Knee problem: ଶୀତ ଦିନରେ ବଢ଼େ ଆଣ୍ଠୁଗଣ୍ଠି ସମସ୍ୟା

Advertisment

ଥଣ୍ଡା ପାଗର ସିଧାସଳଖ ପ୍ରଭାବ ମସ୍କୁଲୋସ୍କେଲିଟାଲ ସିଷ୍ଟମ ଉପରେ ପଡ଼ିଥାଏ। ତାପମାତ୍ରା ହ୍ରାସ ପାଇବା ସହିତ ଆମର ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ନିର୍ଦ୍ଦେଶିତ କରି ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ....

ଥଣ୍ଡା ପାଗର ସିଧାସଳଖ ପ୍ରଭାବ ମସ୍କୁଲୋସ୍କେଲିଟାଲ ସିଷ୍ଟମ ଉପରେ ପଡ଼ିଥାଏ। ତାପମାତ୍ରା ହ୍ରାସ ପାଇବା ସହିତ ଆମର ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ନିର୍ଦ୍ଦେଶିତ କରି ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ....

dagdgadgavczcv

 ଶୀତଦିନେ ଆଣ୍ଠୁଗଣ୍ଠି ସମସ୍ୟା ବଢ଼ିବାର କାରଣ କ’ଣ?
ଥଣ୍ଡା ପାଗର ସିଧାସଳଖ ପ୍ରଭାବ ମସ୍କୁଲୋସ୍କେଲିଟାଲ ସିଷ୍ଟମ ଉପରେ ପଡ଼ିଥାଏ। ତାପମାତ୍ରା ହ୍ରାସ ପାଇବା ସହିତ ଆମର ଶରୀର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ରକ୍ତ ପ୍ରବାହ ନିର୍ଦ୍ଦେଶିତ କରି ତାପ ସଂରକ୍ଷଣ କରିବାକୁ ଚେଷ୍ଟା କରେ, ଯାହା ଫଳରେ ହାତ, ଆଣ୍ଠୁ ଓ ପାଦ ଭଳି ପ୍ରତ୍ୟଙ୍ଗରେ ରକ୍ତ ସଞ୍ଚାଳନ ହ୍ରାସ ପାଇଥାଏ। ହ୍ରାସ ପ୍ରାପ୍ତ ରକ୍ତ ପ୍ରବାହ ସନ୍ଧି କଠିନତା, ମାଂସପେଶୀ କଠିନତା ଏବଂ ହାଡ଼ ଯନ୍ତ୍ରଣାର କାରଣ ହୋଇଥାଏ।

Mandei: ମଣ୍ଡେଇ ଲୋକ ମହୋତ୍ସବ ଉଦ୍‌ଯାପିତ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

‌ ଏହି ଋତୁରେ ଶରୀରରେ କେଉଁ ପ୍ରକାର ସମସ୍ୟା ଦେଖାଯାଏ?
ଶୀତ ଦିନରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଅଣ୍ଟା ଓ ପିଠି ବାତ ରୋଗ, ସକାଳ ସମୟରେ ପାଦ ଓ ଆଣ୍ଠୁ ଯନ୍ତ୍ରଣା ବଢ଼ିବା, କାନ୍ଧ ସନ୍ଧି ଚାରିପାଖରେ ମାଂସପେଶୀ ସଙ୍କୋଚନ, ବୟସ୍କ ବ୍ୟକ୍ତିଙ୍କ ହାଡ଼ର ଘନତ୍ବ ଓ ମାଂସପେଶୀର ନମନୀୟତା ହ୍ରାସ ଭଳି ସମସ୍ୟା ଅଧିକ ଦେଖାଯାଏ।
‌ ଏହାକୁ କିପରି ରୋକା ଯାଇ ପାରିବ?
ହାଲୁକା ଷ୍ଟ୍ରେଚିଂ କିମ୍ବା ଯୋଗାଭ୍ୟାସ କରିବା, ନିଜକୁ ଉଷ୍ମ ରଖିବା, ମଜବୁତ ହାଡ଼ ପାଇଁ କ୍ୟାଲସିଅମ, ଭିଟାମିନ ଡି ଓ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଭଳି ପଦକ୍ଷେପ ଦ୍ବାରା ଏହିସବୁ ସମସ୍ୟାକୁ ଲାଘବ କରିହେବ।

Narendra Modi: ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ

 ହାଡ଼ ଓ ସନ୍ଧିଗୁଡ଼ିକୁ ମଜବୁତ କରିବାର କ’ଣ ଉପାୟ ରହିଛି?
ଆଧୁନିକ ଜୀବନ ଶୈଳୀ ଯୋଗୁଁ ହାଡ଼ ଜନିତ ସମସ୍ୟା ଅଧିକାଂଶଙ୍କ ଠାରେ ଦେଖିବାକୁ ମିଳୁଛି। ବୟସ ବଢ଼ିବା ସହ ଶରୀରରେ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ, ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ ଅଷ୍ଟିଓପୋରୋସିସ୍‌ କୁହାଯାଉଛି। ତେଣୁ କ୍ୟାଲସିଅମଯୁକ୍ତ ଖାଦ୍ୟ ସାମିଲ କରନ୍ତୁ, ପ୍ରାକୃତିକ ଆଣ୍ଟି-ଇନ୍‌ଫ୍ଲାମେଟରି ଖାଦ୍ୟ ଯୋଡ଼ନ୍ତୁ ଏବଂ ପହଁରିବା, ସାଇକେଲ ଚଲାଇବା ଓ ଘର ଭିତରେ ଚାଲିବା ଭଳି ବ୍ୟାୟାମ ଦ୍ବାରା ସନ୍ଧିଗୁଡ଼ିକୁ ସକ୍ରିୟ ରଖନ୍ତୁ।
‌ ଏହି ସମୟରେ ବୟସ୍କମାନଙ୍କ ଯତ୍ନ କିପରି ନେବା ଆବଶ୍ୟକ?
ଘରେ ବସି ରହୁଥିବା ବୟସ୍କମାନଙ୍କ ଓଜନ ବଢ଼ିବା ଯୋଗୁଁ ଗଣ୍ଠି ଉପରେ ଚାପ ପଡ଼ିଥାଏ। ତେଣୁ ଏହି ଋତୁରେ ସେମାନଙ୍କ ଉଠିବା, ଚାଲିବା, ବସିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଏହି ଋତୁ ଆସିବା ପୂର୍ବରୁ ସେମାନଙ୍କ ଶରୀରରେ ଭିଟାମିନ୍‌-ଡି, ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ନାହିଁ ‌ପ୍ରଥମେ ‌ପରୀକ୍ଷା କରିନେବା ଜରୁରି। ଫିଜିଓଥେରାପି କରିବା, କମୋଡ୍ ପାଇଖାନା ବ୍ୟବହାର କରିବା ଆଦି ଉପରେ ଅଧିକ ଧ୍ୟାନ ଦେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe