Day and night: ଦିନତମାମ ତନାଘନା

Advertisment

ଭୁବନେଶ୍ବର ରୁପାଲି ଛକରେ ଗତକାଲି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଆମ ବସ୍‌ ଚଳାଚଳ ଚିନ୍ତା ବଢ଼ିଛି। ଆମ ବସ୍‌ ପରିଚାଳନା ଓ ପରିବହନ ସେବାର....

ଭୁବନେଶ୍ବର ରୁପାଲି ଛକରେ ଗତକାଲି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଆମ ବସ୍‌ ଚଳାଚଳ ଚିନ୍ତା ବଢ଼ିଛି। ଆମ ବସ୍‌ ପରିଚାଳନା ଓ ପରିବହନ ସେବାର....

Untitled-10

ଭୁବନେଶ୍ବର: ବାରମ୍ବାର ଆମ ବସ୍ ଦୁର୍ଘଟଣା ପାଇଁ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆମ ବସ୍ ଚାଳକଙ୍କ ଦକ୍ଷତା ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପରିବହନ ବିଭାଗକୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଘଟଣାରେ ଆହତ ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଗତକାଲି ଭୁବନେଶ୍ୱର ରୁପାଲି ଛକରେ ଆମ ବସ୍ ଧକ୍କାରେ ଅଟୋଚାଳକଙ୍କ ମୃତ୍ୟୁ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ବାରମ୍ବାର ଆମ ବସ୍ ଦୁର୍ଘଟଣା ଘଟୁଥିବାରୁ  ପରିଚାଳନା ସଂସ୍ଥା କ୍ରୁଟ୍ ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। ନିୟମିତ ଚାଳକଙ୍କୁ ପ୍ରଶିକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶିକ୍ଷଣ ପ୍ରକ୍ରିୟାରେ ଚାଳକଙ୍କ ଦକ୍ଷତା ସହ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ଦେବା ସହ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପ୍ରଶିକ୍ଷଣ ମଡୁଲ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ଏମ୍‌ଭିଆଇଙ୍କ ଦ୍ୱାରା ଆମ ବସ୍‌ଗୁଡ଼ିକର ଫିଟ୍‌ନେସ୍‌ ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ବସ୍ ଫିଟନେସ ଯାଞ୍ଚକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଯେପରି ବାରମ୍ବାର ନ ଘଟେ, ସେଥିପାଇଁ ପରିବହନ ବିଭାଗ ନିୟମିତ ସମୀକ୍ଷା କରି ପରିସ୍ଥିତିରେ ଉନ୍ନତି ଆଣିବାକୁ ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି।

Terrorists: ଭୂତ ସିମ୍ କାର୍ଡ ବ୍ୟବହାର କରିଥିଲେ ଆତଙ୍କୀ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍‌ ମୋଡ୍‌ରେ ପରିବହନ ବିଭାଗ

ଆମ ବସ୍‌ ଦୁର୍ଘଟଣା ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍‌ ମୋଡ୍‌ରେ ପରିବହନ ବିଭାଗ। ସଡ଼କ ସୁରକ୍ଷା ଓ ଯାତ୍ରୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଜିଠାରୁ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ବଡ଼ଧରଣର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ୍‌ରେ ଆଜି ଆମ ବସ୍‌ର କଡ଼ାକଡ଼ି ଯାଞ୍ଚ କରାଯାଇଛି। ପରିବହନ କମିସନର୍ ଅମିତାଭ ଠାକୁର ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ବ୍ରିଦ୍‌ ଆନାଲାଇଜର୍‌ ମେସିନ୍‌ରେ ଚାଳକମାନେ ନିଶା ସେବନ କରି ଗାଡ଼ି ଚାଳନା କରୁଛନ୍ତି କି ନାହିଁ, ଯାଞ୍ଚ କରିଛନ୍ତି। ଆମ ବସ୍‌ ଗାଡ଼ିର ଫିଟନେସ୍ ବି ଯାଞ୍ଚ କରିଛନ୍ତି। ନିୟମିତ ଏଭଳି ଯାଞ୍ଚ କରିବାକୁ ସମସ୍ତ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସଂଧ୍ୟା ସୁଦ୍ଧା ରାଜ୍ୟବ୍ୟାପୀ ୧୦୦ରୁ ଅଧିକ ଆମ ବସ୍‌ ଯାଞ୍ଚ କରାଯାଇଛି।
ଆଜି ଅପରାହ୍ଣରେ ପରିବହନ କମିସନର ଶ୍ରୀ ଠାକୁରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଆମ ବସ୍ ରୁଟ୍‌ରେ ରହି ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି। ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଛକ ଏବଂ ପରେ ଗାଡ଼କଣ, ଚନ୍ଦ୍ରଶେଖରପୁର ଆଦି ସ୍ଥାନକୁ ଯାଇ ଏହି ଟିମ୍ ଅଚାନକ ଯାଞ୍ଚ କରିଛନ୍ତି। ଗାଡ଼ିର ଫିଟନେସ୍ ପ୍ରମାଣପତ୍ର, ଚାଳକଙ୍କ ଶାରୀରିକ ଓ ମାନସିକ ସ୍ଥିତି, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରିଛନ୍ତି। ସଡ଼କ ସୁରକ୍ଷାର ସମସ୍ତ ନିୟମ ଅନୁପାଳନ ହେଉଛି କି ନାହିଁ, ଦେଖିଛନ୍ତି। ପରିବହନ ବିଭାଗର ନିର୍ଦ୍ଦେଶ ପରେ ଡିସିପିଙ୍କ ନିର୍ଦ୍ଦେଶରେ ସମସ୍ତ ଥାନା ଅଧିକାରୀଙ୍କ ପକ୍ଷରୁ ଆମ ବସ୍ ରୁଟ୍‌ରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ସମସ୍ତ ଥାନା ପକ୍ଷରୁ ଏଥିପାଇଁ ସ୍ପେସାଲ୍‌ ଡ୍ରାଇଭ୍ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବିଭିନ୍ନ ଜିଲ୍ଲାର ଆର୍‌ଟିଓ ଓ ପୁଲିସଙ୍କ ପକ୍ଷରୁ କଟକରେ ୩୨ଟି, ବିଜୁ ପଟ୍ଟନାୟକ ଛକରେ ୧୩ଟି, ନରାଜରେ ୪୭ଟି, ରାଉରକେଲା ପାନପୋଷ ଛକରେ ୨୦ଟି, ମ୍ୟୁନିସିପାଲିଟି ଛକରେ ୨୨ଟି, ବଲୁରଘାଟ ଛକରେ ୬ଟି, ପୁରୀରେ ୧୨ଟି, ସମ୍ବଲପୁରରେ ୧୫ଟି ଓ ଗଞ୍ଜାମରେ ୧୦ରୁ ଅଧିକ ବସ୍‌ର ଯାଞ୍ଚ କରାଯାଇଛି।

