Advertisment

Marijuana: ମୂଷା ଖାଇଦେଲେ ୨୦୦ କେଜି ଗଞ୍ଜେଇ’

Advertisment

ହାଇପ୍ରୋଫାଇଲ ନିଶାଦ୍ରବ୍ୟ ଚୋରାଚାଲାଣ ମାମଲାରେ ରାଞ୍ଚିର ଏକ କୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ପୁଲିସର ଯୁକ୍ତିରେ କୋର୍ଟ   ତାଜୁବ୍‌....

ହାଇପ୍ରୋଫାଇଲ ନିଶାଦ୍ରବ୍ୟ ଚୋରାଚାଲାଣ ମାମଲାରେ ରାଞ୍ଚିର ଏକ କୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ପୁଲିସର ଯୁକ୍ତିରେ କୋର୍ଟ   ତାଜୁବ୍‌....

Untitled-7

ରାଞ୍ଚି: ହାଇପ୍ରୋଫାଇଲ ନିଶାଦ୍ରବ୍ୟ ଚୋରାଚାଲାଣ ମାମଲାରେ ରାଞ୍ଚିର ଏକ କୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ପୁଲିସର ଯୁକ୍ତିରେ କୋର୍ଟ   ତାଜୁବ୍‌ ହୋଇଯାଇଛନ୍ତି। ପୁଲିସ ଜବତ କରି ନିଜ ହେପାଜତରେ ରଖିଥିବା ପାଖାପାଖି ୨୦୦ କେଜି ଓଜନର ଗଞ୍ଜେଇ (ମାରିଜୁଆନା) ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ତାକୁ ମୂଷା ନଷ୍ଟ କରିଦେଇଥିବା କୋର୍ଟରେ ତଥ୍ୟ ରଖାଯାଇଥିଲା।  ଏହିସବୁ ମାରିଜୁଆନାକୁ ଜାନୁଆରି ୨୦୨୨ରେ ଓରମାଞ୍ଝି ପୁଲିସ ଦ୍ବାରା ଜବତ କରାଯାଇଥିଲା।

Mamata: ଏସ୍‌ଆଇଆରକୁ ‘ବଡ଼ ଦୁର୍ନୀତି’ କହିଲେ ମମତା

 ପୁଲିସ ଏକ ଗୁପ୍ତ ସୂଚନା ଆଧାରରେ ରାଞ୍ଚିରୁ ରାମଗଡ଼କୁ ଏକ ବୋଲେରେରେ ମାରିଜୁଆନା ଚାଲାଣ ହେଉଥିବାବେଳେ ଚଢଉ କରି ଇନ୍ଦ୍ରଜିତ ରାୟ ଓରଫ ଅନୁରଜିତ୍‌ ରାୟ (୨୬)ଙ୍କୁ ଗିରଫ କରିଥିିଲା। ଗାଡ଼ିରେ ବସିଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ଫେରାର୍‌ ହେବାରେ ସକ୍ଷମ ହୋଇଥିଲେ। ଉକ୍ତ ଗାଡ଼ିରେ ପାଖାପାଖି ୨୦୦ କେଜି ଗଞ୍ଜେଇ ଚାଲାଣ ହେଉଥିଲା। ପୁଲିସ ଇନ୍ଦ୍ରଜିତକୁ ଗିରଫ କରି ଜେଲ ପଠାଇଥିଲା। ପରେ ଏନ୍‌ଡିପିଏସ୍‌ ଆଇନ ବଳରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା।  କିନ୍ତୁ ବିଚାର ପ୍ରକ୍ରିୟାରେ ଅଗ୍ରଗତି ଅନୁଯାୟୀ ଅଭିଯୁକ୍ତ ବିରୋଧରେ ପୁଲିସ କୌଣସି ପ୍ରମାଣ ଉପସ୍ଥାପନ କରିପାରିନଥିଲା। ଏପରିକି କୌଣସି ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତକୁ କିଏ ଅଟକ ରଖିଥିଲା ତାହା ମଧ୍ୟ କୋର୍ଟ ଆଗରେ କହିପାରିନଥିଲେ। ଜବତ ଗାଡ଼ି କେଉଁଠି ଧରାପଡ଼ିଥିଲା, କେତେ ସମୟରେ ତଲାସୀ ଅଭିଯାନ ଚାଲିଥିଲା ସେ ନେଇ ମଧ୍ୟ ପୁଲିସ ତଥ୍ୟ ରଖିପାରି ନଥିଲା। ଶେଷରେ ପ୍ରମାଣ ଭାବେ ଓରମାଞ୍ଝି ପୁଲିସ ଷ୍ଟେସନରେ ଥିବା ଜବତ ଗ‌ଞ୍ଜେଇକୁ ମୂଷା ନଷ୍ଟ କରିଦେଇଥିବା ଯେତେବେଳେ ପୁଲିସ କୋର୍ଟରେ ତଥ୍ୟ ରଖିଥିଲା ସେତେବେଳେ ଅଭିଯୋଗ ପକ୍ଷ ପାଇଁ ମାମଲାରେ ଆଉ କିଛି ବାକି ରହିନଥିଲା। କୋର୍ଟ ଏହାକୁ ପୁଲିସ ପକ୍ଷରୁ ଚରମ ଅବହେଳା ବୋଲି ଦର୍ଶାଇଥିଲେ। ପୁଲିସ ଅଭିଯୁକ୍ତ ଓ ଜବତ ସାମଗ୍ରୀ ମଧ୍ୟରେ କୌଣସି ସମ୍ପର୍କ ସ୍ଥାପନ କରିପାରିନଥିବାରୁ କୋର୍ଟ ଅଭିଯୁକ୍ତ ଇନ୍ଦ୍ରଜିତ ରାୟଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ।

Air pollution: ଡରାଇଲାଣି ବାୟୁ ପ୍ରଦୂଷଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe