Banshi: ବଇଁଶୀ ଦେଇଛି ପରିଚୟ

କଠିନ ପରିଶ୍ରମ, ଦୃଢ ଆତ୍ମବିଶ୍ୱାସ, ନିଷ୍ଠା,ଏକାଗ୍ରତା, ସହନଶୀଳତା ଆଗରେ ଭାଗ୍ୟ ହାର୍‌ ମାନେ। ସଂଘର୍ଷରୁ ସଫଳତା ସାଉଁଟିବା ବ୍ୟକ୍ତିଙ୍କର ଅନେକ ଉଦାହରଣ ଅଛି। ହେଲେ ବାଲିପାଟଣା...

Untitled-26

ବାଲିପାଟଣା : କଠିନ ପରିଶ୍ରମ, ଦୃଢ ଆତ୍ମବିଶ୍ୱାସ, ନିଷ୍ଠା,ଏକାଗ୍ରତା, ସହନଶୀଳତା ଆଗରେ ଭାଗ୍ୟ ହାର୍‌ ମାନେ। ସଂଘର୍ଷରୁ ସଫଳତା ସାଉଁଟିବା ବ୍ୟକ୍ତିଙ୍କର ଅନେକ ଉଦାହରଣ ଅଛି। ହେଲେ ବାଲିପାଟଣା ବ୍ଲକ୍‌ ଗଡ଼ବନ୍ତପୁର ଗାଁର ଗୁରୁ ପଣ୍ଡିତ ରାଜକିଶୋର ଦଳବେହେରାଙ୍କ ନାଁ ତୁଣ୍ଡରେ ଆସିବା ମାତ୍ରେ ସମ୍ଭ୍ରମରେ ମଥା ନଇଁ ଯାଏ। ପିଲାଦିନର ଅଭ୍ୟାସ  ବଦଳାଇ ଦେଇଛି ତାଙ୍କ ଜୀବନର ଗତିପଥ। ପିଲାଟି ବେଳୁ ବଂଶୀବାଦନ ପ୍ରତି ରହିଥିବା ଆଗ୍ରହ ତାଙ୍କୁ ଜଣେ ଖ୍ୟାତିସମ୍ପନ୍ନ ଗୁରୁର ମାନ୍ୟତା ଦେଇଛି। ତାଙ୍କରଦେଶବିଦେଶରେ ଅଛନ୍ତି ହଜାର ହଜାର ଶିଷ୍ୟ।  ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ଦଳବେହେରାଙ୍କ ବଂଶୀର ଲାଳିତ୍ୟ ସମଗ୍ର ମଞ୍ଚକୁ ରୋମାଞ୍ଚିତ କରିଛି।

Children: ପିଲାଙ୍କ ପାଠରେ ଡୋରି

ପଣ୍ଡିତ ଦଳବେହେରାଙ୍କ ଜୀବନଯାତ୍ରା ବେଶ ସଂଘର୍ଷପୂର୍ଣ। ସେ ୧୯୬୫ ମସିହାରେ ଏକ ପାଇକ ପରିବାରରେ ଜନ୍ମ ହୋଇଥିଲା। ପିଲାବେଳୁ ମେଳା ମହୋତ୍ସବରେ ବିକ୍ରି ହେଉଥିବା ବଂଶୀ କିଣି ବଜାଇବା ତାଙ୍କର ସଉକ ଥିଲା। ବଂଶୀ ଖଣ୍ଡେ ହାତରେ ପଡ଼ିଗଲେ ସେ ଖାଇବା ପିଇବା ଭୁଲି ଯାଉଥିଲେ । ତାଙ୍କୁ କିନ୍ତୁ ଜଣା ନଥିଲା, ଏହା ଭିତରେ ଲୁଚି ରହିଛି ତାଙ୍କ ଭବିଷ୍ୟତ। ପିଲାଟି ବେଳରୁ ପାଠପଢା ପ୍ରତି ବିଶେଷ ରୁଚି ନଥିଲା। ଏହାକୁ ନେଇ ବାପା’ ଆକଟ କରିବା ସହ ଗାଳି ମଧ୍ୟ ଦେଉଥିଲେ। ଦିନେ ନାବାଳକ ରାଜକିଶୋର ପ୍ୟାଣ୍ଟସାର୍ଟ ଓ ପ୍ରିୟ ବଂଶୀ କେତୋଟି ଧରି ଘର ଛାଡ଼ିଦେଇଥିଲେ। ଟ୍ରକ୍‌ରେ ବସି ଜଟଣୀ ଷ୍ଟେସନରେ ପହଁଞ୍ଚି ଯାଇଥିଲେ । ସେଠାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନ୍‌ରେ ଉଠି ଯାଇଥିଲେ। । ଟ୍ରେନ୍‌ ଯାତ୍ରା କାଳରେ ଏକ ବୟସ୍କ ଦମ୍ପତି ତାଙ୍କୁ ଖାଇବାକୁ ଦେଇ ପାଖରେ ବସାଇଥିଲେ। ପିଲାଦିନରୁ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରର ବଂଶୀବାଦକ ପଣ୍ଡିତ ନିରଞ୍ଜନ ପ୍ରସାଦଙ୍କ ବଂଶୀ ବାଦନ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତି । ଦିଲ୍ଲୀ ଷ୍ଟେସନରୁ ଠିକଣା ପଚାରି ରେଡିଓଷ୍ଟେସନ ନିକଟକୁ ଚାଲି ଯାଇଥିଲେ । ସେଠାକାର ବସ୍‌ଷ୍ଟାଣ୍ଡ୍‌ରେ ଦୁଇରାତି ରହିବା ପରେ ପଣ୍ଡିତ ନିରଞ୍ଜନ ପ୍ରସାଦଙ୍କ ଦେଖାପାଇଲେ । ରାଜକିଶୋର ବଂଶୀ ଶିକ୍ଷା ପାଇଁ ତାଙ୍କୁ ଗୁହାରି କରିଥିଲେ। ଗୁରୁ ଶିକ୍ଷା ଦେବା ପାଇଁ ରାଜି ହୋଇଥିଲେ। ହେଲେ ଖାଇବା ପାଇଁ ମୁଠାଏ ମିଳିବ ସତ,  କିନ୍ତୁ ଅନ୍ୟତ୍ର ରହିବାକୁ ପଡ଼ିବ ବୋଲି ଗୁରୁ କହିଲେ। ହେଲେ. ରାଜକିଶୋର ଏଥିରେ ଭାଙ୍ଗି ପଡ଼ି ନଥିଲେ। ତେଣୁ ପଛଘୁଞ୍ଚା ନଦେଇ ଗୁରୁଙ୍କ ଘର ନିକଟ ରାସ୍ତା କଡ଼ରେ ପଡ଼ିଥିବା ସିମେଣ୍ଟ ପାଇପ ଭିତରେ ରାତି କଟାନ୍ତି । ଏଭଳି ୪/୫ ବର୍ଷ କାଳ ତାଙ୍କୁ ବିତାଇବାକୁ ପଡ଼ିଛି । ପରେ ଗୁରୁଶିଷ୍ୟ ପରମ୍ପରାରେ ୧୪ ବର୍ଷ ରହି ବଂଶୀ ଶିକ୍ଷା ଗ୍ରହଣ କଲେ । ଗନ୍ଧର୍ବ ମହାବିଦ୍ୟାଳୟରେ ବଂଶୀ ବାଦନ ଶିକ୍ଷା ଲାଭ କରିବା ଭିତରେ ସେ ଜଣେ ଦକ୍ଷ ବଂଶୀବାଦକ ଭାବେ ପରିଚିତ ହେବାରେ ଲାଗିଲେ। ୧୯୮୬ରେ ଗଡ଼ବନ୍ତପୁର ଗ୍ରାମର ବାସନ୍ତୀ ଜେନାଙ୍କୁ ବିବାହ କରିଥିଲେ। ସେବେଠାରୁ ଗଡବନ୍ତପୁର ବାସିନ୍ଦା ପାଲଟି ଗଲେ। କ୍ଲାସିକାଲ ବଂଶୀ ଶିକ୍ଷାରେ ଉଚ୍ଚଶିକ୍ଷା ଲାଭ କରିବା ସହ ବଂଶୀର ମୂର୍ଚ୍ଛନାରେ ସମସ୍ତଙ୍କୁ ମୁଗ୍ଧ କରିବାକୁ ଲାଗିଲେ।

No parking: ପାର୍କିଂ ନାହିଁ ଚାଲିଛି ବେପାର

ନିଜ ସଂଘର୍ଷମୟ ଜୀବନରେ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତଙ୍କୁ ଭେଟିଲେ। ସେ ତାଙ୍କୁ ସହଯୋଗର ହାତ ବଢ଼ାଇ ଘରେ ରଖିଥିଲେ। ଗୁରୁଙ୍କ ଘରେ କାମଧନ୍ଦା କରି ବଂଶୀବାଦନ ଶିକ୍ଷା ଜାରି ରହିଥାଏ। ଗୁରୁଙ୍କ ଭୟରେ ଘଣ୍ଟା ଘଣ୍ଟା ବଂଶୀ ବଜାଇବାକୁ ହୁଏ। କିଛି ବର୍ଷର ସଂଘର୍ଷ ପରେ ଷ୍ଟେଜ୍‌ରେ ବଂଶୀ ବଜାଇବାର ସୁଯୋଗ ମିଳିଲା। ଗୋଟିଏ କାର୍ଯ୍ୟକ୍ରମ  ପାଇଁ ମାତ୍ର ୩୦ ଟଙ୍କା ମିଳୁଥିବା ବେଳେ ଯିଏ ମଞ୍ଚ ଯୋଗାଡ଼ କରିଦିଅନ୍ତି, ସେ ସେଥିରୁ ୧୦ ଟଙ୍କା ନେଇଯାଉଥିଲେ। ୫/୬ ବର୍ଷର ସଂଘର୍ଷ ପରେ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରେ ବଂଶୀ ବଜାଇବା ସୁଯୋଗ ମିଳିଲା। ପରେ କେନ୍ଦ୍ର ସରକାରଙ୍କ ଆଇସିସିଆର୍‌ କାର୍ଯ୍ୟକ୍ରମରେ ସାମିଲ ହୋଇ ୩ ମାସ ପାଇଁ ଜର୍ମାନୀ ଯାଇଥିଲେ । ପ୍ରଧାନମନ୍ତ୍ରୀ ଆଇ କେ ଗୁଜୁରାଲ , ଅଟଳ ବିହାରୀ ବାଜପେୟୀ, ପିଭି ନରସିଂହ ରାଓ , ମନମୋହନ ସିଂହ , ଇନ୍ଦିରା ଗାନ୍ଧୀଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ଦଳବେହେରା ବଂଶୀବାଦନ କରି ପ୍ରଶଂସା ସାଉଁଟିଛନ୍ତି।

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ, ଜୟଦେବ ଭବନ, କୋଣାର୍କ ଫେଷ୍ଟିଭାଲ ଆଦି କାର୍ଯ୍ୟକ୍ରମରେ ବଂଶୀ ବଜାଇଛନ୍ତି। ସେହିପରି ନାଗାଲାଣ୍ଡ ଓ ମଣିପୁରରେ ବଂଶୀବାଦନ ଉପରେ ଗବେଷଣା  ସହ ମାଲୟାଲମ୍‌ ଓ ମଣିପୁରୀ ସିନେମାରେ କାମ କରିଛନ୍ତି। ମିଜୋରାମ, ତ୍ରିପୁରା, କେରଳର ବିଭିନ୍ନ କାର୍ଯ୍ୟକ୍ରମରେ ବଂଶୀ ବଜାଇ ଦର୍ଶକଙ୍କୁ ବିଭୋର କରିଛନ୍ତି। ରାଜକିଶୋର ୬୦ରୁ ଅଧିକ ଦେଶ ବୁଲି ତାଙ୍କର ଶିଷ୍ୟମାନଙ୍କୁ ବଂଶୀ ଶିକ୍ଷା ପ୍ରଦାନ କରିଛନ୍ତି। ଦିଲ୍ଲୀ ତ୍ରିବେଣୀ କଳା ସଙ୍ଗମ ମହାବିଦ୍ୟାଳୟରେ ପ୍ରଫେସର ଭାବେ ୩୨ ବର୍ଷ  ବଂଶୀବାଦନ ଶିକ୍ଷା ଦେଇଅଛନ୍ତି । ଗତ ୩/୪ ବର୍ଷ ହେଲା ସ୍ବେଚ୍ଛାକୃତ ଅବସର ନେବା ପରେ ଗାଁ’କୁ ଫେରିଛନ୍ତି।  ପଣ୍ଡିତ ଦଳବେହେରାଙ୍କ ୨ ପୁଅ ମଧ୍ୟରୁ ବଡ଼ ପୁଅ ସିଦ୍ଧାର୍ଥ ବଂଶୀରେ ଏମ୍ଏ କରିଛନ୍ତି । ସେ ଏବେ ଦିଲ୍ଲୀ ତ୍ରିବେଣୀ କଳା ସଙ୍ଗମ ମହାବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ରାଜିକିଶୋର ତାଙ୍କ ଜୀବନ କାଳରେ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗଢ଼ିଛନ୍ତି। କେବଳ କାଠମାଣ୍ଡୁରେ ତାଙ୍କର ୭ ଶହରୁ ଅଧିକ ଶିଷ୍ୟ ଅଛନ୍ତି। ଗାଁ’କୁ ଆସିବା ପରେ ନିଜ କାମ ଛଡ଼ା ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ସେ ସମୟ ଅତିବାହିତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe