ବାଲିପାଟଣା: ପାଖାପାଖି ୪୦ ବର୍ଷ ହେଲା ସରକାରୀ ଜମିରେ ଗଢ଼ିଉଠିଥିବା ବାଲିପାଟଣା ହାଟରେ ଆଜି ବୁଲ୍‌ଡୋଜର୍‌ ପାହାର ବସିଛି। ବାଲିପାଟଣା ତହସିଲ କାର୍ଯ୍ୟାଳୟ ସାମ୍ନାରେ ଥିବା ଏହି ବଜାରରୁ ଆଜି ବଡ଼ବଡ଼ ତେଜରାତି ଦୋକାନ, ସୁନା ଅଳଙ୍କାର ଦୋକାନ, ସାର କାଉଣ୍ଟର, ଘଣ୍ଟା ଓ ମୋବାଇଲ୍‌ ଦୋକାନ ଆଦିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ପୂର୍ବରୁ ତହସିଲଦାରଙ୍କ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ନୋଟିସ୍‌ କରାଯାଇଥିବାରୁ କୌଣସି ପ୍ରକାର ବିଶୃଙ୍ଖଳା ବା ଗଣ୍ଡଗୋଳ ଘଟିନାହିଁ। କିନ୍ତୁ ପୁରୁଣା ବର୍ଷର ବିଦାୟ ଓ ନୂଆବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଶାସନର ଏଭଳି ପଦକ୍ଷେପ ବ୍ୟବସାୟୀମାନଙ୍କୁ ବେଶ୍‌ ବ୍ୟଥିତ କରିଛି। ସେହିଭଳି ଉଚ୍ଛେଦ ହେବାକୁ ପୂର୍ବରୁ ଚିହ୍ନଟ ହୋଇଥିବା ବଜାର ଅଞ୍ଚଳ ଉପରେ କେବେ ବୁଲ୍‌ଡୋଜର୍‌ ବୁଲିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

All Odisha Lawyers Conference: ସମ୍ବଲପୁରରେ ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦ୍‌ଯାପିତ; ଓକିଲଙ୍କ ସିଙ୍ଗଲ୍‌ ଇଞ୍ଜିନ୍‌ ଚାଲିଲା: ନ୍ୟାୟମୂର୍ତ୍ତି ଭି.ନରସିଂହ

 
ବାଲିପାଟଣା-ଭିଙ୍ଗାରପୁର ରାସ୍ତାରେ ତହସିଲ କାର୍ଯ୍ୟାଳୟ ସାମ୍ନାରେ ଏହି ବଜାର ପାଇଁ ବହୁ ସମସ୍ୟା ହେଉଥିଲା। ନିକଟରେ ଥାନା, ସାପ୍ତାହିକ ହାଟ, ଅଗ୍ନିଶମ କାର୍ଯ୍ୟାଳୟ, ଉପନିବନ୍ଧକ କାର୍ଯ୍ୟାଳୟ, ଜଳସମ୍ପଦ କାର୍ଯ୍ୟାଳୟ, ବାଲିପାଟଣା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ସମେତ ଅନେକ ଗୁରୁତ୍ୱପୁର୍ଣ୍ଣ ସଂସ୍ଥା ରହିଛି। ତେଣୁ ଶହଶହ ଲୋକ ପ୍ରତିଦିନ ଏହି ସ୍ଥାନକୁ ଆସନ୍ତି। ତହସିଲ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଓ ହାଟ ଥିବାରୁ ଏଠାରେ ସବୁ ସମୟରେ ପ୍ରବଳ ଭିଡ଼ ଲାଗି ରହୁଥିଲା। ତେଣୁ ସାଧାରଣ ଲୋକେ ଚଳପ୍ରଚଳ ହେବାକୁ ନାହିଁ ନ ଥିବା ହଇରାଣ ହେଉଥିଲେ। ଅନେକ ସମୟରେ ଟ୍ରାଫିକ୍‌ ଜାମ୍‌ ପାଇଁ ଲୋକେ କଲବଲ ହେଉଥିଲେ। କିନ୍ତୁ କିଛି ଲୋକେ ସରକାରୀ ଜମି ମାଡ଼ିବସି ନିଜର ଫାଇଦା ଉଠାଇ ଚାଲିଥିଲେ। ପାଖାପାଖି ୪୦ବର୍ଷ ହେଲା ଜବରଦଖଲ ଜମିରେ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ବେପାର କରି ଆସୁଥିଲେ। ତେଣୁ ଜବରଦଖଲ ଉଚ୍ଛେଦ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲା।

Shah-Mamata face to face: ଅନୁପ୍ରବେଶ ପ୍ରସଙ୍ଗ, ଶାହ-ମମତା ମୁହାଁମୁହିଁ

ପୁରୁଖା ଲୋକଙ୍କ କହିବା କଥା ତହସିଲ କାର୍ଯ୍ୟାଳୟ ସାମ୍ନାରେ ବୁଦ୍ଧନାଥ ହାଇସ୍କୁଲ୍‌ର ହଷ୍ଟେଲ୍‌ ଥିଲା। ୧୯୮୦ ମସିହା ବେଳକୁ ହଷ୍ଟେଲ୍‌ ବନ୍ଦ ହୋଇଯାଇଥିଲା। ଏହାପରେ କିଛି ବ୍ୟକ୍ତି ସେହି ଜାଗାରେ ଘର ନିର୍ମାଣ କରି ଭଡ଼ା ସୂତ୍ରରେ ଲଗାଇ ମୋଟା ଅଙ୍କର ଅର୍ଥ ଆଦାୟ କଲେ। ଧୀରେଧୀରେ ଜବରଦଖଲ ବଢ଼ିଚାଲିଲା। ରାସ୍ତାର ଉଭୟ ପାଖରେ ଜବରଦଖଲ ବଢ଼ିବା ଫଳରେ ଟ୍ରାଫିକ୍‌ ଭିଡ଼ ଅସମ୍ଭାଳ ହେଲା। ଆଜି ବାଲିପାଟଣା ତହସିଲଦାର କଳ୍ପନା ଦାସଙ୍କ ନେତୃତ୍ୱରେ ଏହି ଜବରଦଖଲଉଚ୍ଛେଦ କରାଯାଇଛି। ଅତିରିକ୍ତ ତହସିଲଦାର ସୌରଭ ବଡ଼ୁ ଓ ଦିଲୀପ କୁମାର ବେହେରା, ଥାନା ଅଧିକାରୀ  ସୂର୍ଯ୍ୟାଂଶୁ ଶେଖର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।