Advertisment

Nandankanan: ନନ୍ଦନକାନନରେ ବିଳମ୍ବିତ ଜିରାଫ ପ୍ରଜନନ: ୨୦୧୨ରୁ ଆରମ୍ଭ ହୋଇଥିଲା ପ୍ରୟାସ

Advertisment

୨୦୧୨ ମସିହାରୁ ଆରମ୍ଭ ହୋଇଥିବା ପ୍ରୟାସ ଆଜି ଯାଏ ସଫଳ ହୋଇପାରିଲାନାହିଁ। ନନ୍ଦନକାନନରେ ଜିରାଫ୍‌ ପ୍ରଜନନ ଆଜି ବି ସ୍ବପ୍ନ ହୋଇ ରହିଯାଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରଥମ ଜିରାଫ ‘ଖୁସି’ର ବୟସ ଗଡ଼ିଗଡ଼ି ସେ ବୁଢ଼ୀ ହୋଇଗଲା ପଛେ ମାଆ ହୋଇପାରିଲାନି।

୨୦୧୨ ମସିହାରୁ ଆରମ୍ଭ ହୋଇଥିବା ପ୍ରୟାସ ଆଜି ଯାଏ ସଫଳ ହୋଇପାରିଲାନାହିଁ। ନନ୍ଦନକାନନରେ ଜିରାଫ୍‌ ପ୍ରଜନନ ଆଜି ବି ସ୍ବପ୍ନ ହୋଇ ରହିଯାଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରଥମ ଜିରାଫ ‘ଖୁସି’ର ବୟସ ଗଡ଼ିଗଡ଼ି ସେ ବୁଢ଼ୀ ହୋଇଗଲା ପଛେ ମାଆ ହୋଇପାରିଲାନି।

fhfshxvb

ବାରଙ୍ଗ: ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ପ୍ରୟାସ ଆଜି ଯାଏ ସଫଳ ହୋଇପାରିଲାନାହିଁ। ନନ୍ଦନକାନନରେ ଜିରାଫ୍‌ ପ୍ରଜନନ ଆଜି ବି ସ୍ବପ୍ନ ହୋଇ ରହିଯାଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ପ୍ରଥମ ଜିରାଫ ‘ଖୁସି’ର ବୟସ ଗଡ଼ିଗଡ଼ି ସେ ବୁଢ଼ୀ ହୋଇଗଲା ପଛେ ମାଆ ହୋଇପାରିଲାନି। ଏନେଇ କର୍ତ୍ତୃପକ୍ଷ ବହୁ ଉଦ୍ୟମ କରିଥିଲେ ହେଁ ଖୁସି ଭାଗ୍ୟରେ ମାଆ ହେବାର ସୌଭାଗ୍ୟ ଜୁଟିଲା ନାହିଁ। ଏବେ ଏଠାରେ ଥିବା ଅଣ୍ଡିରା ଜିରାଫ ‘ଆନନ୍ଦ’ ନୂଆନୂଆ ଯୌବନ ପ୍ରାପ୍ତ ହୋଇଥିଲେ ମଧ୍ୟ ମାଈ ଜିରାଫ ମୁସ୍‌କାନ୍‌ର ମାଆ ହେବା ବୟସ ହୋଇନାହିଁ। ତେଣୁ ମୁସ୍‌କାନ୍‌ ଯୌବନପ୍ରାପ୍ତ ହେବା ପର୍ଯ୍ୟନ୍ତ ନନ୍ଦନକାନନରେ ଜିରାଫ୍‌ ପ୍ରଜନନକୁ ଅପେକ୍ଷା କରିବାକୁ ହେବ ବୋଲି ଆଳକନ କରାଯାଉଛି।   

