ଆଜିକାଲିର ଦୈନିକ ଜୀବନଚର୍ଯ୍ୟା ବଦଳୁଛି। ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଭିନ୍ନ ରାସାୟନିକ ପଦାର୍ଥର ବ୍ୟବହାର ହେତୁ ଆମ ତ୍ବଚା ଓ କେଶରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହେଉଛି। ଏବେ କେଶ ଝଡ଼ିବା ଯୁବପିଢ଼ିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ। ତେବେ ଭୁର୍ସଙ୍ଗ ପତ୍ର ଖାଲି ରୋଷେଇରେ ବ୍ୟବହାର ହୁଏନି, ଏହାକୁ ସୌନ୍ଦର୍ଯ୍ୟ ଓ ପ୍ରସାଧନରେ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀର ସାଙ୍ଗକୁ କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କାରଣ ଭୁର୍ସଙ୍ଗ ପତ୍ରରେ ଭରି ରହିଛି ପ୍ରଚୁର ପରିମାଣର ଭିଟାମିନ୍ ଏ, ବି, ସି ଓ ଡି ଏବଂ ଏହାସହିତ କ୍ୟାଲ୍ସିୟମ୍, ଆଇରନ୍ ଓ ଫସ୍ଫରସ୍ ପରି ମିନେରାଲ୍ସ। ବିଭିନ୍ନ ପୋଷକ ତତ୍ତ୍ବରେ ଭରି ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି।
ଆହୁରି ପଢ଼ନ୍ତୁ- Congress IT Cell : ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି
କଞ୍ଚା ଭୁର୍ସଙ୍ଗ ପତ୍ରର ଫାଇଦା:
ତେବେ କଞ୍ଚା ଭୁର୍ସଙ୍ଗ ପତ୍ର ଚୋବାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ହୁଏ। ଏଥିରେ ଥିବା ବିଟା-କାରୋଟିନ୍ ଓ ପ୍ରୋଟିନ୍ କେଶକୁ ମୋଟା ଓ ଚିକ୍କଣ କରିବା, କେଶ ଝଡ଼ିବା ବନ୍ଦ, କେଶ ମୂଳ ଶକ୍ତ କରିବାରେ ସାହାଯ୍ୟ କରେ। ଖାଲି ସେତିକି ନୁହେଁ ତ୍ବଚାର କୋଷ ବୃଦ୍ଧି, ରକ୍ତ ସଂଚାଳନ ବଢ଼ାଇବା ସହିତ ତ୍ବଚା ସମସ୍ୟାରୁ ମୁକ୍ତିଦିଏ ବୋଲି କିଛି ବିଶେଷଜ୍ଞ ମତ ଦିଅନ୍ତି।
ଆହୁରି ପଢ଼ନ୍ତୁ- Basketball Player: ବାପା...ମୋତେ ଟିକେ କୋଳେଇ ନିଅ; ମୃତ୍ୟୁ ପୂର୍ବରୁ ପୁଅର ଶେଷ କଥା
ଭୁର୍ସଙ୍ଗ ପତ୍ରକୁ ପ୍ରଥମେ ପ୍ରଥମେ କମ୍ ପରିମାଣର ଚୋବାଇ ଖାଆନ୍ତୁ। ଅଧିକ ପରିମାଣର ଖାଇଲେ ହୁଏତ ଆଲର୍ଜି ରିଆକ୍ସନ୍, ହଜମ ଜନିତ ସମସ୍ୟା ପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଏଣୁ ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ଖାଇବା ଉଚିତ୍। ବିଶେଷ କରି ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ।
Follow Us