Terrorists: ଭୂତ ସିମ୍ କାର୍ଡ ବ୍ୟବହାର କରିଥିଲେ ଆତଙ୍କୀ

ସ୍ଥିତି ପରଖିବେ ୫ଜଣିଆ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର ରୁପାଲି ଛକରେ ଗତକାଲି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ ପରେ ଆମ ବସ୍‌ ଚଳାଚଳ ଚିନ୍ତା ବଢ଼ିଛି। ଆମ ବସ୍‌ ପରିଚାଳନା ଓ ପରିବହନ ସେବାର ନିୟମିତ ଯାଞ୍ଚ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନେତୃତ୍ବରେ ଏକ ୫ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆମ ବସ୍‌ର ଲେନ୍ ଡ୍ରାଇଭିଂକୁ ବାଧ୍ୟତାମୂଳକ କରାଯାଇଛି। ପୁଲିସ ଓ ଟ୍ରାଫିକ୍ ପୁଲିସ ସ୍ମାର୍ଟ ସିଟି ନିରୀକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଆମ ବସ୍‌ଗୁଡ଼ିକର ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି। ଗତ ବର୍ଷ ଫେବ୍ରୁଆରିରୁ ଡିସେମ୍ବର ଭିତରେ ଆମ ବସ୍ ଦୁର୍ଘଟଣାରେ ୭ଜଣ ମୃତ୍ୟୁ ଓ ୯୬ଜଣ ଆହତ ହୋଇଛନ୍ତି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। 
ଆଜି ଅପରାହ୍ଣରେ ଆମ ବସ୍ ସେବାର ସୁରକ୍ଷା ଓ ପରିଚାଳନା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଶ୍ରୀମତୀ ପାଢ଼ୀଙ୍କ ଅଧ୍ୟକ୍ଷତାରେ କ୍ରୁଟ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରିବହନ କମିସନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବିଶ୍ୱାଳ, ଭୁବନେଶ୍ବର ଡିସିପି ଜଗମୋହନ ମୀନା, ଟ୍ରାଫିକ୍ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମତୀ ପାଢୀ କହିଛନ୍ତି, ଗଠିତ ୫ଜଣିଆ କମିଟି ଆମ ବସ୍‌ ସେବାର ନିୟମିତ ତଦାରଖ ସହ ପରିଚାଳନା ଓ ସେବାର ସୁରକ୍ଷା ବୃଦ୍ଧି ପ୍ରତି ଦୃଷ୍ଟି ଦେବ। କମିଟିରେ ପରିବହନ କମିସନର, ଡିସିପି, ଟ୍ରାଫିକ୍ ଡିସିପି ଓ କ୍ରୁଟ୍‌ର ଜଣେ ବରିଷ୍ଠ ଅଧିକାରୀ ରହିଛନ୍ତି। ଏହି କମିଟି ୧୫ ଦିନରେ ଥରେ ବୈଠକ କରିବ ଓ ଜରୁରୀ ସମସ୍ୟାଗୁଡ଼ିକର ସମୀକ୍ଷା କରିବ। ଛୋଟ ଛୋଟ ଗଳିକୁ ଦେଖି ଆମ ବସ୍ ତାଲିକାରେ ଅତିରିକ୍ତ ମିନି ବସ୍ ଯୋଡ଼ାଯିବ। ଚାଳକ ନିଯୁକ୍ତି ପ୍ରକ୍ରିୟାକୁ କଡ଼ାକଡ଼ି କରାଯିବ। ନବନିଯୁକ୍ତ ଚାଳକଙ୍କୁ ଅଧିକ ତାଲିମ ଦିଆଯିବ। ଗାଡ଼ି ଚାଳନାରେ ସାମିଲ ହେବା ପୂର୍ବରୁ ଡ୍ରାଇଭିଂ ଦକ୍ଷତା, ସଡ଼କ ସୁରକ୍ଷା ସଚେତନତା, ଲେନ୍ ଡ୍ରାଇଭିଂ ଓ ଆଚରଣଗତ ମାନଦଣ୍ଡ ମୂଲ୍ୟାଙ୍କନ ପାଇଁ ଏକ ବାଧ୍ୟତାମୂଳକ ପାଞ୍ଚ ଦିନିଆ ମୂଲ୍ୟାଙ୍କନ ଓ ପରୀକ୍ଷଣ ପ୍ରଦାନ କରାଯିବ। ଆଗାମୀ ଏକ ମାସ ସାମଗ୍ରିକ ପରିଚାଳନା ଉପରେ କଡ଼ା ନଜର ରଖାଯିବ। ଗତକାଲିର ଦୁର୍ଘଟଣାର ତଦନ୍ତ ଚାଲିଛି ଓ ରିପୋର୍ଟ ହସ୍ତଗତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସକାରାତ୍ମକ ଆଚରଣକୁ ପ୍ରୋତ୍ସାହନ ପାଇଁ ଚାଳକ ଓ କଣ୍ଡକ୍ଟରଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସମସ୍ତ ବସ୍‌ର ଯାନ୍ତ୍ରିକ ସ୍ଥିତି ପ୍ରତିଦିନ ଯାଞ୍ଚ କରାଯିବ।

Untitled-12

ପରିବହନ ମନ୍ତ୍ରୀଙ୍କ ନାମରେ ଏତଲା ଦେଲା ନବନିର୍ମାଣ ଯୁବଛାତ୍ର ସଂଗଠନ

 ଆମ ବସ୍‌ ଦ୍ବାରା ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାକୁ ନେଇ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ସହିଦନଗର ଥାନାରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ନାମରେ ଏତଲା ଦିଆଯାଇଛି। ଏନେଇ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମଡି ମନୱର ଅଲ୍ଲୀ କହିଛନ୍ତି ଯେ ଆମ ବସ୍‌ର ପରିଚାଳନାଗତ ତ୍ରୁଟି ଓ ପରିବହନ ବିଭାଗର ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟୁଛି। ଅକାଳରେ ମୁଣ୍ଡ ଗଡ଼ୁଛି। ଏଥିପାଇଁ ପରିବହନ ମନ୍ତ୍ରୀ ହିଁ ଦାୟୀ। ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଅଲ୍ଲୀ ଏତଲାରେ ଦର୍ଶାଇଛନ୍ତି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅଟୋଚାଳକଙ୍କ ଅଭିନବ ପ୍ରତିବାଦ ମୁଣ୍ଡିଆ ମାରି ରାସ୍ତା ଅବରୋଧ କଲେ

ଗତକାଲି ସ୍ମାର୍ଟ ଜନପଥ ରୂପାଲି ଛକରେ ‘ଆମ ବସ୍‌’ ଦୁର୍ଘଟଣାରେ ଅଟୋଚାଳକ ବିଷ୍ଣୁ ପାତ୍ରଙ୍କର ମୃତ୍ୟୁ ହୋଇଥିଲା। ବିଷ୍ଣୁଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ବସ୍‌ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭୁବନେଶ୍ବର ଅଟୋ ଚାଳକମାନେ ଓମ୍‌ଫେଡ୍‌ ଛକରେ ଅଭିନବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଅଟୋ ଚାଳକମାନେ ମୁଣ୍ଡିଆ ମାରି ଜୟଦେବବିହାର-ନନ୍ଦନକାନନ ରାସ୍ତାକୁ ଅବରୋଧ କରିଥିଲେ। ସେମାନେ କେବଳ ‘ଆମ ବସ୍‌’ଗୁଡ଼ିକୁ ଅଟକାଉଥିଲେ। ତେଣୁ ପ୍ରାୟ ୫୦ରୁ ଅଧିକ ‘ଆମ ବସ୍‌’କୁ ଅଟକି ଯାଇଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରାଯାଇଥିଲେ ହେଁ ସେମାନେ ପୁଲିସ ଅଧିକାରୀଙ୍କ ଗୋଡ଼ ତଳେ ମୁଣ୍ଡିଆ ମାରି ଅଟୋଚାଳକଙ୍କୁ ସୁରକ୍ଷା ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଏହି ନିଆରା ରାସ୍ତାରୋକ ଯୋଗୁ ଜୟଦେବବିହାର-ନନ୍ଦନକାନନ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ସେହିଭଳି ରାଜଧାନୀର ବିଭିନ୍ନ ଅଟୋ ଚାଳକଙ୍କ ସଂଘ ପକ୍ଷରୁ ଗାଡ଼କଣସ୍ଥିତ ‘ଆମ ବସ୍‌’ ଡିପୋ ସମ୍ମୁଖଠାରେ ଧାରଣା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe