ଭୁବନେଶ୍ୱର: ଯୌତୁକ ପ୍ରଥା ସମାଜର ଏକ ପ୍ରକାର ବ୍ୟାଧି। ଏହି ବ୍ୟାଧି ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରିବା ସହିତ ସମ୍ପର୍କ ଓ ଭାବନାକୁ ସୁନ୍ଦରଭାବେ ପରଦାରେ ପ୍ରଦର୍ଶିତ କରିଛି ଚଳଚ୍ଚିତ୍ର ‘ମଟରସାଇକେଲ’। ‘ମଟରସାଇକେଲ’ ଚଳଚ୍ଚିତ୍ରର ମୁଖ୍ୟ ନାୟକ ଜୀବନ ଚକ୍ରରେ ଭିନ୍ନ ଭିନ୍ନ ମୋଡ଼ରେ ଆସୁଥିବା ବ୍ୟଥା ଓ ଅକୁହା କଥାକୁ ଅତି ସୁନ୍ଦର ଭାବରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଇଛନ୍ତି। ଓଡ଼ିଆ ଘରର ନିଚ୍ଛକ କାହାଣୀ ସହ ପ୍ରେମ ଓ ମନୋରଞ୍ଜନ ଭରପୁର ଖୋରାକ ସହ ଆଜି ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ବିଶ୍ୱାଳ ଫିଲ୍ମସ୍ ବ୍ୟାନର୍ରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଏକ ଅନନ୍ୟ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା କୁନା ତ୍ରିପାଠୀ। ଚଳଚ୍ଚିତ୍ରରେ ହ୍ୟୁମାନ ସାଗର ଓ ଅନନ୍ୟା ଗାଇଥିବା ‘ପ୍ରେମରେ ଖେଳେ କିତିକିତି’ ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଛି। ଅନନ୍ୟାଙ୍କ ସଙ୍ଗୀତ ମଧ୍ୟ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡରେ ରହିଛି।
German Shepherd: କମାଲ୍ ଦେଖାଇଲେ ଜର୍ମାନ ସେଫର୍ଡ
Protests against: ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୋଧରେ ବିକ୍ଷୋଭ
ଅଶ୍ୱିନ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତା ଜ୍ୟୋତିରଞ୍ଜନ ନାୟକ, ଅଭିଷେକ ପଣ୍ଡା, ପ୍ରୀତି, ପିହୁ, ପୃଥ୍ବୀରାଜ, ଆଲିଶା, ଭାସ୍ବତୀ ବସୁ, ରାଜଶ୍ରୀ, ସୁଶାନ୍ତ ଦାସ ମହାପାତ୍ର ଅଭିନୟ କରିଛନ୍ତି। ଝୁନିଲତା ବିଶ୍ୱାଳ ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଚିତ୍ରଗ୍ରହଣରେ ଅକ୍ଷୟ କୁମାର ନାୟକ, ସଂପାଦନାରେ ମାନସ କୁମାର ସାହୁ ଓ ସଂଗୀତରେ ସୋମେଶ ଶତପଥୀ ଅଛନ୍ତି। ସ୍ୱର୍ଗତ ହ୍ୟୁମାନ ସାଗର ଓ ଅନ୍ୟାନ୍ୟ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ସ୍ୱର ସିନେମାକୁ ଅଧିକ ଆକର୍ଷିତ କରିଛନ୍ତି। ଶ୍ରୀୟା ହଲରେ ଅନୁଷ୍ଠିତ ଚଳଚ୍ଚିତ୍ରର ପ୍ରିମିୟରରେ ଢୋଲେ ବାଜୁଥିଲା, ବାଜୁଥିଲା ଦର୍ଶକଙ୍କ କରତାଳି। ଉପସ୍ଥିତି ଥିଲେ ଚଳଚିତ୍ରର ସମସ୍ତ କଳାକାରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା। ହେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନଥିଲେ। ଯାହା ସମସ୍ତଙ୍କୁ ଟିକେ କଷ୍ଟ ଦେଇଥିଲା। ତେବେ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ପାଇଁ ଏକ ସିଟ୍ ସଂରକ୍ଷିତ ରଖାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/untitled-16-2025-12-20-08-53-15.jpg)