Pakistan: ଅପରେସନ୍ ‘ସିନ୍ଦୂର’ ସମୟରେ ଥରୁଥିଲା ପାକିସ୍ତାନ,ବଙ୍କରରେ ରହିବାକୁ କୁହାଯାଇଥିଲା

Advertisment

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ଭାରତର ‘ଅପରେସନ୍ ସିନ୍ଦୂର’ ସମୟରେ ପୂରା ଦେଶରେ ଭୟର ବାତାବରଣ ଲାଗି ରହିଥିଲା....

ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ଭାରତର ‘ଅପରେସନ୍ ସିନ୍ଦୂର’ ସମୟରେ ପୂରା ଦେଶରେ ଭୟର ବାତାବରଣ ଲାଗି ରହିଥିଲା....

Untitled-14

ଇସଲାମାବାଦ: ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ଭାରତର ‘ଅପରେସନ୍ ସିନ୍ଦୂର’ ସମୟରେ ପୂରା ଦେଶରେ ଭୟର ବାତାବରଣ ଲାଗି ରହିଥିଲା ଏବଂ  ତାଙ୍କ ସାମରିକ ସଚିବ ତାଙ୍କୁ ତୁରନ୍ତ ବଙ୍କରକୁ ଯିବାକୁ ପରାମର୍ଶ ଦେଇଥିଲେ। କ୍ଷମତାରେ ଥିବା ନେତାମାନଙ୍କୁ ବଙ୍କରରେ ରହିବା ପାଇଁ କୁହାଯାଇଥିଲା, କିନ୍ତୁ ମୁଁ ମନା କରିଥିଲି ବୋଲି ଜର୍ଦାରୀ କହିଛନ୍ତି। ‘ଯଦି ସହିଦ ହେବାକୁ ହେବ ତେବେ ଏଠି ହିଁ ହେବ। ନେତାମାନେ ବଙ୍କରରେ ମରନ୍ତି ନାହିଁ, ଯୁଦ୍ଧକ୍ଷେତ୍ରରେ ମରନ୍ତି ବୋଲି ମୁଁ କହିଥିଲି’ ବୋଲି ଏକ ସାକ୍ଷାତକାରରେ ପାକ୍‌ ରାଷ୍ଟ୍ରପତି କହିଛନ୍ତି।

Smartphone: ଝିଅବୋହୂଙ୍କୁ ସ୍ମାର୍ଟଫୋନ୍‌ ନିଷେଧାଦେଶ ପରେ...

The world: ପରିସ୍ଫୁଟିତ ସୃଜନ ଖାଁଖାଁ କଳା ଜଗତ

 
ଜର୍ଦାରୀ   ଦାବି କରିଛନ୍ତି ଯେ ଭାରତର ଆକ୍ରମଣ ଆରମ୍ଭ ହେବାର ୪ ଦିନ ପୂର୍ବରୁ ତାଙ୍କୁ ଏହାର ସୂଚନା ମିଳିଥିଲା। ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ମେ ୭ରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅଭିଯାନରେ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ ହୋଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ପାକିସ୍ତାନର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣକୁ ଭାରତ ପଣ୍ଡ କରିବା ସହ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା। ମେ ୧୦ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ  ମଧ୍ୟସ୍ଥତା ଦାବି କରିଥିବା ବେଳେ ଏହାକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଥିଲା। ମଧ୍ୟସ୍ଥତାକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ ଥିବା ବେଳେ ଆଜି ଜର୍ଦାରୀଙ୍କ ବୟାନ ଅପରେସନ୍ ସିନ୍ଦୂରର ପ୍ରଭାବକୁ ପୁଣିଥରେ ପ୍ରମାଣିତ କରିଛି ଏବଂ ପାକିସ୍ତାନରେ ରାଜନୈତିକ ବିବାଦ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe