Advertisment

Ministry: ଇଣ୍ଡିଗୋ ଉପରେ ମନ୍ତ୍ରାଳୟ କ୍ଷୁବ୍ଧ

Advertisment

କ୍ରମାଗତ ଅଷ୍ଟମ ଦିନ ପାଇଁ ଦେଶରେ ଇଣ୍ଡିଗୋ ଏୟାରଲାଇନ୍ସରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଜାରି ରହିଛି। ଆଜି ଇଣ୍ଡି‌ଗୋର ୪୦୦ରୁ ଅଧିକ ଉଡ଼ାଣ ବାତିଲ ହୋଇଛି। ଇଣ୍ଡିଗୋର...

କ୍ରମାଗତ ଅଷ୍ଟମ ଦିନ ପାଇଁ ଦେଶରେ ଇଣ୍ଡିଗୋ ଏୟାରଲାଇନ୍ସରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଜାରି ରହିଛି। ଆଜି ଇଣ୍ଡି‌ଗୋର ୪୦୦ରୁ ଅଧିକ ଉଡ଼ାଣ ବାତିଲ ହୋଇଛି। ଇଣ୍ଡିଗୋର...

Untitled-16

ନୂଆଦିଲ୍ଲୀ: କ୍ରମାଗତ ଅଷ୍ଟମ ଦିନ ପାଇଁ ଦେଶରେ ଇଣ୍ଡିଗୋ ଏୟାରଲାଇନ୍ସରେ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ଜାରି ରହିଛି। ଆଜି ଇଣ୍ଡି‌ଗୋର ୪୦୦ରୁ ଅଧିକ ଉଡ଼ାଣ ବାତିଲ ହୋଇଛି। ଇଣ୍ଡିଗୋର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହାର ବିମାନ ଉଡ଼ାଣକୁ ୧୦ ପ୍ରତିଶତ କମାଇ ଦେଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପ୍ରଥମେ ୫ ପ୍ରତିଶତ ଉଡ଼ାଣ ହ୍ରାସ ନିର୍ଦ୍ଦେଶ ଦେଇଥିଲା। ଏହାର କିଛି ଘଣ୍ଟା ପରେ ଉକ୍ତ ହ୍ରାସକୁ ୧୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଦିନକୁ ଇଣ୍ଡିଗୋ ପ୍ରାୟ ୨୨୦୦ ବିମାନ ଉଡ଼ାଣ କରୁଥିବାବେଳେ ଏହି ସଂଖ୍ୟା ବର୍ତ୍ତମାନ ପ୍ରାୟ ୨୨୦ କମିଯିବ। କିନ୍ତୁ ପ୍ରକୃତରେ ଇଣ୍ଡିଗୋର ଦୈନିକ ବିମାନ ଉଡ଼ାଣ ପୂର୍ବର ୨୨୦୦ ପରିବର୍ତ୍ତେ ୧୮୦୦ରୁ ୧୯୦୦କୁ ହ୍ରାସ ପାଇବ ବୋଲି କୁହାଯାଉଛି। ଅର୍ଥାତ ଦିନକୁ ପ୍ରାୟ ୫୦୦ ବିମାନ ଉଡ଼ାଣ ବାତିଲ ହେବ।

Important Of Balanced Food : ଖାଦ୍ୟର ପରିମାଣ ଓ ଖାଦ୍ୟଶୈଳୀ ଗୁରୁତ୍ବପୂର୍ଣ୍ଣ

 
୧୦ ପ୍ରତିଶତ ଉଡ଼ାଣ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସଂପର୍କରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି। ଏହା କମ୍ପାନିର ଉଡ଼ାଣକୁ ସ୍ବାଭାବିକ କରିବା ଏବଂ ବାତିଲ ସଂଖ୍ୟା ହ୍ରାସରେ ସହାୟକ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଇଣ୍ଡିଗୋ ସିଇଓ ପିଟର ଏଲବର୍ସଙ୍କୁ ମଙ୍ଗଳବାର ମନ୍ତ୍ରାଳୟ ସମନ କରି ସଦ୍ୟ ତଥ୍ୟ ଦେବା ପାଇଁ କହିଥିଲା। ତଦନ୍ତ ସହିତ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଇଣ୍ଡି‌ଗୋ ବୁଧବାର ୫ଟା ସୁଦ୍ଧା ଏକ ସଂଶୋଧିତ ଉଡ଼ାଣ ସୂଚୀ ପ୍ରଦାନ କରିବ। ଗ୍ରୀଷ୍ମ ଋତୁରେ ଇଣ୍ଡିଗୋର ସାପ୍ତାହିକ ଘରୋଇ ଉଡ଼ାଣ ସଂଖ୍ୟା ୧୪,୧୫୮ ଥିଲା। ଅକ୍ଟୋବର ୨୬ରୁ ଆରମ୍ଭ ହୋଇଥିବା ଶୀତ ସିଜନ୍‌ ପାଇଁ ଏଥିରେ ୬ ପ୍ରତିଶତ ବୃଦ୍ଧି କରଯାଇଥିଲା। କମ୍ପାନି ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଇଣ୍ଡି‌ଗୋ ନଭେମ୍ବର ମାସରେ ୫୯,୪୩୮ଟି ଉଡ଼ାଣ କରିଛି ଏବଂ ୯୫୧ଟି ଉଡ଼ାଣ ବାତିଲ କରିଛି। 
ଅଷ୍ଟମ ଦିନରେ ବାତିଲ ହୋଇଥିବା ଇଣ୍ଡିଗୋର ୪୦୦ ଉଡ଼ାଣ ମଧ୍ୟରେ ଅଧିକ ଉଡ଼ାଣ ବାତିଲ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇରେ ହୋଇଛି। ଉଲ୍ଲେଖଯୋଗ୍ୟ, ଦେଶ ଭିତରେ ବିମାନ ଉଡ଼ାଣ କ୍ଷେତ୍ରରେ ଇଣ୍ଡିଗୋର ବଜାରଅଂଶ ୬୦ ପ୍ରତିଶତ ରହିଛି।

Microsoft : ଭାରତରେ ୧୭.୫ ବିଲିଅନ ଡଲାର ନିବେଶ କରିବ ମାଇକ୍ରୋସଫ୍ଟ

 
ବହୁସଂଖ୍ୟାରେ ଇଣ୍ଡିଗୋର ବିମାନ ଉଡ଼ାଣ ବାତିଲ ସମସ୍ୟା ଗତ ୨ ତାରିଖରୁ ଆରମ୍ଭ ହୋଇଛି। ସେବେଠାରୁ ପ୍ରାୟ ୫୦୦୦ ଉଡ଼ାଣ ବାତିଲ ହେଲାଣି। ବିମାନ ଉଡ଼ାଣ ବାତିଲ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଡିସେମ୍ବର ପହିଲାରୁ ଫ୍ଲାଇଟ୍ ଡ୍ୟୁଟି ଟାଇମ୍‌ ଲିମି‌ଟେସନ୍ସ (ଏଫ୍‌ଡିଟିଏଲ୍‌) ଲାଗୁ କରିବା ପରେ ୨ ତାରିଖରୁ ଏହି ସମସ୍ୟା ଦେଖାଦେଇଛି। ୧ ତାରିଖରେ ଅନୁଷ୍ଠିତ ବୈଠକରେ ସମସ୍ୟା ସଂପର୍କରେ ଇଣ୍ଡି‌‌ଗୋ କିଛି ଜଣାଇ ନଥିବା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe