A Love Story: ‘ସରି ନଥିବା ଗୋଟେ ପ୍ରେମ କାହାଣୀ’ ଉନ୍ମୋଚିତ

Advertisment

ବର୍ତ୍ତମାନ ସମୟରେ ବିବାହ ପରବର୍ତ୍ତୀ ପ୍ରେମ ଓ ତା’ର ପରିଣତିକୁ ନେଇ ଲିଖିତ ସ୍ନେହଲତା ପୃଷ୍ଟିଙ୍କ ଷଷ୍ଠ ଉପନ୍ୟାସ ‘ସରି ନଥିବା ଗୋଟେ ପ୍ରେମ କାହାଣୀ’ ଉନ୍ମୋଚିତ ହୋଇଯାଇଛି।

ବର୍ତ୍ତମାନ ସମୟରେ ବିବାହ ପରବର୍ତ୍ତୀ ପ୍ରେମ ଓ ତା’ର ପରିଣତିକୁ ନେଇ ଲିଖିତ ସ୍ନେହଲତା ପୃଷ୍ଟିଙ୍କ ଷଷ୍ଠ ଉପନ୍ୟାସ ‘ସରି ନଥିବା ଗୋଟେ ପ୍ରେମ କାହାଣୀ’ ଉନ୍ମୋଚିତ ହୋଇଯାଇଛି।

Untitled-3

ଭୁବନେଶ୍ବର: ବର୍ତ୍ତମାନ ସମୟରେ ବିବାହ ପରବର୍ତ୍ତୀ ପ୍ରେମ ଓ ତା’ର ପରିଣତିକୁ ନେଇ ଲିଖିତ ସ୍ନେହଲତା ପୃଷ୍ଟିଙ୍କ ଷଷ୍ଠ ଉପନ୍ୟାସ ‘ସରି ନଥିବା ଗୋଟେ ପ୍ରେମ କାହାଣୀ’ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମି‌େଟଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ପୌରୋହିତ୍ୟ କରି କହିଲେ, ପ୍ରେମ ସମ୍ପର୍କରେ ଯେତେ ଆଲୋଚନା କଲେ ମଧ୍ୟ ଏହା ଅସରନ୍ତି। ବର୍ତ୍ତମାନ ସମୟରେ ପ୍ରେମବିବାହ କରୁଥିବା ଦମ୍ପତିଙ୍କ ଅପେକ୍ଷା ବାପାମାଆଙ୍କ ଦ୍ବାରା ମନୋନୀତ ବର କିମ୍ବା କନ୍ୟାଙ୍କୁ ବିବାହ କଲେ ବିବାହ ବିଚ୍ଛେଦ ଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। ଏହା ଚିନ୍ତାଜନକ ବିଷୟ। ବିବାହ ପୂର୍ବରୁ ବର ଓ କନ୍ୟାଙ୍କୁ ଜୀବନସାଥୀ ଚୟନ କରିବା ଲାଗି ସ୍ବାଧୀନତା ମିଳିବା ଉଚିତ ବୋଲି ସେ କହିଥିଲେ।

National Herald case: ନ୍ୟାସନାଲ ହେରାଲ୍ଡ ମାମଲା: ମାର୍ଚ୍ଚ ୯ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି


ବିଶି‌ଷ୍ଟ ସାହିତ୍ୟିକ ଦାଶ ବେନହୁର କହିଥିଲେ,  ‘ପ୍ରେମ’ ଏକ ଏଭଳି ପ୍ରସଙ୍ଗ, ଯାହା ଉପରେ ସର୍ବାଧିକ ସାହିତ୍ୟ ରଚନା କରାଯାଇଛି। ପ୍ରେମ କେବେ ବି ପୂର୍ଣ୍ଣ ନୁହେଁ। ‘ରତ୍ନଚିରା‘ ପତ୍ରିକାର ଉପଦେଷ୍ଟା ପ୍ରାକ୍ତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଲେ, ପ୍ରେମରେ ସନ୍ଦେହ ଆସିବା କଥା ନୁହେଁ, ସନ୍ଦେହ ଆସିଲେ ଏହା ଆଗକୁ ଯାଇପାରେ ନାହିଁ। ମାତ୍ର ପ୍ରକୃତ ପ୍ରେମ ଯେଉଁଠି ଥାଏ ସେଇଠି ସନ୍ଦେହ କିମ୍ୱା ଭୁଲ୍ ବୁଝାମଣା ପ୍ରେମର ବାଟ ରୋକି ପାରେନାହିଁ।

AI should be human-centric: ‘ମାନବ ଦର୍ଶନ’ ଉପସ୍ଥାପନ କଲେ ମୋଦୀ: ‘ଏଆଇ ମାନବକୈନ୍ଦ୍ରିକ ହେଉ’


ସୁରେନ୍ଦ୍ର ମହାରଣା ପୁସ୍ତକର ସମୀକ୍ଷା କରିଥିଲେ। ଲେଖିକା ଶ୍ରୀମତୀ ପୃଷ୍ଟି ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଲ୍ଲାସ ବେହେରା, ଚିନ୍ମୟୀ ମିଶ୍ର, ଭାସ୍କର ପରିଚ୍ଛା, ସ୍ବୟଂପ୍ରଭା ରଥ ପ୍ରମୁଖ ଲେଖିକାଙ୍କ ଏହି ନୂଆ ପୁସ୍ତକର ପାଠକାଦୃତି କାମନା କରିଥିଲେ। ପ୍ରକାଶକ କରୁଣାକର ପୃଷ୍ଟି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe