଚଳରେ ବିଏସ୍‌ଏଫ୍‌ର କାର୍ଯ୍ୟକଳାପ ନେଇ କେନ୍ଦ୍ର ନିକଟରେ ତୀବ୍ର ପ୍ରତିବାଦ କରି ଚିଠି ଲେଖିବେ ବୋଲି ଜଣାଇଛନ୍ତି।  ଏହି ଘଟଣାକୁ ନେଇ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

Life mantra: ଜୀବନ-ମନ୍ତ୍ର: ବ୍ରହ୍ମଚାପୁଡ଼ା କଥା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe