Don't get up from the market: ବାଳକାଟି ବଜାରରୁ ଉଠୁନି ଜବରଦଖଲ ଉଚ୍ଛେଦ ବର୍ଜ୍ୟ

Advertisment

ରାସ୍ତା ପ୍ରଶସ୍ତୀକରଣ ଓ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବାଳକାଟି ବଜାରରୁ ଜବରଦଖଲ ଉଚ୍ଛେଦ କରାଗଲା। ରାସ୍ତାର ଉଭୟ ପାର୍ଶ୍ବକୁ ମାଡ଼ିବସିଥିବା ୧୫୦ରୁ ଅଧିକ ବ୍ୟବସାୟୀଙ୍କ....

ରାସ୍ତା ପ୍ରଶସ୍ତୀକରଣ ଓ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବାଳକାଟି ବଜାରରୁ ଜବରଦଖଲ ଉଚ୍ଛେଦ କରାଗଲା। ରାସ୍ତାର ଉଭୟ ପାର୍ଶ୍ବକୁ ମାଡ଼ିବସିଥିବା ୧୫୦ରୁ ଅଧିକ ବ୍ୟବସାୟୀଙ୍କ....

Untitled-13

ବାଲିଅନ୍ତା: ରାସ୍ତା ପ୍ରଶସ୍ତୀକରଣ ଓ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବାଳକାଟି ବଜାରରୁ ଜବରଦଖଲ ଉଚ୍ଛେଦ କରାଗଲା। ରାସ୍ତାର ଉଭୟ ପାର୍ଶ୍ବକୁ ମାଡ଼ିବସିଥିବା ୧୫୦ରୁ ଅଧିକ ବ୍ୟବସାୟୀଙ୍କ ଦୋକାନଘରକୁ ଭାଙ୍ଗି ଦିଆଗଲା। ମାତ୍ର ରାସ୍ତା ନବୀକରଣ କାର୍ଯ୍ୟ ଆରମ୍ଭ ହେଉନାହିଁ। କାରଣ ଟେଣ୍ଡର ସରିନାହିଁ। ବଜାରସାରା ଉଚ୍ଛେଦ ବର୍ଜ୍ୟ ପାହାଡ଼ ଭଳି ଗଦା ହୋଇ ରହିଛି। ଫଳରେ ଦୋକାନକୁ ଯାଉଥିବା ଗ୍ରାହକମାନେ ଭଙ୍ଗା ଇଟା, ପଥର ଗଦାରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ନବୀକରଣ କାମ ବିଳମ୍ବ ହେବା ଓ ବଜାରରୁ ଉଚ୍ଛେଦ ବର୍ଜ୍ୟ ନ ହଟିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଜବରଦଖଲ ଉଚ୍ଛେଦ ପରେ ବହୁ ବର୍ଷ ଧରି ରାସ୍ତାକଡ଼ରେ ଦୋକାନ କରି ପରିବାରର ଗୁଜୁରାଣ ମେଣ୍ଟାଉଥିବା ୧୫୦ଜଣ ସ୍ଥାନୀୟ ବେପାରୀ ବେରୋଜଗାର ହୋଇପଡ଼ିଛନ୍ତି।

Bhubaneswar Secondary : ଭୁବନେଶ୍ବରରେ ଯୁକ୍ତ୨ ପରୀକ୍ଷା, ଭଲ ପ୍ରଶ୍ନ, ପରୀକ୍ଷାର୍ଥୀ ଖୁସି

 ଥଇଥାନ ପାଇଁ ସେମାନେ ବିଧାୟକଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେଲେ, କିଛି ବ୍ୟବସାୟୀଙ୍କୁ ସେଠାରେ ଥଇଥାନ କରାଯାଇପାରନ୍ତା। ମାତ୍ର ତାହା ହୋଇପାରୁନାହିଁ। ତେଣୁ ଉକ୍ତ ମାର୍କେଟ୍‌ କ‌ମ୍ପ୍ଲେକ୍ସ ନିର୍ମାଣ ଶୀଘ୍ର ଶେଷ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଉଚ୍ଛେଦ ହୋଇନଥିବା ଦୋକାନୀମାନେ ମଧ୍ୟ ବଡ଼ ସମସ୍ୟାରେ ପଡ଼ିଛନ୍ତି। ସ୍ଥିତିବାନ ଜାଗାରେ ଥିବା ଦୋକାନଗୁଡ଼ିକ ଆଗରେ ଭଙ୍ଗା ଇଟା, ପଥର ଗଦା ହୋଇରହିଛି। ଉଚ୍ଛେଦ ଟିମ୍‌ ଦୋକାନ ଭାଙ୍ଗି ଚାଲିଗଲା ଏବଂ ବର୍ଜ୍ୟ ସବୁ ବଜାର ଉପରେ ଗଦା ହୋଇ ରହିଛି। ଫଳରେ ଗ୍ରାହକମାନେ ଦୋକାନକୁ ଯା’ଆସ କରିବା‌ ସମୟରେ ପଡ଼ିଉଠି ଖଣ୍ଡିଆଖାବରା ହେଉଛନ୍ତି।

22 ITIs to be Centres: ୨୨ଟି ଆଇଟିଆଇ ହେବ ଉତ୍କର୍ଷ କେନ୍ଦ୍ର

 ସ୍ଥାନେ ସ୍ଥାନେ ଗଦା ହୋଇରହିଥିବା ଭଙ୍ଗା ଇଟା, ପଥର, ଛଡ଼ ଓ କଂକ୍ରିଟ ସବୁ ବଜାରକୁ ଏକପ୍ରକାର ମଶାଣି ଭଳି କରିଦେଇଛି। ଲୋକେ ଭାବିଥିଲେ ଉଚ୍ଛେଦ ପରେପରେ ରାସ୍ତା ପ୍ରଶସ୍ତୀକରଣ କାମ ଆରମ୍ଭ ହେବ ଓ ବଜାରର ସୌନ୍ଦର୍ଯ୍ୟ ବଢ଼ିବ। ମାତ୍ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ରଙ୍କ ସୂଚନାନୁସାରେ ଏହି କାମ ପାଇଁ ଅର୍ଥ ମଞ୍ଜୁର ହୋଇଛି, ମାତ୍ର ଟେଣ୍ଡର ହୋଇନାହିଁ। ଏଥିରୁ ସ୍ପଷ୍ଟ ଯେ ବାଳକାଟି ବଜାରର ମୁଖ୍ୟ ରାସ୍ତା(ସରଦେଇପୁର-ନିମାପଡ଼ା ରାସ୍ତାର ୩ କିମି) ପ୍ରଶସ୍ତୀକରଣ କାମ ଆହୁରି ବିଳମ୍ବ ହେବ। ସୂଚନାଯୋଗ୍ୟ ୩ କିମି ରାସ୍ତା ଓସାରିଆ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ୭ କୋଟି ଅନୁଦାନ ମଞ୍ଜୁର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe