Divyasish Day: ଶିରିଡ଼ି ସାଇ ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ‘ଦିବ୍ୟାଶିଷ ଦିବସ’

Advertisment

ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ୍‌ ଟ୍ରଷ୍ଟ, ବସନ୍ତପୁର ଆନୁକୂଲ୍ୟରେ ଦିବ୍ୟାଶିଷ ଦିବସ ପାଳିତ ହୋଇଯାଇଛି। ଡିସେମ୍ବର ୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ୮୦ତମ ଜନ୍ମଦିନ ମାନସିକ ଅନଗ୍ରସର ଅନୁଷ୍ଠାନରେ ଭିନ୍ନକ୍ଷମ ଶିଶୁମାନଙ୍କ ଗହଣରେ ପାଳିତ ହୋଇଥିଲା।

ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ୍‌ ଟ୍ରଷ୍ଟ, ବସନ୍ତପୁର ଆନୁକୂଲ୍ୟରେ ଦିବ୍ୟାଶିଷ ଦିବସ ପାଳିତ ହୋଇଯାଇଛି। ଡିସେମ୍ବର ୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ୮୦ତମ ଜନ୍ମଦିନ ମାନସିକ ଅନଗ୍ରସର ଅନୁଷ୍ଠାନରେ ଭିନ୍ନକ୍ଷମ ଶିଶୁମାନଙ୍କ ଗହଣରେ ପାଳିତ ହୋଇଥିଲା।

dgdaggdzvccv

ଭୁବନେଶ୍ୱର: ଶ୍ରୀଶ୍ରୀ ଶିରିଡି ସାଇ ଚାରିଟେବଲ୍‌ ଟ୍ରଷ୍ଟ, ବସନ୍ତପୁର ଆନୁକୂଲ୍ୟରେ ଦିବ୍ୟାଶିଷ ଦିବସ ପାଳିତ ହୋଇଯାଇଛି। ଡିସେମ୍ବର ୨୪ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଗୁରୁ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ୮୦ତମ ଜନ୍ମଦିନ ମାନସିକ ଅନଗ୍ରସର ଅନୁଷ୍ଠାନରେ ଭିନ୍ନକ୍ଷମ ଶିଶୁମାନଙ୍କ ଗହଣରେ ପାଳିତ ହୋଇଥିଲା। ମୁଖ୍ୟଅତିଥି ଭାବେ ରାଜ୍ୟସଭା ସଦାସ୍ୟ ମୁନ୍ନା ଖାଁ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଯୋଗଦାନ କରି ଅଧ୍ୟାତ୍ମିକ କ୍ଷେତ୍ରକୁ ଗୁରୁଜୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଦିବ୍ୟାଶିଷ ଦିବସର ଦ୍ୱିତୀୟ ଦିବସ ଡିସେମ୍ବର ୨୫ରେ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର, ୟୁନିଟ୍ ୧ସ୍ଥିତ କସ୍ତୁରବା ନାରୀ ମହଲ ପରିସରରେ ଭୁବନେଶ୍ୱର ମହାନଗର ଅଞ୍ଚଳର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। 

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ପୂର୍ବାହ୍ଣ ଅଧିବେଶନରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଓ ଭାରତୀୟ ଜନତା ପାର୍ଟି ଓଡ଼ିଶା ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କ ପୂର୍ତ୍ତ ଓ ନିର୍ମାଣ ବିଭାଗର ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅପରାହ୍ଣ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟଅତିଥି ଓ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଜୁ ନିଗମର ପୂର୍ବତନ ଅଧ୍ୟକ୍ଷ ବିଜୟ ନାୟକ  ଓ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ୪ ନମ୍ବର ୱାର୍ଡ ସଭ୍ୟା ଆସିୟା ବେଗମ ଯୋଗ ଦେଇଥିଲେ।  ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।  

SIR : ଉତ୍ତରପ୍ରଦେଶରୁ କଟିଲେ ୨ କୋଟି ୮୯ ଲକ୍ଷ ଭୋଟର

ଶିରିଡି ସାଇ ଚାରିଟେବଲ୍‌ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ ରୁଦ୍ର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମ ଶେଷରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସଙ୍ଗୀତ ପରିବେଷଣ କରାଯାଇଥିଲା।  ଜ୍ଞାନବ୍ରତ ମହାନ୍ତି, ସଂଗୀତ ଅଧ୍ୟାପକ ଅମିତାଭ ସାହୁ, ଓକିଲ ବନମାଳୀ ବାବୁ, ମହିଳା ଆୟୋଗର ପରାମର୍ଶଦାତା ଡ. ଟୁନା ସାହୁ, ଚିତ୍ରଶିଳ୍ପୀ ସତ୍ୟ ଶେଖର ପରିଡା, ରଂଜିତ ମହାନ୍ତି, ରାଜନ ମହାନ୍ତି, ଦୁର୍ଗା ତ୍ରିପାଠୀ ନଳିନୀ ମହାନ୍ତି, ଆୟୁଷି ମହାନ୍ତି, ଜୟନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe