ନୂଆବର୍ଷ ଆସିବାକୁ ଯାଉଛି। ଆଉ ଦୁଇଦିନପରେ ୨୦୨୬ ମସିହାରେ ପାଦ ଥାପିବା। ଘରକୁ ନୂଆ ନୂଆ ଜିନିଷ କିଣା ହେବା ଆରମ୍ଭ ହୋଇଗଲାଣି। ଏହାସହିତ ଯଦି ଆପଣ ନୂଆ ବର୍ଷର କ୍ୟାଲେଣ୍ଡର ଘରକୁ ଆଣିବା ପାଇଁ ଚିନ୍ତା କରୁଛନ୍ତି, ତାହେଲେ ବାସ୍ତୁ ସମ୍ବନ୍ଧୀୟ କିଛି ବିଶେଷ କଥା ଜାଣିବା ନିହାତି ଜରୁରୀ। ତେବେ ବାସ୍ତୁ ଶାସ୍ତ୍ରରେ ଘରେ ନୂଆ କ୍ୟାଲେଣ୍ଡର ଲଗାଇବା ପାଇଁ କିଛି ନିୟମ ରହିଛି। ଯାହାର ପାଳନ କରିବା ଦ୍ୱାରା ଘରେ ପରିବାର ଲୋକେ ଜୀବନରେ ଆଗକୁ ଯାଇପାରିବେ।
ଏହା ସହ ପୂରା ବର୍ଷ ଭାଗ୍ୟ ଆପଣଙ୍କ ସହିତ ରହିବ। ଯଦି ଆପଣ ଏହି ବାସ୍ତୁ ସମ୍ବନ୍ଧୀୟ ନିୟମ ନମାନି ଘରର ଭୁଲ ସ୍ଥାନରେ କ୍ୟାଲେଣ୍ଡର ଲଗାଉଛନ୍ତି , ତାହେଲେ ଆପଣ ଘରେ ଅନେକ ସମସ୍ୟାର ସାମ୍ନା କରିପାରନ୍ତି। କେଉଁ ଦିଗରେ କ୍ୟାଲେଣ୍ଡର ରଖିବା ଉଚିତ..... ମନୋଜ ଲେଙ୍କା ଏ ବିଷୟ ନେଇ କ’ଣ କହନ୍ତି ଆସନ୍ତୁ ଜାଣିବା

Advertisment

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ: ବିଜୟପାଲ୍ ସିଂହତୋମର୍

  • କ୍ୟାଲେଣ୍ଡରକୁ ସଦାସର୍ବଦା ଠିକ୍‌ ସ୍ଥାନରେ ରଖିବା ଉଚିତ। ଗୃହର ଦକ୍ଷିଣ ଓ ପୂର୍ବ କାନ୍ଥରେ ରଖିବା ଉଚିତ। ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବିସ୍ତାର ହୋଇଥାଏ, ଏହା ସହ ଖୁସିର ବାତାବରଣ ମଧ୍ୟ ରହିଥାଏ।
  • ପ୍ରତି ମାସ ଶେଷ ହେବାକ୍ଷଣି ଏହାକୁ ଓଲଟାଇବା ଦରକାର। କାରଣ ପ୍ରତି ମାସ କ୍ୟାଲେଣ୍ଡରରୁ ରାଶି ନକ୍ଷେତ୍ରର ଚଳଣି ମଧ୍ୟ ଜାଣିପାରୁ। ଶୁଭ ବାର, ନକ୍ଷେତ୍ର, ତିଥି , ସମୟ, ଗୁରୁପୁଷ୍ୟା ଯୋଗ, ରବି ପୁଷ୍ୟା ଯୋଗ, ଶନି ପୁଷ୍ୟା ଯୋଗ, ଆଦି ଆଜିକାଲି ପାଞ୍ଜିକାରେ ସ୍ଥାନ ପାଇଛି।
  •  କ୍ୟାଲେଣ୍ଡର ଅନେକ ପ୍ରକାର। ଯେପରି କାନ୍ଥ କ୍ୟାଲେଣ୍ଡର, ଟେବୁଲ କ୍ୟାଲେଣ୍ଡର ଓ ଡିଜିଟାଲ୍‌ କ୍ୟାଲେଣ୍ଡର। ଟେବୁଲ କ୍ୟାଲେଣ୍ଡରକୁ ପଢ଼ା ଟେବୁଲର ସମ୍ମୁଖ ଭାଗରେ ରଖିଲେ ତାହା ଶୁଭ ହୋଇଥାଏ। ଏହା ସହିତ ଡାଇନିଂ ଓ ଡ୍ରଇଁ ହଲ୍‌ ଟେବୁଲ୍‌ର ପୂର୍ବ ଭାଗରେ ରଖିବା ଉଚିତ।
  • କ୍ୟାଲେଣ୍ଡରକୁ ଘରର ପ୍ରବେଶ ଦ୍ବାରରେ କେବେ ରଖିବେ ନାହିଁ। ଯାହା ଅଶୁଭ ଫଳ ପ୍ରଦାନ କରେ। ଚିତ୍ରଗୁପ୍ତଙ୍କ ନିକଟରେ ଏହା ସୃଷ୍ଟି ହୋଇଥିବାରୁ ଏହାକୁ ପ୍ରବେଶ ଦ୍ବାରରେ ରଖିବା ଉଚିତ ନୁହେଁ। ଝରକା କିମ୍ବା ଦ୍ବାର ଉପରେ ରଖିବା ଅନୁଚିତ। କଳା ରଙ୍ଗର କ୍ୟାଲେଣ୍ଡର ବ୍ୟବହାର କରିବା ଅଶୁଭର କାରଣ ହୋଇଥାଏ।
  • ଏହା ସହିତ ଘରେ ପୁରୁଣା କ୍ୟାଲେଣ୍ଡର କେବେବି ରଖିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରର ଅନେକ କାର୍ଯ୍ୟରେ ବାଧ୍ୟା ସୃଷ୍ଟି ହୋଇଥାଏ ।
  • ଘରେ ହିଂସାତ୍ମକ କିମ୍ବା ଦୁଃଖୀ ଚେହେରା ସହିତ କ୍ୟାଲେଣ୍ଡର ରଖନ୍ତୁ ନାହିଁ। ଏହା ମଧ୍ୟ ମନେରଖନ୍ତୁ ଯେ ପୁରୁଣା କ୍ୟାଲେଣ୍ଡର ଉପରେ କେବେବି ଏକ ନୂତନ କ୍ୟାଲେଣ୍ଡର ରଖିବେ ନାହିଁ। ଏହି ଯୋଗୁ ଘରେ ଅନେକ ନକାରାତ୍ମକ ଶକ୍ତି ସଂକ୍ରମିତ ହୁଏ। କେବେ ଘରେ କଟା ଫଟା କ୍ୟାଲେଣ୍ଡରଗୁଡ଼ିକ ରଖିବା ଉଚିତ୍ ନୁହେଁ। ଏହି ଦ୍ୱାରା ଘରେ ନେଗେଟିଭିଟି ସୃଷ୍ଟି ହୋଇଥାଏ। 
  • ଘରର ଉତ୍ତର ଦିଗରେ ଏକ ନୂତନ କ୍ୟାଲେଣ୍ଡର ସହିତ ପ୍ରବାହିତ ନଦୀ କିମ୍ବା ବିବାହର ଫଟୋ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ସୁବର୍ଣ୍ଣ କିମ୍ବା ଧୂସର ରଙ୍ଗର କ୍ୟାଲେଣ୍ଡର ରଖିବା ଆପଣଙ୍କ ଘରେ ସୁଖ ଏବଂ ସମୃଦ୍ଧି ମଧ୍ୟ ଆଣିଥାଏ।

ଆହୁରି ପଢ଼ନ୍ତୁ: ୪୦ ବର୍ଷ ପରେ ମହିଳାମାନଙ୍କଠାରେ କିଡନୀ ରୋଗ ବୃଦ୍ଧି ପାଏ କାହିଁକି? ଜାଣିବା...