Narendra Modi: ଦୃଢ଼ ଏବଂ ସଶକ୍ତ ଯୁବଶକ୍ତି ଆମ ବିକାଶର ମୂଳଦୁଆ: ପ୍ରଧାନମନ୍ତ୍ରୀ

୨୦୧୨ ଜୁଲାଇ ୧୧ରେ ବିହାର ପାଟନା ଚିଡ଼ିଆଖାନରୁ ଖୁସିକୁ ନନ୍ଦନକାନନ ଅଣାଯାଇଥିଲା। ସେତେବେଳେ ତାକୁ ୩ ବର୍ଷ ବୟସ ହୋଇଥିଲା। ସେତେବେଳେ ସେ ଏକା ଆସିଥିଲା। ସାଧାରଣତଃ ଜିରାଫ୍‌ମାନେ ୩ରୁ ୫ବର୍ଷ ବୟସରେ ଯୌବନପ୍ରାପ୍ତ ହୁଅନ୍ତି। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ଖୁସି ପାଇଁ ପୁରୁଷ ସାଥୀଟିଏ ଖୋଜିବାରେ ଲାଗିପଡ଼ିଲେ। ଏଥିପାଇଁ ୪ବର୍ଷ ଲାଗିଗଲା। ୨୦୧୬ ଫେବ୍ରୁଆରି ୨୫ରେ କୋଲକାତା ଆଲ୍ଲୀପୁର ଚିଡ଼ିଆଖାନାରୁ ଅଣ୍ଡିରା ଜିରାଫ ‘ଜୟ’କୁ ଅଣାଗଲା। ଜୟ ମଧ୍ୟ ନବଯୌବନ ଛୁଇଁସାରିଥିଲା। ତେଣୁ ଖୁସି ଓ ଜୟର ମିଳନରୁ ନନ୍ଦନକାନନ‌ରେ ଜିରାଫ୍‌ ପ୍ରଜନନ ହେବ ବୋଲି ବହୁ ଆଶା କରାଯାଇଥିଲା। ମାତ୍ର ନନ୍ଦନକାନନର ଦୁର୍ଭାଗ୍ୟ ଆସିବାର ମାତ୍ର ୬ ଦିନ ପରେ ଜୟ ରକ୍ତ ସଂକ୍ରମଣଜନିତ ରୋଗରେ ଆକ୍ରାନ୍ତ ହୋଇ ଆଖିବୁଜିଦେଲା। ଫଳରେ ଖୁସି ନିଃସଙ୍ଗ ହୋଇଗଲା ଏବଂ ପ୍ରଜନନ ଆଶା ପାଣି ଫୋଟକା ଭଳି ମିଳେଇଗଲା। ୨୦୨୪ ମସିହା ପର୍ଯ୍ୟନ୍ତ ଖୁସି ୧୦୦ନମ୍ବର ଖୁଆଡ଼ରେ ଏକାକୀ ରହୁଥିଲା।

Demand: ଚାନ୍ଦବାଲି ସବ୍ ଡିଭିଜନ୍, ନୌକା ପ୍ରଶିକ୍ଷଣ କଲେଜ ପ୍ରତିଷ୍ଠା ଦାବି

୨୦୦୪ ସେପ୍ଟେମ୍ବର ୨ ତାରିଖରେ ଆଲ୍ଲୀପୁର ଚିଡ଼ିଆଖାନାରୁ ପୁଣି ୨ ଜିରାଫ୍‌ଙ୍କୁ ଅଣାଯାଇଛି। ଏବେ ଅଣ୍ଡିରା ଜିରାଫ୍‌ ଆନନ୍ଦର ବୟସ ୫ବର୍ଷ ହୋଇଗଲାଣି। କିନ୍ତୁ ମାଈ ଜିରାଫ୍‌ ମୁସ୍‌କାନକୁ ଅଢ଼େଇ ବର୍ଷ ହୋଇଛି। ଆନନ୍ଦ ନବଯୌବନ ପାଇସାରିଥିଲେ ହେଁ ମୁସ୍‌କାନ୍‌ ଯୌବନପ୍ରାପ୍ତିଠାରୁ ଆହୁରି ଦେଢ଼ରୁ ଦୁଇ ବର୍ଷ ଦୂରରେ। ତେଣୁ ଏବେ ଆନନ୍ଦ ଓ ମୁସ୍‌କାନ୍‌ର ମିଳନ ସମ୍ଭବ ନୁହେଁ। ସେହିଭଳି ୧୬ବର୍ଷ ବୟସରେ ପହଞ୍ଚିସାରିଥିବା ଖୁସି ପ୍ରାୟତଃ ବୁଢ଼ୀ ହୋଇସାରିଲାଣି ଏବଂ ଆଉ ଗର୍ଭଧାରଣ କରିବା ସମ୍ଭାବନା ନାହିଁ। ଆନନ୍ଦ ଓ ଖୁସି ଦୁହିଁଙ୍କ ବୟସ ମଧ୍ୟରେ ୧୧/୧୨ ବର୍ଷର ତାରତମ୍ୟ ଥିବାରୁ ସେମାନଙ୍କ ମିଳନ ସମ୍ଭବ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe