Badagarh Haat: ବଡ଼ଗଡ଼ ହାଟ ବିପଦସଂକୁଳ କୋଠାରେ ବେପାର

କଟକର ଏକ ବିପଦସଂକୁଳ କୋଠା ଭୁଶୁଡ଼ି ସପ୍ତାହକ ତଳେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେଣୁ ସହରର ସମସ୍ତ ବିପଦସଂକୁଳ କୋଠା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ପାଇଁ....

Untitled-1

ଭୁବନେଶ୍ବର: କଟକର ଏକ ବିପଦସଂକୁଳ କୋଠା ଭୁଶୁଡ଼ି ସପ୍ତାହକ ତଳେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେଣୁ ସହରର ସମସ୍ତ ବିପଦସଂକୁଳ କୋଠା ଉପରେ କଟକ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ପାଇଁ ଘୋଷଣା କରିଥିଲା। ହେଲେ ରାଜଧାନୀରେ ବିପଦସଂକୁଳ ଘୋଷିତ ବଡ଼ଗଡ଼ ହାଟରେ ବେପାର ହେଉଛି। ଦୋକାନୀ ଅଛନ୍ତି, ଶହଶହ ଲୋକଙ୍କ ଭିଡ଼ ହେଉଛି। ହାଟ ଭିତରେ ବିଏମ୍‌ସି ନିର୍ମାଣ କରିଥିବା ଦୋକାନଘର ପୂର୍ତ୍ତ ବିଭାଗ ବିଭାଜନ-୧ ଅନୁଧ୍ୟାନ କରି ୨୦୧୯ ମସିହାରୁ ବିପଦସଂକୁଳ ଘୋଷଣା କରିଛି। ତଥାପି ଏହି ଭଗ୍ନ କୋଠା ତଳେ ଦୋକାନୀମାନେ ବେପାର କରୁଛନ୍ତି। ବଡ଼ଗଡ଼ ହାଟର ଏହି ବିପଦସଂକୁଳ କୋଠାକୁ ଭାଙ୍ଗି ନୂଆ ଦୋକାନଘର ନିର୍ମାଣ ପାଇଁ ଦୋକାନୀମାନେ ଦାବି କରିଛନ୍ତି। 

President: ରାଷ୍ଟ୍ରପତିଙ୍କୁ ଭୁରିଭୁରି ପ୍ରଶଂସା

ଯେହେତୁ ବଡ଼ଗଡ଼ ଓ ଆଖପାଖ ଅଞ୍ଚଳର ଆବଶ୍ୟକତା ଓ ସାମୂହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ବଡ଼ଗଡ଼ ହାଟର ପରିକଳ୍ପନା କରାଯାଇଥିଲା।ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବଡ଼ଗଡ଼ ହାଟର ନିର୍ମାଣ ହୋଇଥିଲା। ୧୯୮୪ ମସିହାରେ ହାଟ ନିର୍ମାଣର ଶୁଭ ଦିଆଯାଇଥିଲା ବେଳେ ୧୯୮୯ ମସିହାରେ ହାଟର ଶୁଭାରମ୍ଭ କରାଯାଇଥିଲା। ପୂର୍ବରୁ ହାଟର ନାମ ବିଜେବିନଗର ହାଟ ଥିଲା। ପରେ ଏହା ବଡ଼ଗଡ଼ ହାଟ ନାମରେ ପରିଚୟ ଲାଭ କରିଛି। ହାଟ ଆରମ୍ଭ ସମୟରେ ବିଏମ୍‌ସି (ତତ୍‌କାଳୀନ ଭୁବନେଶ୍ବର ପୌରପାଳିକା) ଏଠାରେ ୫୬ଟି ଦୋକାନଘର କରି ଦୋକାନୀଙ୍କୁ ଭଡ଼ାରେ ଦେଇଥିଲା। ମୂଳ ଦୋକାନୀଙ୍କ କହିବା ମୁତାବକ, ସେ ସମୟରେ ପୌରସଂସ୍ଥା ସେମାନଙ୍କଠାରୁ ୫ହଜାର ଟଙ୍କା ଅମାନତ ରାଶି ରଖି ଦୋକାନଘର ଭଡ଼ା ଦେଇଥିଲା। ଏହା ବାଦ୍ ମାସିକ ଦୋକାନ ବାବଦ ଭଡ଼ା ବି ନେଉଥିଲା। ଇତିମଧ୍ୟରେ ଦୋକାନ ଭଡ଼ା ବଢ଼ି ୧୪ଶହ ଟଙ୍କାରେ ପହଞ୍ଚିଲାଣି।

Nobel Citizen Award: ପ୍ରଦାନ କରାଗଲା ନୋବୋଲ ସିଟିଜେନ ଆୱାର୍ଡ: ‘ସମ୍ବିଧାନ ଆଧାରିତ ଶାସନ ବ୍ୟବସ୍ଥା ଗଣତନ୍ତ୍ରକୁ ସୁଦୃଢ଼ କରେ’

ସେପଟେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୧ ମସିହା ସ୍ବାୟତ୍ତ ଶାସନ ଦିବସ ଅବସରରେ ହାଟ ଭିତରେ ପନିପରିବା ଓ ଅନ୍ୟ ସାମଗ୍ରୀ ବିକ୍ରିବଟା ପାଇଁ ୨୮ଟି ପିଣ୍ଡି ନିର୍ମାଣ କରାଯାଇଥିଲା। ତତ୍କାଳୀନ ବିଜେଡି ରାଜ୍ୟସଭା ସାଂସଦ ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଏହାର ଶୁଭାରମ୍ଭ କରିଥିଲେ। ପିଣ୍ଡି ବାବଦକୁ ଦୈନିକ ଦୋକାନୀ ପିଛା ବିଏମ୍‌ସି ଆରମ୍ଭରୁ ୨ ଟଙ୍କା, ପରେ ୫ ଟଙ୍କା ଓ ଏବେ ୧୦ ଟଙ୍କା ଆଦାୟ କରୁଛି। ହାଟରେ ମତ୍ସ୍ୟ ସଂପଦ ବିଭାଗ ପକ୍ଷରୁ ବି ମାଛ ବିକ୍ରି ପାଇଁ ୮ଟି ଦୋକାନଘର କରାଯାଇଛି।  ପିଣ୍ଡି ଓ ମାଛ ଦୋକାନ ସ୍ଥିତି ଭଲ ଥିବାବେଳେ ୫୬ଟି ଦୋକାନ ବିପଦପୂର୍ଣ୍ଣ ଅବସ୍ଥାରେ। ପ୍ରତିଦିନ ଛାତ ଓ ତାଜାରୁ ଖଣ୍ଡ ଖଣ୍ଡ ଛେଲା ଖସୁଛି। ବେଳେ ବେଳେ ଏହା ଦୋକାନୀଙ୍କ ଉପରେ ବି ପଡ଼ୁଛି ଓ ଦୋକାନୀଙ୍କୁ ଖଣ୍ଡିଆଖାବରା କରୁଛି।

ବାରମ୍ବାର ଲେଖିଛୁ, ଫଳ ଶୂନ

ହାଟର ଅବ୍ୟବସ୍ଥା ସଂପର୍କରେ ବହୁବାର ଲିଖିତ ଭାବେ ଜଣାଇଲୁଣି। କର୍ପୋରେସନ୍‌ବୈଠକରେ ବି ଏ ପ୍ରସଙ୍ଗ ଉଠିଛି। ସବୁଥର ହାଟର ଉନ୍ନତୀକରଣ କହୁଛନ୍ତି। ଅତୀତରେ ହାଟରେ ଦୋକାନୀଙ୍କ ପାଇଁ ୪ ମହଲା କୋଠା ନିର୍ମାଣ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଏହି ଯୋଜନା ଶୀତଳଭଣ୍ଡାରରେ। ନିକଟରେ ମେୟର ବି ଏକାଧିକ ଥର ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଅଧିକାରୀଙ୍କୁ ଉନ୍ନତୀକରଣ କାମ ଶୀଘ୍ର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀର ବିଭିନ୍ନ ହାଟର ଉନ୍ନତି ପାଇଁ ୨୧ କୋଟି ଟଙ୍କା ସରକାରୀ ଅନୁଦାନ ଆସିଥିବା ବେଳେ ଏଥିରୁ ବଡ଼ଗଡ଼ ହାଟ ଉନ୍ନତୀକରଣ କାମ କରିବାକୁ ମେୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କିଛି ହୋଇନାହିଁ।

ଅମରେଶ ଜେନା
୪୫ ନମ୍ବର ୱାର୍ଡ କର୍ପୋରେଟର୍‌ ତଥା ସଭାପତି, ବଡ଼ଗଡ଼ ହାଟ ବ୍ୟବସାୟୀ ସଂଘ

‘ଡିଜାଇନ୍‌ ସରିଛି, କାମ ହେବ’

ବଡ଼ଗଡ଼ ହାଟ ସ୍ଥିତି ସଂପର୍କରେ ମୁଁ ଜାଣିଛି। ବିପଦସଂକୁଳ ଏହି କୋଠା ତଥା ଦୋକାନ ଘରକୁ ଭାଙ୍ଗି ନୂଆକୋଠା ନିର୍ମାଣ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। କର୍ପୋରେସନ୍ ବି ଏହାକୁ ଅନୁମୋଦନ କରିସାରିଛି। ଏଥିପାଇଁ ବ୍ୟୟ ଅଟକଳ ବି ହୋଇସାରିଛି। ଟେଣ୍ଡର ପ୍ରକ୍ରିୟା ପରେ କାମ ଶୀଘ୍ର ଆରମ୍ଭ ହେବ।

ସୁଲୋଚନା ଦାସ
ମେୟର, ଭୁବନେଶ୍ବର ମହାନଗର ନିଗମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe