30 old vehicles: ସ୍କାପ୍ରିଂ ହେବ ୩୦ ପୁରୁଣା ଗାଡି

Advertisment

ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ...

ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ...

Untitled-13

ଭୁବନେଶ୍ୱର: ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କ୍ରୁଟ୍ କାର୍ଯ୍ୟାଳୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରୀକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

5 professional: ୫ ପେଷାଦାର ଅପରାଧୀ ଗିରଫ


ଏଥିରେ ପରିବହନ କମିସନର  ଅମିତାଭ ଠାକୁର, କ୍ରୁଟ୍ ଏମ୍‌ଡି ସଞ୍ଜୟ ବିଶ୍ୱାଳ, କମିସନରେଟ୍ ପୁଲିସ ଡିସିପି, ଟ୍ରାଫିକ ଡିସିପି, କ୍ରୁଟ୍‌ ଜିଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୁଟ୍‌ ଅଧିକାରୀମାନେ କହିଥିଲେ, ଜାନୁଆରି ମାସର ପ୍ରଥମ ଦୁଇ ସପ୍ତାହରେ ଆମ ବସ୍‌ଗୁଡ଼ିକର ସ୍ପିଡ୍ ଲିମିଟ୍ ଅନୁଧ୍ୟାନ କରାଯାଇଥିଲା ଏବଂ କୌଣସି ଆମ ବସ୍ ଏହି ନିୟମ ଭଙ୍ଗ କରି ଅଧିକ ବେଗରେ ଗାଡ଼ି ଚାଳନା କରିନାହାନ୍ତି। ବସ୍‌ ଷ୍ଟପ୍‌ମାନଙ୍କରେ ଆମ ବସ ରହଣି ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଆମ ବସ ଚାଳକଙ୍କ ଗାଡ଼ି ଚାଳନା ସୁବ୍ୟବସ୍ଥିତ କରିବା ପାଇଁ ଡ୍ରାଇଭିଂ ଟ୍ରେନିଂ ସ୍କୁଲ(ଆଇଡିଟିଆର୍)କୁ ଇ-ବସ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୈନିକ ଏହି ଟ୍ରେନିଂ ସ୍କୁଲ ପରିସରରେ ଚାଳକମାନେ ଡ୍ରାଇଭିଂ ଟ୍ରେନିଂ ନେଇପାରିବେ। ଏନେଇ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଛତିଆ, ବ୍ରହ୍ମପୁର, ସୁନ୍ଦରଗଡ଼ ବଣାଇର ବିଭିନ୍ନ ସ୍ଥାନରେ ମଲ୍ଟି ଚାର୍ଜିଂ ଭିତ୍ତିଭୂମି ନିର୍ମାଣ କରିବାକୁ ଯୋଜନା କରାଯାଇଛି। ଏଠାରେ ସରକାରୀ ଯାନ ସହିତ ବେସରକାରୀ ଯାନଗୁଡ଼ିକର ଚାର୍ଜିଂ ସୁବିଧା ରହିବ। ଚାରିଚକିଆ ଇଭି ଯାନଗୁଡ଼ିକୁ ମଧ୍ୟ ଚାର୍ଜିଂ କରିବାର ସୁବିଧା ମିଳିବ।

Suzuki's new e-Access: ସୁଜୁକିର ନୂଆ ଇ-ଆକ୍ସେସ୍‌

 
ବଡ଼ କଥା ହେଉଛି ଜାନୁଆରି ୨୬ରୁ କ୍ୟାପଟେନ୍‌ ଓ ଗାଇଡ୍‌ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଲାଗୁହେବ। ଚାଳକଙ୍କ ସୁରକ୍ଷିତ ଗାଡ଼ି ଚାଳନା ଓ ବିଭିନ୍ନ ଦିଗରୁ ସେମାନଙ୍କ କାର୍ଯ୍ୟକୁ ମୂଲ୍ୟାଙ୍କନ କରି ୩ ମାସରେ ଥରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଫେବ୍ରୁଆରିରୁ ଆମ ବସ୍ ରୁଟ୍‌ରେ ଯାତ୍ରୀଙ୍କଠୁ ରୁଟ୍ ପରିବର୍ତ୍ତନ ଉପରେ ମତାମତ ମଗାହେବ। ଚାଳକଙ୍କ ଟ୍ରେନିଂର ସମୟ ସୀମା ତିନି ଦିନରୁ ପାଞ୍ଚ ଦିନକୁ ବୃଦ୍ଧି କରାଯାଇଛି। ଏଥିରେ ଚାଳକଙ୍କ ମାନସିକ ସ୍ଥିତି ପରୀକ୍ଷା, ନିଶା, ଲେନ୍‌ ଡ୍ରାଇଭିଂ, ଚାଳକମାନଙ୍କର ନିଜସ୍ୱ ମୂଲ୍ୟାଙ୍କନ ଉପରେ ଅଧିକ ଧ୍ୟାନ ଦିଆଯିବ। ସେପରି ସମୟାନୁବର୍ତ୍ତିତା ଉପଲକ୍ଷେ ଇ-ବସ୍ ଚାଳନା ପ୍ରଶିକ୍ଷଣ ପାଇଁ ଟ୍ରେନିଂ ସ୍କୁଲମାନଙ୍କରେ ସିମୁଲେଟର୍ ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କ ସୁରକ୍ଷା ଓ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଚାଲି ସାରିଥିବା ବିପିଟିସିଏଲ‌୍ର ୩୦ଟି ପୁରୁଣା ବସ୍‌କୁ ସ୍କ୍ରାପିଂ କରାଯିବ। ଏହା ବଦଳରେ କଟକ ଓ ଭୁବନେଶ୍ବରରେ ରାସ୍ତାକୁ ଦେଖି ଛୋଟ ଇ-ବସ୍ ଜନ ସାଧାରଣଙ୍କ ନିମନ୍ତେ ଯୋଡ଼ିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe