ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଲାଗିରହିଥିବା ତିକ୍ତତା ଏବେ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ‘ଏକ୍ସିଓସ୍’ର ଏକ ବିଶେଷ ରିପୋର୍ଟ ଅନୁଯାୟୀ, ଆମେରିକା ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏଭଳି କିଛି ସାମରିକ ବିକଳ୍ପ ପ୍ରଦାନ କରିଛି, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି, ତାଙ୍କ ପୁଅ ମୋଜତାବା ଖେମିନି ଏବଂ ଅନ୍ୟ ପ୍ରମୁଖ ନେତାମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରିବାର ଯୋଜନା ରହିଛି। ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ପରାମର୍ଶଦାତାମାନେ ଏକ ନିର୍ଦ୍ଦିଷ୍ଟ ରଣନୀତି ଉପରେ ଆଲୋଚନା କରିଛନ୍ତି, ଯାହା ଆୟାତୋଲ୍ଲା, ତାଙ୍କ ପୁଅ ଏବଂ ପ୍ରଭାବଶାଳୀ ମୁଲ୍ଲାମାନଙ୍କୁ ଶେଷ କରି ଦେଇପାରେ। ମୋଜତାବାଙ୍କୁ ତାଙ୍କ ପିତାଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ଦେଖାଯାଉଥିବାରୁ ଏହି ବିକଳ୍ପ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
Weekly Horoscope 2026 Feb 22 To Feb 28: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ପ୍ରତିରକ୍ଷା ବିଭାଗର ବଡ଼ ପଦକ୍ଷେପ
ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ଏକ ନୂତନ ପରମାଣୁ ଚୁକ୍ତି ପାଇଁ ୧୦ ଦିନର ସମୟସୀମା ଧାର୍ଯ୍ୟ କରିଛନ୍ତି। ଯଦି ଏହି ସମୟ ମଧ୍ୟରେ କୌଣସି ସନ୍ତୋଷଜନକ ନିଷ୍ପତ୍ତି ନିଆନଯାଏ, ତେବେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ସାମରିକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲେ ହେଁ, ହ୍ୱାଇଟ୍ ହାଉସ୍ କହିଛି ଯେ ରାଷ୍ଟ୍ରପତି ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି। ଇତିମଧ୍ୟରେ ମଧ୍ୟପ୍ରାଚ୍ୟରେ ଆମେରିକାର ସାମରିକ ପ୍ରସ୍ତୁତି ବ୍ୟାପକ ରୂପ ନେଇଛି। ଦୁଇଟି ଯୁଦ୍ଧ ପୋତ ସହ ୧୦ରୁ ଅଧିକ ଜାହାଜ ଓ ଶତାଧିକ ଯୁଦ୍ଧ ବିମାନ ମୁତୟନ କରି ଆମେରିକା ଏବେ ଇରାନ ଉପରେ ପ୍ରବଳ ଚାପ ସୃଷ୍ଟି କରିଛି। ଟ୍ରମ୍ପଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଷ୍ଟ୍ରପତି ସବୁ ବିକଳ୍ପ ଖୋଲା ରଖିଛନ୍ତି।
Follow Us